fbpx

(Video) ମନୀଷ ସିସୋଦିଆଙ୍କ ଜାମିନ ମିଳିବା ପରେ ଭାବବିହ୍ୱଳ ହେଲେ ଆତିଶି, କାନ୍ଦି କାନ୍ଦି କହିଲେ ଏହି କଥା

ନୂଆଦିଲ୍ଲୀ: ଆମ ଆଦମୀ ପାର୍ଟୀର ନେତା ମନୀଷ ସିସୋଦିଆଙ୍କୁ ସୁପ୍ରିମକୋର୍ଟଙ୍କ ଦ୍ୱାରା ଜାମିନ ଦିଆଯିବା ପରେ ଦିଲ୍ଲୀର ମନ୍ତ୍ରୀ ଆତିଶିଙ୍କ ପ୍ରତିକ୍ରିୟା ସାମ୍ନାକୁ ଆସିଛି। ଏକ କାର୍ଯ୍ୟକ୍ରମକୁ ସମ୍ବୋନ୍ଧିତ କରି ମନ୍ତ୍ରୀ ଆତିଶି ଭାବବିହ୍ୱଳ ହୋଇଛନ୍ତି। ସେ କହିଛନ୍ତି ଯେ, ଆଜି ସତ୍ୟର ଜୟ ହୋଇଛି, ଦିଲ୍ଲୀର ଛାତ୍ରମାନେ ଜିତିଛନ୍ତି। ମନୀଷ ସିସୋଦିଆଙ୍କୁ ଜେଲକୁ ପଠାଯାଇଥିଲା, ହେଲେ ସେ ଗରିବ ଶିଶୁଙ୍କୁ ଭଲ ଶିକ୍ଷା ଦେଇଛନ୍ତି।

ମନ୍ତ୍ରୀ ଆତିଶି କହିଛନ୍ତି ଯେ, ଦିଲ୍ଲୀରେ ଶିକ୍ଷା ବିପ୍ଳବର ଜନକ ମନୀଷ ସିସୋଦିଆଙ୍କୁ ଏକ ମିଥ୍ୟା ମାମଲାରେ ୧୭ ମାସ ପର୍ଯ୍ୟନ୍ତ ଜେଲରେ ରଖାଯାଇଛି। ଏହା କହି ଆତିଶି କାନ୍ଦିବାକୁ ଲାଗିଛନ୍ତି। ଦିଲ୍ଲୀର ମନ୍ତ୍ରୀ କହିଛନ୍ତି ଯେ, ଆଜି ସତ୍ୟର ଜୟ ହୋଇଛି। ଦିଲ୍ଲୀର ଶିକ୍ଷାର ଜୟ ହୋଇଛି। ଦିଲ୍ଲୀର ଶିଶୁମାନଙ୍କ ଜୟ ହୋଇଛି।

ଆତିଶି କହିଛନ୍ତି ଯେ, ମନୀଷ ସିସୋଦିଆ ଦିଲ୍ଲୀର ଶିଶୁଙ୍କୁ ଉତ୍ତମ ଭବିଷ୍ୟତ ଦେଇଛନ୍ତି। ଆଜି ସିସୋଦିଆଙ୍କୁ ଜାମିନ ମିଳିବାରେ ଆମେ ଖୁସି ଅଛୁ। ଖୁବଶିଘ୍ର ସେ ସମୟ ମଧ୍ୟ ଆସିବ ଯେତେବେଳେ ଦିଲ୍ଲୀର ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ମଧ୍ୟ ବାହାରକୁ ଆସିବେ।

Get real time updates directly on you device, subscribe now.