fbpx

ଭାରତୀୟ ହକି ଦଳର ଅଧିନାୟକଙ୍କୁ ମୋଦୀ କହିଲେ, ‘ସରପଞ୍ଚ ସାହେବ’, କାଂସ୍ୟ ବିଜୟୀ ଦଳକୁ ଦେଲେ ଅଭିନନ୍ଦନ

ଓଡିଶା ଭାସ୍କର: ଭାରତୀୟ ହକି ଦଳକୁ ପ୍ରଧାନମନ୍ତ୍ରୀ ମୋଦୀ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଛନ୍ତି । କାଂସ୍ୟ ବିଜୟୀ ଦଳକୁ ନିଜ କଥାରେ ହସାଇଛନ୍ତି ମୋଦୀ । ସ୍ପେନ ବିପକ୍ଷ ମ୍ୟାଚରେ ଭାରତୀୟ ଦଳର ଅଧିନାୟକଙ୍କ ୨ ଟି ଗୋଲ ବଳରେ ସ୍ପେନ ଧରାଶାୟୀ ହୋଇଥିଲା । ତାହାସହ ଭାରତୀୟ ହକି ଦଳ ପ୍ୟାରିସରେ ପୋଡିୟମ ଫିନିଶ କଲା ।
କାଂସ୍ୟ ବିଜୟ ପରେ ଭାରତୀୟ ଦଳକୁ ଫୋନ ଯୋଗେ ଯୋଗାଯୋଗ କରିଥିଲେ । ସାଧାରଣ ଲୋକଟିଏ ପରି ଖୋଲିକି ସେ ଭାରତୀୟ ଦଳର ସଦସ୍ୟଙ୍କ ସହ କଥା ହୋଇଥିଲେ । ଫୋନ କଲ ସମୟରେ ହରମନପ୍ରୀତଙ୍କୁ ମୋଦୀ ‘ସରପଞ୍ଚ ସାହେବ’ କହି ସମ୍ବୋଧିତ କରିଥିଲେ । ଫଳରେ ଭାରତୀୟ ଦଳର ପ୍ରତ୍ୟେକ ଖେଳାଳି ହସରେ ଝୁମି ଉଠିଥିଲେ । ସେ ତାଙ୍କର ଏହି ଉପନାମା ତାଙ୍କର ଅଧିନାୟକତ୍ୱ ନେତୃତ୍ୱ ପାଇଁ ଦେଇଥିଲେ । ଫଳରେ ସବୁ ଖେଳାଳି ମୋଦୀଙ୍କ ଏହି କଥା ଶୁଣି ନିଜର ହସ ରୋକି ପାରି ନଥିଲେ ।

ଏହାବାଦ ମୋଦୀ କହିଥିଲେ ଯେ, ହରମନପ୍ରୀତ ଓ ତାଙ୍କ ଦଳକୁ ଢେର ସାରା ଅଭିନନ୍ଦନ । ସେମାନେ ବିଶ୍ୱରେ ଭାରତର ସମ୍ମାନକୁ ବୃଦ୍ଧି କରିଛନ୍ତି ଓ ଗୌରବ ବଢାଇଛନ୍ତି । ପ୍ରଧାନମନ୍ତ୍ରୀ ଗ୍ରେଟ ବ୍ରିଟେନ ବିପକ୍ଷରେ ଭାରତୀୟ ଦଳର ପ୍ରଦର୍ଶନକୁ ବେଶ୍ ପ୍ରଶଂସା କରିଥିଲେ । ତାହାସହ ଭାରତୀୟ ହକି ଦଳର ରକ୍ଷକ କୁହାଯାଉଥିବା ଗୋଲକିପର ତଥା ଷ୍ଟାର ଖେଳାଳି ପିଆର ଶ୍ରୀଜେଶଙ୍କ ମଧ୍ୟ ଭୂରି ଭୂରି ପ୍ରଶଂସା କରିଥିଲେ ମୋଦୀ । ମୋଦୀଙ୍କ ଏହି ବାର୍ତ୍ତାଳାପର ଭିଡିଓକୁ ନେଇ ସାରା ଦେଶ ହକି ସହ ଝୁମୁଛି ।

Get real time updates directly on you device, subscribe now.