fbpx

Team Indiaରୁ ଏହି ଖେଳାଳିଙ୍କୁ ବାହାର କରିବେ ରୋହିତ! ନୂଆ ଖେଳାଳିଙ୍କୁ ମିଳିପାରେ ସୁଯୋଗ

ନୂଆଦିଲ୍ଲୀ: ଶ୍ରୀଲଙ୍କା ବିପକ୍ଷ ଦିନିକିଆ ସିରିଜରେ ଭାରତ ଏକ ଲଜ୍ଜାଜନକ ପରାଜୟ ବରଣ କରିଛି । ପ୍ରଥମ ମ୍ୟାଚ୍ ଡ୍ର ରହିବା ପରେ ଶେଷ ଦୁଇଟି ମ୍ୟାଚରେ ଭାରତ ପରାସ୍ତ ହୋଇଛି । ଛୋଟ ଲକ୍ଷ୍ୟ ପାଇବା ପରେ ମଧ୍ୟ ବ୍ୟାଟିଂ ବିପର୍ଯ୍ୟୟ ଯୋଗୁଁ ଉଭୟ ମ୍ୟାଚ୍ ସହ ସିରିଜ ହାତଛଡ଼ା କରିଛି ଟିମ ଇଣ୍ଡିଆ । ଫଳରେ ଭାରତ ବିପକ୍ଷରେ ୨୭ ବର୍ଷ ପରେ ଦିନିକିଆ ସିରିଜ ବିଜୟୀ ହୋଇଛି ଶ୍ରୀଲଙ୍କା । ତେବେ ଏହି ପରାଜୟକୁ ଟିମ ଇଣ୍ଡିଆର ଅଧିନାୟକ ରୋହିତ ଶର୍ମା ସହଜରେ ଗ୍ରହଣ କରି ପାରିନାହାନ୍ତି । ତେଣୁ ଦଳରେ ବଡ଼ ଧରଣର ପରିବର୍ତ୍ତନ କରିବା ପାଇଁ ସଂକେତ ଦେଇଛନ୍ତି ରୋହିତ ।

ଶ୍ରୀଲଙ୍କା ସିରିଜ ପରାଜୟ ରୋହିତ ଶର୍ମାଙ୍କୁ ଖୁବ ଆଘାତ ଦେଇଛି । ୨୭ ବର୍ଷ ପରେ ଏଭଳି ଏକ ପରାସ୍ତ ପାଇବା ପରେ ରୋହିତ ଏବେ ଦଳରେ ପରିବର୍ତ୍ତନ କରିବା ପାଇଁ ସଂକେତ ଦେଇଛନ୍ତି । ଏପରିକି ଦଳରେ ନୂଆ ଖେଳାଳିଙ୍କୁ ମଧ୍ୟ ସାମିଲ କରାଯାଇପାରେ । ଶ୍ରୀଲଙ୍କାର ସ୍ପିନକୁ ସୁହାଉଥିବା ପିଚରେ ଭାରତୀୟ ଦଳ ସମ୍ପୂର୍ଣ୍ଣ ନିରାଶଜନକ ପ୍ରଦର୍ଶନ କରିଛି । ରୋହିତ ଏ ନେଇ କହିଛନ୍ତି ଯେ, କେଉଁ ଖେଳାଳି କେଉଁ ପିଚରେ ଭଲ ଖେଳିପାରିବେ ତାହା ଆମକୁ ଜାଣିବାକୁ ପଡ଼ିବ । କେଉଁ ଖେଳାଳି ଏହିଭଳି ପିଚରେ ଭଲ ପ୍ରଦର୍ଶନ କରିପାରିବେ, ଏହା ଚିନ୍ତା କରିବାକୁ ପଡ଼ିବ । ଏହାସହିତ ଜଣେ ଖେଳାଳିଙ୍କୁ ଲଗାତାର ସୁଯୋଗ ଦେବା ମଧ୍ୟ ଉଚିତ୍ । ଗୋଟିଏ କିମ୍ବା ଦୁଇଟି ମ୍ୟାଚରେ ଭଲ ପ୍ରଦର୍ଶନ କରିବା ସହଜ ହୋଇ ନଥାଏ । ଏହା ଏକ ଖରାପ ସରିଜ ରହିଥିଲା ଏବଂ ଏହା ଆମକୁ ଗ୍ରହଣ କରିବାକୁ ହେବ ।

ଟିମ ଇଣ୍ଡିଆର ଖେଳାଳିମାନଙ୍କ ମଧ୍ୟରେ ବ୍ୟକ୍ତିଗତ ଯୋଜାନରେ କମ୍ ରହିଥିବା କହିଛନ୍ତି ଅଧିନାୟକ ରୋହିତ । ଏଭଳି ପିଚ୍ ଆମକୁ ପୂର୍ବରୁ ମଧ୍ୟ ମିଳିଛି । ବଲ୍ ଏହାପୂର୍ବରୁ ମଧ୍ୟ ଟର୍ଣ୍ଣ ହୋଇଥାଏ । ଖେଳାଳିମାନେ ନେଟ୍ସରେ ଖୁବ ଅଭ୍ୟାସ କରିବା ସହ ଭିନ୍ନ ଭିନ୍ନ ଶଟ୍ ମଧ୍ୟ ଅଭ୍ୟାସ କରିଛନ୍ତି ର କିନ୍ତୁ ଏହି ଲୟ ଜାରି ରଖିବା କଳା ଆମକୁ ଶିଖିବାକୁ ପଡ଼ିବ । ଆମେ ପ୍ରଥମ ଦିନିକିଆ ଜିତି ପାରିଥାନ୍ତୁ, କିନ୍ତୁ ଆମେ ୩ ଥର ଏହା କରିବାରେ ବିଫଳ ରହିଲୁ ।

Get real time updates directly on you device, subscribe now.