fbpx

ସାତ ତାଳ ପାଣି, ସମୁଦ୍ର ଭିତରେ ୭ କି.ମିର ଗୁପ୍ତ ସୁଡ଼ଙ୍ଗ: କାହା ପାଇଁ ଭାରତ ଗଢୁଛି ଏହି ନୂଆ ରାସ୍ତା?

ନୂଆଦିଲ୍ଲୀ: ସମୁଦ୍ର ଭିତରେ ଗଭୀର ଜଳରାଶିକୁ ଯିବା ଅତ୍ୟନ୍ତ କାଠିକର କାମ । କିନ୍ତୁ ଏହି ସମୁଦ୍ରର ସାତ ତାଳ ପାଣି ଭିତରେ ଭାରତ ଗପ୍ତ ସୁଡ଼ଙ୍ଗ ନିର୍ମାଣ ଆରମ୍ଭ କରିଛି । ମୁମ୍ବାଇ-ଅହମ୍ମଦାବାଦ ମଧ୍ୟରେ ଆରବ ସାଗର ତଳେ ୭ କି.ମି ଲମ୍ବା ଏକ ସୁଡ଼ଙ୍ଗ ନିର୍ମାଣ କରୁଛି ଭାରତ । ନେସନାଲ ହାଇ ସ୍ପିଡ ରେଳ କର୍ପୋରେସନ୍ ଏହି ୫୦୮ କି.ମି ଲମ୍ବା କରିଡର ନିର୍ମାଣ ଆରମ୍ଭ କରିଛି । ଏହି କରିଡରର ୨୧ କି.ମି ଭାଗ ଭୂମିଗତ ରହିବ । ଏହା ମଧ୍ୟରୁ ୭ କି.ମି ରାସ୍ତା ସମୁଦ୍ର ମଧ୍ୟରେ ରହିବ ।

ତେବେ ଆରବ ସାଗର ତଳେ ୭ କି.ମି ପର୍ଯ୍ୟନ୍ତ ଏହି ସୁଡ଼ଙ୍ଗ ଭାରତର ପ୍ରଥମ ଅଣ୍ଡର-ସି ରେଲୱେ ସୁଡ଼ଙ୍ଗ ହେବ । ଏହା ଭୂପୃଷ୍ଠରୁ ୨୫ରୁ ୬୫ କି.ମି ଭିତରେ ରହିବ । ସୁଡ଼ଙ୍ଗ ନିର୍ମାଣ ପାଇଁ ୩ ‘ଦୈତ୍ୟାକାର’ ମେସିନ୍ ବ୍ୟବହାର କରାଯିବ । ଏହି ମେସନ୍ ଗୁଡ଼ିକୁ କାମରେ ଲଗାଇବା ପାଇଁ ଘଂସୋଲୀ, ଶିଲଫାଟା ଏବଂ ବିକ୍ରୋଲିରେ କାର୍ଯ୍ୟ ଆରମ୍ଭ ହୋଇସାରିଛି । ଚଳିତବର୍ଷ ଶେଷ ସୁଦ୍ଧା ପ୍ରଥମ ଟନଲ ବୋରିଙ୍ଗ ମେସିନ୍ କାମ ଆରମ୍ଭ ହେବା ନେଇ ଆଶା ରହିଛି । ୨୧ କି.ମି ଲମ୍ବା ଏହି ଭୂମିଗତ ମାର୍ଗର ନିର୍ମାଣରେ ଅନେକ ପ୍ରକାରର ବାଧାବିଘ୍ନ ଆସିପାରେ । ବିଶେଷ କରି ସମୁଦ୍ର ତଳେ ଗଢା ହେବାକୁ ଥିବା ୭ କି.ମି ରାସ୍ତାରେ କଠିନ ସମସ୍ୟା ଦେଖା ଦେଇପାରେ । କିନ୍ତୁ ସମୁଦ୍ର ଭିତରେ ଏହି କଷ୍ଟକର କାମ କରି ଦେଖାଇବାକୁ ପ୍ରସ୍ତୁତ ହୋଇଛି ଭାରତ ।

ଏଥିରେ ବୁଲେଟ ଟ୍ରେନର ଯାତାୟତ ପାଇଁ ୨ଟି ଟ୍ରାକ ନିର୍ମାଣ ହେବ । ତେବେ ସମୁଦ୍ର ଭିତରେ ମଧ୍ୟ ବୁଲେଟ ଟ୍ରେନ ଫୁଲ ସ୍ପିଡ(୩୨୦ କି.ମି) ପ୍ରତି/ଘଣ୍ଟା ଯାଇପାରିବ । ୨୧ କି.ମି ଲମ୍ବା ଏହି ଭୂମିଗତ ମାର୍ଗ ମହାରାଷ୍ଟ୍ର ବାନ୍ଦ୍ରା-କୁର୍ଲା କମ୍ପେ୍ଲକ୍ସରୁ ଶିଳ୍ପତା ପର୍ଯ୍ୟନ୍ତ ପ୍ରସ୍ତୁତ କରାଯାଉଛି । ଥାନେ କ୍ରିକ(ଇଣ୍ଟର ଟାଇଟଲ ଜୋନ୍)ରେ ସମୁଦ୍ର ତଳେ ୭ କି.ମି ଲମ୍ବା ସୁଡ଼ଙ୍ଗ ନିର୍ମାଣ କରାଯିବ । ସାଧାରଣତଃ ମେଟ୍ରୋ ପାଇଁ ସୁଡ଼ଙ୍ଗ ନିର୍ମାଣ କରିବାକୁ ୫-୬ ମିଟର ବିଶିଷ୍ଟ କଟର ହେଡ ଲାଗୁଥିବା ବେଳେ ଏଥିପାଇଁ ୧୩.୧ ମିଟର ବ୍ୟାସ ବିଶିଷ୍ଟ କଟର ହେଡ ବ୍ୟବହାର କରାଯିବ ।

Get real time updates directly on you device, subscribe now.