fbpx

ଫୁସଫୁସରେ ପାଣି ଜମିଲେ ଶରୀରରେ ଅମ୍ଲଜାନର ଅଭାବ ଦେଖାଦିଏ: ୫ଟି କାରଣରୁ ଲଙ୍ଗସରେ ପାଣି ଜମିଥାଏ, ଦେଖା ଦେଇଥାଏ ୮ଟି ବଡ଼ ଲକ୍ଷଣ!

ନୂଆଦିଲ୍ଲୀ: ଫୁସଫୁସ ଆମ ଶରୀରର ଏକ ଗୁରୁତ୍ୱପୂର୍ଣ୍ଣ ଅଙ୍ଗ । ବିଶେଷ କରି ଫୁସଫୁସରେ କୌଣସି ସମସ୍ୟା ଦେଖାଦେଲେ ଆମେ ଠିକରେ ଶ୍ୱାସକ୍ରିୟା କରିପାରି ନଥାଉ । ତେବେ ଫୁସଫୁସରେ ପାଣି ଜମିବା ସମସ୍ୟା ବା ‘ପଲମୋନାରୀ ଏଡିମା’ ସମସ୍ୟା ଶରୀର ପାଇଁ ବଡ଼ ଚିନ୍ତାଜନକ । ଏହି ରୋଗ ହେବା ଦ୍ୱାରା ଶରୀରରେ ଅମ୍ଲଜାନର ଅଭାବ ଦେଖାଦେଇଥାଏ । ତେବେ ଅନେକ ଲୋକ ଏହି ରୋଗର ଲକ୍ଷଣ ବିଷୟରେ ଅବଗତ ନଥିବା ବେଳେ ଆଉ କିଛି ଏହାକୁ ଅଣଦେଖା କରିଥାନ୍ତି । ତେଣୁ ସଚେତନ ରହିଲେ ଏହି ରୋଗର କିଛି ଲକ୍ଷଣକୁ ଆମେ ସହଜରେ ଚିହ୍ନଟ କରିପାରିବା ।

ଏହି ରୋଗ ହେଲେ ଶୋଇବାସମୟରେ ନିଶ୍ୱାସ ପ୍ରଶ୍ୱାସ ନେବାରେ ସମସ୍ୟା ସୃଷ୍ଟି ହେବା, ଛାତିରେ ଯନ୍ତ୍ରଣା ହେବା, ବିଚଳିତ ଲାଗିବା, ଥକ୍କାପଣ ଲାଗିବା, ତ୍ୱଚା ହଳଦିଆ ଦେଖାଯିବା, ପାଦରେ ଯନ୍ତ୍ରଣା ହେବା, ହୃଦ ସ୍ପନ୍ଦନରେ ଅନିୟମିତତା ହେବା, ଛେପରେ ଫେଣ ଆସିବା ଆଦି ଲକ୍ଷଣ ସବୁ ଦେଖାଦେଇଥାଏ । ତେଣୁ ଏହିସବୁ ଲକ୍ଷଣ ଶରୀରରେ ଦେଖାଦେଲେ ତୁରନ୍ତ ଡାକ୍ତରଙ୍କ ସହ ପରାମର୍ଶ କରିବା ଆବଶ୍ୟକ । ନିମୋନିଆ, ରକ୍ତ ସଂକ୍ରମଣ, କିଡନୀ ଫେଲ, ନିଃଶ୍ୱାସ ପ୍ରଶ୍ୱାସ ସମ୍ବନ୍ଧୀୟ ସମସ୍ୟା, ଔଷଧର ଓଭର ଡୋଜ ଓ ଲିଭର ସିରୋସିସ୍ କାରଣର ଫୁସଫୁସରେ ପାଣି ଜମିଥାଏ ବୋଲି ବିଶେଷଜ୍ଞ ମତ ଦେଇଛନ୍ତି । ତେବେ ଏହି ରୋଗର ଲକ୍ଷଣ ଚିହ୍ନଟ ହେବା ପରେ କିଡନୀ ଫଙ୍କସନ, ଲିଭର ଫଙ୍କସନ, ବ୍ଲଡ୍ କାଉଣ୍ଟ ଟେଷ୍ଟ କରିବାକୁ ଡାକ୍ତର ପରାମର୍ଶ ଦେଇଥଶନ୍ତି । ଏଥିସହିତ ଇଲେକ୍ଟ୍ରୋଲାଇଟ୍ସ, ଏକ୍ସରେ ଓ ଅଲଟ୍ରାସାଉଣ୍ଡ କରିବାକୁ ମଧ୍ୟ ଡାକ୍ତର କହିଥାନ୍ତି ।

Get real time updates directly on you device, subscribe now.