fbpx

ଅଲିମ୍ପିକ୍ସରେ ପାକିସ୍ତାନ କେତେଥର ଜିତିଛି ସ୍ୱର୍ଣ୍ଣ ପଦକ ? ଜାଣନ୍ତୁ ଇତିହାସ

ନୂଆଦିଲ୍ଲୀ: ଇତିହାସ ରଚିଛନ୍ତି ପାକିସ୍ତାନର ଜାଭେଲିନ୍ ଥ୍ରୋଅର ଆର୍ଶଦ ନଦୀମ । ପ୍ୟାରିସ୍ ଅଲିମ୍ପିକ୍ସରେ ଜାଭେଲିନ୍ ଥ୍ରୋ ପ୍ରତିଯୋଗିତାରେ ପ୍ରାୟ ୯୨.୯୭ ମିଟର ଜାଭେଲିନ୍ ଫିଙ୍ଗି ସେ ସ୍ୱର୍ଣ୍ଣ ପଦକ ଜିତିଛନ୍ତି । ସେ ଡିଫେଣ୍ଡି ଚମ୍ପିଆନ ନୀରଜ ଚୋପ୍ରାଙ୍କୁ ପରାସ୍ତ କରି ଭାବବିହ୍ୱଳ ହୋଇଯାଇଥିଲେ । ଏହା ସହ ଅଲିମ୍ପିକ୍ସରେ ବ୍ୟକ୍ତିଗତ ବର୍ଗରେ ସ୍ୱର୍ଣ୍ଣ ପଦକ ଜିତିଥିବା ପ୍ରଥମ ପାକିସ୍ତାନୀ ହୋଇଛନ୍ତି ନଦୀମ । ବର୍ତ୍ତମାନ ଆସନ୍ତୁ ଜାଣିବା ଏହା ପୂର୍ବରୁ ପାକିସ୍ତାନ କେତେଟା ଅଲିମ୍ପିକ୍ସରେ ସ୍ୱର୍ଣ୍ଣ ପଦକ ଜିତିଛି ।

୧. ରୋମ୍ ଅଲିମ୍ପିକ୍ସ(୧୯୬୦): ପାକିସ୍ତାନ ହକି ଟିମ୍ ୧୯୬୦ ରୋମ୍ ଅଲିମ୍ପିକ୍ସରେ ଭାରତକୁ ଫାଇନାଲରେ ପରାସ୍ତ କରି ସ୍ୱର୍ଣ୍ଣ ପଦକ ଜିତିଥିଲା ।

୨. ମେକ୍ସିକୋ ସିଟି ଅଲିମ୍ପିକ୍ସ(୧୯୬୮): ପାକିସ୍ତାନର ହକି ଦଳ ୧୯୬୮ରେ ହୋଇଥିବା ମେକ୍ସିକୋ ସିଟି ଅଲିମ୍ପିକ୍ସରେ ଅଷ୍ଟ୍ରେଲିଆକୁ ପରାସ୍ତ କରି ସ୍ୱର୍ଣ୍ଣ ପଦକ ଜିତିଥିଲା ।

୩. ଲସ୍ ଏଞ୍ଜେଲ୍ସ ଅଲିମ୍ପିକ୍ସ(୧୯୮୪): ପାକିସ୍ତାନର ହକି ଦଳ ୧୯୮୪ ଲସ୍ ଏଞ୍ଜେଲ୍ସ ଅଲିମ୍ପିକ୍ସରେ ୱେଷ୍ଟର୍ଣ୍ଣ ଜର୍ମାନୀକୁ ହରାଇ ସ୍ୱର୍ଣ୍ଣ ପଦକ ଜିତିଥିଲା ।

୪. ପ୍ୟାରିସ୍ ଅଲିମ୍ପିକ୍ସ(୨୦୨୪): ପାକିସ୍ତାନର ଜାଭେଲିନ୍ ଥ୍ରୋଅର ଅର୍ସଦ ନଦୀମ ସ୍ୱର୍ଣ୍ଣ ପଦକ ଜିତିଛନ୍ତି । ସେ ବ୍ୟକ୍ତିଗତ ବର୍ଗରେ ନୀରଜ ଚୋପ୍ରାଙ୍କୁ ପରାସ୍ତ କରି ଇତିହାସ ରଚିଛନ୍ତି । ନଦୀମଙ୍କ ପଦକ ଜିତିବା ସହ ପାକିସ୍ତାନର ପଦକ ସଂଖ୍ୟା ୧୧କୁ ପହଂଚିଛି ।

Get real time updates directly on you device, subscribe now.