fbpx

ଯୁଦ୍ଧ ଏବେ ବି ସରିନାହିଁ! ଭିନେଶ ଫୋଗଟ ଜିତିପାରିବେ ରୌପ୍ୟ ପଦକ, CAS ନିଷ୍ପତ୍ତି ଉପରେ ରହିଛି ସଭିଙ୍କ ନଜର

ନୂଆଦିଲ୍ଲୀ: ଅଗଷ୍ଟ ୭ ତାରିଖ ଭାରତୀୟ କ୍ରୀଡ଼ା ଜଗତ ଓ ଷ୍ଟାର କୁସ୍ତିଯୋଦ୍ଧା ଭିନେଶ ଫୋଗଟଙ୍କ ପାଇଁ ଏକ କଳା ଦିବସ ଥିଲା । ଗୋଟିଏ ଦିନରେ ୩ଟି କୁସ୍ତିରେ ବିଜୟୀ ହୋଇ ୪ ଥରର ବିଶ୍ୱ ଚାମ୍ପିୟନଙ୍କୁ ଧୂଳି ଚଟାଇ ଫାଇନାଲରେ ପହଞ୍ଚିଥିଲେ ହରିୟାଣାର କୁସ୍ତିଯୋଦ୍ଧା ଭିନେଶ । ମାତ୍ର କ୍ଷଣିକ ମଧ୍ୟରେ ସବୁକିଛି ଓଲଟପାଲଟ ହୋଇଯାଇଥିଲା । ମାତ୍ର ୧୦୦ ଗ୍ରାମ ଓଜନ ବୃଦ୍ଧି କାରଣରୁ ଭିନେଶଙ୍କୁ ଅଲିମ୍ପିକ୍ସରୁ ଅଯୋଗ୍ୟ ଘୋଷିତ କରାଯାଇଥିଲା । ଏହି ଖବର କେବଳ ଭିନେଶଙ୍କ ପାଇଁ ୧୪୦ କୋଟି ଭାରତୀୟଙ୍କ ସ୍ୱପ୍ନ ଉପରେ ଥିଲା ଏକ ବଡ଼ କୁଠାରଘାତ । ଏହି ଖବର ଶୁଣିବା ପରେ ବିନେଶ ବେହୋସ୍ ହୋଇ ତଳେ ପଡ଼ିଯିବା ସହିତ ତାଙ୍କୁ ହସ୍ପିଟାଲରେ ଆଡମିଟ୍ କରାଯାଇଥିଲା । ଏହା ମଧ୍ୟରେ ବିନେଶ ଅନ୍ତର୍ଜାତୀୟ କୁସ୍ତିରୁ ସନ୍ନ୍ୟାସ ଘୋଷଣା କରିଛନ୍ତି ।

ତେବେ ଏହା ମଧ୍ୟରେ ଆସିଛି ଏକ ବଡ଼ ଆଶ୍ୱସ୍ତିକର ଖବର । ବିନେଶଙ୍କ ପାଖରେ ଏବେ ବି ଅଲିମ୍ପିକ୍ସ ପଦକ ଜିତିବାର ସୁଯୋଗ ରହିଛି । ଯଦି ନିଷ୍ପତ୍ତି ବିନେଶଙ୍କ ସପକ୍ଷରେ ଯାଏ, ତେବେ ସେ ପ୍ୟାରିସ ଅଲିମ୍ପିକ୍ସରେ ରୌପ୍ୟ ପଦକ ଜିତିବାର ସମ୍ଭାବନା ରହିଛି । ଯଦି ଏଭଳି କିଛି ହୁଏ, ତେବେ ବିନେଶଙ୍କ ସମର୍ଥକ, କୋଟି କୋଟି ଭାରତୀୟଙ୍କ ଆଖିରୁ ଝରି ଆସିଥିବା ଲୁହ ଖୁସିରେ ବଦଳିଯିବ । ଆଉ କିଛି ସମୟ ପରେ ସବୁ କିଛି ସ୍ପଷ୍ଟ ହୋଇଯିବ ।

ପ୍ରକୃତ କଥା ହେଉଛି, ଭିନେଶ କୁସ୍ତିରୁ ସନ୍ନ୍ୟାସ ଘୋଷଣା କରିସାରିଥିଲେ ଏବେ ବି ତାଙ୍କର ରୌପ୍ୟ ଜିତିବା ଆଶା ମରିନାହିଁ । ଅଯୋଗ୍ୟ ଘୋଷିତ ହେବା ପରେ ଭାରତୀୟ ଷ୍ଟାର କୁସ୍ତିଯୋଦ୍ଧା କୋର୍ଟ ଅଫ୍ ଆର୍ବିଟ୍ରେସନ ଫର ସ୍ପୋର୍ଟ)ରେ ଅପିଲ କରିଥିଲେ । ନିଜକୁ ଅଯୋଗ୍ୟ ଘୋଷଣା କରାଯିବା ବିରୋଧରେ ଭିନେଶ ଅପିଲ କରିଥିବା ବେଳେ ଆଜି କାସ ନିଜର ରାୟ ଶୁଣାଇବେ ସକାଳ ୧୧.୩୦ ସମୟରେ ଏହି ନିଷ୍ପତ୍ତି ଆସିବାକୁ ଥିବାବେଳେ ତା’ ଉପରେ ଏବେ ସଭିଙ୍କ ନଜର ରହିଛି । ନିଜର ନିଷ୍ପତ୍ତି ଶୁଣାଇବାକୁ କାସ ଗୁରୁବାର ସକାଳ ୧୧.୩୦ ସୁଦ୍ଧା ସମୟ ମାଗିଛନ୍ତି । ଯଦି କାସ ଭିନେଶଙ୍କ ସପକ୍ଷରେ ନିଷ୍ପତ୍ତି ଶୁଣାଇନ୍ତି ତେବେ ଅନ୍ତର୍ଜାତୀୟ ଅଲିମ୍ପିକ୍ସ କମିଟି (ଆଇସି)କୁ ବିନେଶଙ୍କୁ ସଂଯୁକ୍ତ ଭାବେ ରୌପ୍ୟ ପଦପ ଦେବାକୁ ପଡ଼ିବ । ଅର୍ଥାତ ୫୦ କେଜି ବର୍ଗ ମହିଳା କୁସ୍ତିର ଫାଇନାଲରେ ପରାସ୍ତ ହୋଇଥିବା ରେସଲରଙ୍କ ସହିତ ଭିନେଶଙ୍କୁ ବି ଯୁଗ୍ମ ଭାବେ ରୌପ୍ୟ ବିଜେତା ଘୋଷଣା କରିବାକୁ ପଡ଼ିବ । ଯଦି ଏହି ରାୟ ଭିନେଶଙ୍କ ସପକ୍ଷରେ ଯାଆନ୍ତା ତେବେ ସେ କିଛିଟା ଆଶ୍ୱସ୍ତି ପାଇ ପାରନ୍ତେ । କାସ ହେଉଛି ବିଶ୍ୱସ୍ତରରେ ଖେଳ ପାଇଁ ଏକ ସ୍ୱତନ୍ତ୍ର ସଂସ୍ଥା । ଖେଳ ସହ ଜଡ଼ିତ ସମସ୍ତ ଆଇନଗତ ବିବାଦର ସମାଧାନ କରିବା ହେଉଛି ଏହି ସଂସ୍ଥାର କାର୍ଯ୍ୟ । ୧୯୮୪ ମସିହାଠାରୁ ଅନ୍ତରାଷ୍ଟ୍ରୀୟ ସ୍ତରରେ ଖେଳ ସହ ଜଡ଼ିତ ବିବାଦକୁ ଏହି କାସ ମଧ୍ୟସ୍ଥତା ମାଧ୍ୟମରେ ସମାଧନ କରିଆସୁଛି । ଏହାର ମୁଖ୍ୟାଳୟ ସ୍ୱିଜରଲାଣ୍ଡରେ ରହିଥିବା ବେଳେ ନ୍ୟୁୟର୍କ ଓ ସିଡନୀ ସହରରେ ଏହାର ଅଦାଲତ ରହିଛି । ଅଲିମ୍ପିକ୍ସ ଖେଳାଯାଉଥିବା ସହରମାନଙ୍କର ଏହାର ଅସ୍ଥାୟୀ ଅଦାଲତ ସ୍ଥାପନ କରାଯାଇଥାଏ ।

Get real time updates directly on you device, subscribe now.