fbpx

ନାଁ ପଚାରି ଗ୍ରାହକଙ୍କୁ ଛେପ ମିଶାଇ ମାଲିସ୍ ଦେଉଥିଲେ ୟୁନୁସ; ଗିରଫ ପରେ ଦୋକାନରେ ବୁଲିଲା ବୁଲଡୋଜର

କନୌଜ: ଉତ୍ତରପ୍ରଦେଶର କନୌଜର ଏକ ସେଲୁନର ଭିଡିଓ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। ଗ୍ରାହକଙ୍କ ନାଁ ପଚାରି ସେମାନଙ୍କ ମୁହଁରେ ଛେପ ମାରି ମାଲିସ୍ କରୁଥିଲା। ଏପରିକି ଏହାର ଏକ ଭିଡିଓ ମଧ୍ୟ ତିଆରି କରିଥିଲା । ହେଲେ ସେହି ଭିଡିଓ ଭାଇରାଲ ହେବା ପରେ ହଇଚଇ ସୃଷ୍ଟି ହୋଇଥିଲା। ଅଭିଯୁକ୍ତ ୟୁନୁସକୁ ଗିରଫ କରାଯିବା ସହ ପ୍ରଶାସନ ବୁଲଡୋଜର ସାହାଯ୍ୟରେ ତାର ଦୋକାନଟିକୁ ଭାଙ୍ଗି ଦେଇଛି।

ଆଗରୁ ଏମିତି ଅନେକ ଭିଡିଓ ଆପଣ ଦେଖିଥିବେ ଯେଉଁଥିରେ କେହି ରୁଟିରେ ଛିଙ୍କି ଦେଉଛନ୍ତି ତ କିଏ ଫଳ ଓ ପନିପରିବା ଉପରେ ଛିଙ୍କି ଗ୍ରାହକଙ୍କୁ ବିକ୍ରି କରୁଛନ୍ତି । ହୀନ ମାନସିକତାର ଏହି ଲୋକସବୁସ୍ଥାନରେ ଦେଖିବାକୁ ମିଳନ୍ତି । ଏଭଳି ଜଣେ ମାନସିକ ରୋଗରେ ପୀଡ଼ିତ ଯୁବକ ଉଗ୍ରବାଦ ଆଳରେ କନୌଜରେ ଏକ ସେଲୁନ୍ ଚଳାଉଥିଲା। ଯିଏ ଗ୍ରାହକଙ୍କୁ ଛେପ ଲଗାଇ ମାଲିସ୍ ଦେଉଥିଲା। ହେଲେ ଏପରି କରିବା ପୂର୍ବରୁ ସେ ଗ୍ରାହକଙ୍କ ନାମ ପଚାରୁଥିଲା।

ମୁହଁରେ ଚମକ ଆସିବ ବୋଲି ସେ ଗ୍ରାହକଙ୍କୁ କହୁଥିଲା। କିନ୍ତୁ ତାର ଏହି କଥା ପଛରେ ଲୁଚି ରହୁଥିଲା ଖରାପ ଉଦେଶ୍ୟ । ଭାଇରାଲ ହେଉଥିବା ଭିଡିଓଟି କନୌଜର ଏବଂ ମସାଜ କରୁଥିବା ବ୍ୟକ୍ତିଙ୍କ ନାମ ମହମ୍ମଦ ୟୁନୁସ । କିନ୍ତୁ ମସାଜ ନାଁରେ ମହମ୍ମଦ ୟୁନୁସ ଗ୍ରାହକଙ୍କ ସହ ଘୃଣ୍ୟ କାମ କରୁଥିଲା। ଏହାର ସାହସ ଦେଖନ୍ତୁ ଯେ ଏହା ନିଜର ଏକ ଭିଡିଓ ମଧ୍ୟ ତିଆରି କରିଥିଲା । ଭିଡିଓ ଭାଇରାଲ ହେବା ପରେ ଏହା ଉପରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ହିନ୍ଦୁ ସଂଗଠନ ଦାବି କରିଛନ୍ତି।

Get real time updates directly on you device, subscribe now.