fbpx

Video; କେତେ ସୁରକ୍ଷିତ ଆମ ଡାକ୍ତରଖାନା, ୱାର୍ଡରେ ଶୋଇଥିବା ବେଳେ ପ୍ୟାଣ୍ଟ ଭିତରେ ପଶି କାମୁଡିଦେଲା ସାପ

କେନ୍ଦୁଝର: (ଓଡ଼ିଶା ଭାସ୍କର) ମେଡିକାଲ ବେଡରେ ଶୋଇଥିଲେ, ପ୍ୟାଣ୍ଟ ଭିତରେ ପଶି କାମୁଡ଼ିଦେଲା ସାପ । ସୁସ୍ଥ ହେବାକୁ ଯାଇଥିଲେ ଆହୁରି ସଂଙ୍ଗୀନ ହୋଇଗଲେ, ମେଡିକାଲ ୱାର୍ଡରେ ଶୋଇଥିବା ବେଳେ କାମୁଡ଼ି ଦେଲା ଚିତି ସାପ । ଏଭଳି ଘଟଣା ଆନନ୍ଦପୁର ଉପଖଣ୍ଡ ମୁଖ୍ୟ ଚିକିତ୍ସାଳୟରେ ଘଟିଛି । ଯେଉଁଠି ଏଭଳି ଅବ୍ୟବସ୍ଥା ଦେଖାଦେଇଛି ।

ରୋଗୀକୁ ଠିକ୍ କରିବାକୁ ନିଜେ ସାପ କାମୁଡାର ଶିକାର ହୋଇଛନ୍ତି । ଆନନ୍ଦପୁର ଉପଖଣ୍ଡ ମୁଖ୍ୟ ଚିକିତ୍ସାଳୟରେ ଏଭଳି ଏକ ଘଟଣା କୁ ନେଇ ଆଜି ଚର୍ଚ୍ଚା ଯୋର ଧରିଛି । ତେବେ ଯୁବକ ଜଣକ ଆନନ୍ଦପୁର ଥାନା ଗୟଳମୁଣ୍ଡା ଗାଁର ମାଝି ଚମ୍ପେଇ । ସୂଚନା ଅନୁସାରେ ବଡ଼ ମାଆ ପେଲଙ୍ଗ ମୁଣ୍ଡା ଅସୁସ୍ଥ ଥିବାରୁ ମାଝି ମେଜିକାଲ ଆସି ସହାୟତା ପାଇଁ ରାତିରେ ରହି ଯାଇଥିଲେ ।

ବଡ ମାଆଙ୍କ ୱାର୍ଡ ସାମ୍ନା ବାରଣ୍ଡାରେ ଶୋଇଥିବା ସମୟରେ ହଠାତ୍ ଏକ ଚିତି ସାପ ଆସି ତାଙ୍କ ହାତକୁ କାମୁଡ଼ି ଦେବା ସହ ପିନ୍ଧି ଥିବା ପ୍ୟାଣ୍ଟ ଭିତରେ ପଶିଯାଇଥିଲା । ଏହି ସମୟରେ ସୁରକ୍ଷା କର୍ମି ଓ ପାଖରେ ଥିବା ଲୋକେ ସାପଟିକୁ ତାଙ୍କ ଶରୀରରୁ ବାହାର କରିଥିଲେ । ତେବେ ମାଝୀଙ୍କ ସ୍ୱାସ୍ଥ୍ୟାବସ୍ଥା ଭଲରହିଥିବା ବେଳେ ସାପଟିକୁ କେହି ମାରିଦେଇଥିବା ଖବର ଆସିଛି । ଗତରାତିର ଏହି ଘଟଣା ପରେ ଆନନ୍ଦପୁର ଡାକ୍ତରଖାନାରେ ରୋଗୀଙ୍କ ସୁରକ୍ଷାକୁ ନେଇ ଉଠିଛି ପ୍ରଶ୍ନ ।

Get real time updates directly on you device, subscribe now.