fbpx

ଉତ୍କଳ ସଂସ୍କୃତି ବିଶ୍ୱବିଦ୍ୟାଳୟ ପକ୍ଷରୁ ନିଯୁକ୍ତି: ମାସିକ ଦରମା ୫୦ ହଜାର, ଅଗଷ୍ଟ ୩୧ ପୂର୍ବରୁ ଆବେଦନ କରନ୍ତୁ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଆସିଛି ଏକ ବଡ଼ିଆ ନିଯୁକ୍ତି ସୁଯୋଗ । ଉତ୍କଳ ସଂସ୍କୃତି ବିଶ୍ୱବିଦ୍ୟାଳୟରେ କିଛି ପଦ ପୂରଣ ନେଇ ବିଜ୍ଞପ୍ତି ପ୍ରକାଶ ପାଇଛି । ପ୍ରାର୍ଥୀଙ୍କୁ ଅଗଷ୍ଟ ୩୧ ତାରିଖ ସୁଦ୍ଧା ଆବେଦନ କରିବାକୁ ପଡ଼ିବ । ଏହି ପଦରେ ପ୍ରାର୍ଥୀଙ୍କୁ ମାସିକ ୫୦ ହଜାର ଟଙ୍କା ବେତନ ଆକାରରେ ପ୍ରଦାନ କରାଯିବ । ବିଭିନ୍ନ ବିଭାଗରେ ପଦ ପୂରଣ ହେବ । ଇଚ୍ଛୁକ ପ୍ରାର୍ଥୀମାନେ ତଳେ ଦିଆଯାଇଥିବା ନୋଟିଫିକେସନ ଲିଙ୍କକୁ ଯାଇ ସବିଶେଷ ତଥ୍ୟ ପାଇ ପାରିବେ ।

ଯୋଗ୍ୟ ପ୍ରାର୍ଥୀଙ୍କୁ ଚେୟାର ପ୍ରଫେସର ପଦରେ ନିଯୁକ୍ତି ଦିଆଯିବ । ଏହି ପଦରେ ସର୍ବାଧିକ ୩ ବର୍ଷ ପାଇଁ ନିଯୁକ୍ତି ଦିଆଯିବ । ପ୍ରାର୍ଥୀଙ୍କର ସର୍ବାଧିକ ବୟସ ସୀମା ୬୫ ବର୍ଷ ହୋଇଥିବା ଆବଶ୍ୟକ । କ୍ଲାସିକାଲ ମ୍ୟୁଜି ବିଷୟରେ ଗୁରୁମା ସୁନନ୍ଦା ପଟ୍ଟନାୟକ ଚେୟାର, ଓଡ଼ିଆ ଲିଟରେଚର / କଲଚର ଷ୍ଟଡିଜ / କମ୍ପାରେଟିଭ୍ ଲିଟରେଚର ବିଭାଗରେ ସାରଦା ଦାସ ଚେୟାର, ଫିଲୋସଫି / ହିଷ୍ଟ୍ରି / ଲିଟରେଚର / ସୋସିଓଲୋଜି / ଆନଥ୍ରୋପୋଲୋଜି ବିଷୟରେ ଚଗନ୍ନାଥ କଲ୍ଟ ଚେୟାର, ଓଡ଼ିଆ ଲିଟରେଚର / ଫିଲୋସଫି / ହିଷ୍ଟ୍ରି ବିଷୟରେ ଭୀମଭୋଈ ଚେୟାରରେ ନିଯୁକ୍ତି ଦିଆଯିବ । ପ୍ରାର୍ଥୀମାନେ ବିଜ୍ଞପ୍ତି ଲିଙ୍କରେ ରହିଥିବା ଆପ୍ଲିକେସନ ଫର୍ମ ପୂରଣ କରି ଆବେଦନ କରିପାରିବେ ।

ଲିଙ୍କ: https://uuc.ac.in/wp-content/uploads/2024/08/Guideline-and-Application-Form-1.pdf

Get real time updates directly on you device, subscribe now.