fbpx

‘Something big soon India’: ଭାରତକୁ ନେଇ ପୁଣି ଏକ ବଡ଼ ଚେତାବନୀ ଜାରି କଲା ହିଣ୍ଡେନବର୍ଗ, ଅଦାନୀଙ୍କ ପରେ ଏବେ ପରବର୍ତ୍ତୀ ଟାର୍ଗେଟରେ କିଏ….

ନୂଆଦିଲ୍ଲୀ: ଭାରତର ଦ୍ୱିତୀୟ ଧନଶାଳୀ ବ୍ୟକ୍ତି ଗୌତମ ଅଦାନୀଙ୍କୁ ବଡ଼ ଝଟକା ଦେଇଥିବା ଆମେରିକାର ଶର୍ଟ ସେଲର ଫାର୍ମ ହିଣ୍ଡେନବର୍ଗ ରିସର୍ଚ୍ଚ ପୁଣି ଥରେ ଏକ ଚେତାବନୀ ଜାରି କରିଛି । ତେଣୁ ଅଦାନୀଙ୍କ ପରେ ଏବେ ପରବର୍ତ୍ତୀ ଟାର୍ଗେଟରେ କିଏ ବୋଲି ଚର୍ଚ୍ଚା ଆରମ୍ଭ ହୋଇଯାଇଛି । ୨୦୨୩ ମସିହା ଜାନୁଆରୀ ୨୪ ତାରିଖ ଭାରତୀୟ ଇତିହାସର ଏକ ଗୁରୁତ୍ୱପୂର୍ଣ୍ଣ ଦିବସ କହିଲେ ଅତ୍ୟୁକ୍ତି ହେବ ନାହିଁ । ଏହି ଦିନରେ ଦେଶର ଅନ୍ୟତମ ଧନୀବ୍ୟକ୍ତି ତଥା ଅଦାନୀ ଗ୍ରୁପର ମୁଖ୍ୟ ଗୌତମ ଅଦାନୀଙ୍କ ବିଶାଳ ସାମ୍ରାଜ୍ୟକୁ ଲାଗିଥିଲା ଏକ ଶକ୍ତ ଝଟକା । ଅଦାନୀ ଗ୍ରୁପର କମ୍ପାନୀଗୁଡ଼ିକର ଶେୟାର୍ସ ଡାଉନ୍ ହେବା ସହିତ ପୂରା ଶେୟାର ବଜାର ମଧ୍ୟ ଦୋହଲି ଯାଇଥିଲା । କୋଟି କୋଟି ଟଙ୍କା ହରାଇ ଅଦାନୀ ଧନୀ ତାଲିକାରେ ବହୁ ତଳକୁ ଖସି ଆସିଥିଲେ ।

ତେବେ ଏହା ମଧ୍ୟରେ ଆମେରିକୀୟ ସେଲର ଫାର୍ମ ହିଣ୍ଡେନବର୍ଗ ପୁଣି ଥରେ ଭାରତରେ ଏକ ବଡ଼ କରିବା ପାଇଁ ଚେତାବନୀ ଜାରି କରିଛି । ଆଜି ସକାଳୁ ସୋସିଆଲ ମିଡ଼ିଆ ପ୍ଳାଟଫର୍ମ ଏକ୍ସ’ରେ ହିଣ୍ଡେନବର୍ଗ ପକ୍ଷରୁ ଜାରି ହୋଇଥିବା ପୋଷ୍ଟରେ ଲେଖାଯାଇଛି, ‘ଭାରତ ପାଇଁ ଶୀଘ୍ର କିଛି ବଡ଼ ଆସୁଛି’ । ତେବେ ହିଣ୍ଡେନବର୍ଗର ପରବର୍ତ୍ତୀ ଟାର୍ଗେଟରେ କିଏ ରହିଛି ତାହାକୁ ନେଇ ଉକ୍ତ ପୋଷ୍ଟରେ କୌଣସି ସ୍ପଷ୍ଟ କରାଯାଇନାହିଁ । ତେବେ ଏହି ଚେତାବନୀ ନିଶ୍ଚିତ ଭାବେ ଶେୟାର ମାର୍କେଟରେ ନିବେଶକଙ୍କ ଧାରାକୁ ପ୍ରଭାବିତ କରିବ ।

କେବଳ ଏତିକି ନୁହେଁ, ସାଧାରଣ ନିବେଶକଙ୍କ ମନରେ ପୁଣି ଥରେ ଅଦାନୀ ଗ୍ରୁପକୁ ନେଇ ସଂଶୟ ସୃଷ୍ଟି ହୋଇଛି । କିଛି ୟୁଜର୍ସ ହିଣ୍ଡେନବର୍ଗର ବିଶ୍ୱସନୀୟତାକୁନେଇ ପ୍ରଶ୍ନ ଉଠାଇଛନ୍ତି । ସୂଚନାଯୋଗ୍ୟ ଯେ, ଗତ ବର୍ଷ ହିଣ୍ଡେନବର୍ଗ ଜାରି କରିଥିବା ରିପୋର୍ଟରେ ଅଦାନୀ ଗ୍ରୁପ ପକ୍ଷରୁ ଅତ୍ୟଧିକ ଋଣ ଗ୍ରହଣ, ଶେୟାର ମୂଲ୍ୟକୁ ମାନିପୁଲେଟ କରି ଜରୁରୀ ଠାରୁ ଅଧିକ ଭାଲ୍ୟୁରେ ପହଞ୍ଚାଇବା, ଆକାଉଣ୍ଟିଙ୍ଗରେ ଗଡ଼ବଡ଼ ଆଦି ଅଭିଯୋଗ ଅଣାଯାଇଥିଲା ।

Get real time updates directly on you device, subscribe now.