fbpx

(video): ବିନା ବିବାହରେ ଗୋଟିଏ ସନ୍ତାନର ଜନନୀ ସାଜିଛନ୍ତି ମୃଣାଳ! ଏବେ ଯିଏ ଭି ଜନ୍ମ ହେବେ ସେ ମୋର ଦ୍ୱିତୀୟ ସନ୍ତାନର ପରିଚୟ ପାଇବ

ଓଡିଶା ଭାସ୍କର: ବଲିଉଡରୁ ଆରମ୍ଭ କରି ସାଉଥରେ କାମ କରୁଥିବା ଅଭିନେତ୍ରୀ ମୃଣାଳ ଠାକୁର ନିଜର ପ୍ରେମମୟ ଜୀବନକୁ ନେଇ ଚର୍ଚ୍ଚାରେ ଥାଆନ୍ତି । ତାଙ୍କ ନାମ କୁଶାଳ ଟଣ୍ଡନ, ଗାୟକ ବାଦଶାହ ତଥା ସିଦ୍ଧାନ୍ତ ଚତୁର୍ବେଦୀଙ୍କ ସହ ଯୋଡା ଯାଇଥାଏ । ୩୨ ବର୍ଷୀୟ ଅଭିନେତ୍ରୀ ଏବେ ଯାଏଁ ବିବାହ କରି ନାହାନ୍ତି ସତ, କିନ୍ତୁ ଗୋଟିଏ ଛୁଆର ମା’ହୋଇ ସାରିଛନ୍ତି ।

 

View this post on Instagram

 

A post shared by Myra and Kiara (@myrakiarakhanna)

ସୋସିଆଲ ମିଡିଆରେ ଭାଇରାଲ ହୋଇଥିବା ଏକ ଭିଡିଓରେ ମୃଣାଳ କହଇଚନ୍ତି ଯେ, ସେ ତାଙ୍କର ପ୍ରଥମ ଛୁଆ । ଯେବେ ମୋର ନିଜର ଛୁଆ ହେବେ ସେ ଦ୍ୱିତୀୟ ସନ୍ତାନର ଦର୍ଜା ପାଇବ । ସେ ତାଙ୍କୁ ୟଶନା କିମ୍ବା ଏମ୍ ବୋଲି ସମ୍ବୋଧିତ କରେ । ସେ ଜଣେ ଭଳ ଅଭିନେତ୍ରୀ ଓ ତାଙ୍କ ସହ ମୃଣାଳଙ୍କ ସମ୍ପର୍କ ବେଶ୍ ଭିନ୍ନ ଓ ସ୍ୱତନ୍ତ୍ର ।
କହିରଖୁ, ଅଭିନେତ୍ରୀ ମୃଣାଳ ଠାକୁର ଯେଉଁ ଛୁଆର କଥା କହୁଛନ୍ତି ସେ ଆଉ କେହି ନୁହଁନ୍ତି ବରଂ ଶିଶୁ କଳାକାର କିୟାରା ଖାନ୍ନା ଅଟନ୍ତି । ମୃଣାଳ କିୟାରାଙ୍କ ସହ ସାଉଥ ସିନେମା ‘ହାୟ ନନ୍ନା’ ରେ ଅଭିନୟ କରିଛନ୍ତି । ଏଥିରେ ଅଭିନେତା ନାନୀ ମଧ୍ୟ ନଜର ଆସିଥିଲେ । ସିନେମାରେ ମୃଣାଳ ୟଶନା ଭୂମିକାରେ ତଥା କିଆରା ମାହୀ ଭୂମିକାରେ ନଜର ଆସିଥିଲେ । ସିନେମାର ସେଟରେ ହିଁ ଉଭୟଙ୍କ ମଧ୍ୟରେ ସମ୍ପର୍କ ଘନିଷ୍ଠ ହୋଇ ଉଠିଥିଲା ।

ଯେଉଁ ଭିଡିଓରେ ମୃଣାଳ କିଆରାଙ୍କ କଥା କହୁଛନ୍ତି ତାହାକୁ କିଆରା ନିଜର ଇନଷ୍ଟାଗ୍ରାମରେ ମଧ୍ୟ ସେୟାର କରିଛନ୍ତି । ଭିଡିଓ ସେୟାର କରି କିଆରା କ୍ୟାପସନରେ ଲେଖିଛନ୍ତି ଯେ, ମୃଣାଳଙ୍କୁ ପାଇ ସେ କୃତଜ୍ଞ । ନିଜଠୁ ବି ବେଶୀ ସେ ମୃଣାଳଙ୍କୁ ଭଲ ପାଇ ଥାଆନ୍ତି ବୋଲି ମଧ୍ୟ ସେ କହିଛନ୍ତି ।

Get real time updates directly on you device, subscribe now.