fbpx

ବାସ୍, ଆଉ ଗୋଟିଏ ବିଜୟ… ଟିମ ଇଣ୍ଡିଆ ଲେଖିବ ନୂଆ ଇତିହାସ: କାହାର ହେବ ଶେଷ ମ୍ୟାଚ୍?

ନୂଆଦିଲ୍ଲୀ: ଭାରତ-ଶ୍ରୀଲଙ୍କା ମଧ୍ୟରେ ଜାରି ରହିଛି ଦିନିକିଆ ସିରିଜ । ବର୍ତ୍ତମାନ ୨ଟି ଦିନିକିଆ ଶେଷ ହୋଇଥିବା ବେଳେ ଶ୍ରୀଲଙ୍କା ଏଥିରେ ଆଗୁଆ ରହିଛି । କିନ୍ତୁ ଏବେ ବି ଶେଷ ମ୍ୟାଚ ଜିତି ସିରିଜ ବରାବର କରିପାରେ ଟିମ ଇଣ୍ଡିଆ । ତେବେ ବୁଧବାର ହେବାକୁ ଥିବା ଶେଷ ଦିନିକିଆ ମ୍ୟାଚରେ ଭାରତ ଯଦି ବିଜୟ ହାସଲ କରେ, ତେବେ ଏହି ସିରିଜ ବରାବର ହୋଇପାରିବ । ଏହାସହିତ ଏହି ବିଜୟ ଭାରତ ପାଇଁ ଏକ ବିଶାଳ ରେକର୍ଡ ସୃଷ୍ଟି କରିବାରେ ସାହାଯ୍ୟ କରିବ । ଶ୍ରୀଲଙ୍କା ବିପକ୍ଷରେ ଏହି ଗୋଟିଏ ବିଜୟ ଭାରତକୁ ଏକ ମହା କୀର୍ତ୍ତିମାନ ସୃଷ୍ଟି କରିପାରିବ ।

ବର୍ତ୍ତମାନ ସୁଦ୍ଧା ଭାରତ ଏବଂ ଶ୍ରୀଲଙ୍କା ମଧ୍ୟରେ ହୋଇଥିବା ଦିନିକିଆ କ୍ରିକେଟରେ ୯୯ଯି ବିଜୟ ହାସଲ କରିଛି ଟିମ ଇଣ୍ଡିଆ । ଏହା କୌଣସି ବିପକ୍ଷ ଦଳକୁ ପରାଜୟ କରିବାରେ ସବୁଠାରୁ ବଡ଼ ରେକର୍ଡ ହୋଇ ରହିଛି । ତେଣୁ ଯଦି ଚଳିତ ଦିନିକିଆ ସିରିଜର ଶେଷ ମ୍ୟାଚରେ ଭାରତ ଶ୍ରୀଲଙ୍କାକୁ ପରାସ୍ତ କରେ, ତେବେ ଏହା ଶ୍ରୀଲଙ୍କା ବିପକ୍ଷରେ ଭାରତୀୟ ଦଳର ୧୦୦ତମ ବିଜୟ ହେବ । ଦିନିକିଆ କ୍ରିକେଟ ଇତିହାସରେ ପ୍ରଥମ ଥର ପାଇଁ କୌଣସି ଦଳ ଅନ୍ୟ ଏକ ନିର୍ଦ୍ଦିଷ୍ଟ ଦଳକୁ ୧୦୦ ଥର ପରାସ୍ତ କରିବାର ରେକର୍ଡ କରିପାରିବ । ତେବେ ପ୍ରଥମ ମ୍ୟାଚରେ ଏହି ରେକର୍ଡ ସୃଷ୍ଟି ହେବ ବୋଲି ଆଶା କରାଯାଉଥିବା ବେଳେ ଏହା ଡ୍ର ରହିଥିଲା ଏବଂ ଦ୍ୱିତୀୟ ମ୍ୟାଚରେ ଟିମ ଇଣ୍ଡିଆ ପରାସ୍ତ ହୋଇଛି । ତେଣଶୁ ଶେଷ ମ୍ୟାଚରେ ଭାରତ ଏହି ରେକର୍ଡର ଅଧିକାରୀ ହେବାର ସୁଯୋଗ ରହିଛି ।

ତେବେ ଭାରତ ଏବଂ ଶ୍ରୀଲଙ୍କା ପରେ ଅଷ୍ଟ୍ରେଲିଆ ନ୍ୟୁଜିଲାଣ୍ଡକୁ ୯୬ ଥର ପରାସ୍ତ କରିଛି । ଅର୍ଥାତ୍ ଅଷ୍ଟ୍ରେଲିଆ ମଧ୍ୟ ନ୍ୟୁଜିଲାଣ୍ଡ ଉପରେ ୧୦୦ତମ ବିଜୟ ହାସଲ କରିବାର ଖୁବ ନିକଟତର ରହିଛି । ଏହାପରେ ତୃତୀୟ ସ୍ଥାନରେ ପାକିସ୍ତାନ ରହିଛି । ପାକ୍ ଦଳ ମଧ୍ୟ ଶ୍ରୀଲଙ୍କାକୁ ଦିନିକିଆ ମ୍ୟାଚରେ ୯୩ ଥର ହରାଇ ସାରିଛି । ସେହିପରି ଅଷ୍ଟ୍ରେଲିଆ ଇଂଲଣ୍ଡକୁ ୮୮ଟି ଦିନିକିଆରେ ପରାସ୍ତ କରିଥିବା ବେଳେ ଟିମ ଇଣ୍ଡିଆକୁ ୮୪ ଥର ପରାସ୍ତ କରିବାରେ ସଫଳ ହୋଇଛି ଅଷ୍ଟ୍ରେଲିଆ । ଟିମ ଇଣ୍ଡିଆ ଉପରେ କେବଳ ଅଷ୍ଟ୍ରେଲିଆ ସର୍ବାଧିକ(୮୪) ବିଜୟ ହାସଲ କରିପାରିଛି ।

Get real time updates directly on you device, subscribe now.