fbpx

ପଞ୍ଜାବ ମେଲ୍ ଏକ୍ସପ୍ରେସରେ ନିଆଁ ଲାଗିବାର ଗୁଜବ: ଜୀବନ ବଞ୍ଚାଇବାକୁ ଟ୍ରେନ୍ରୁ ଡେଇଁଲେ ଯାତ୍ରୀ, 20 ଆହତ

ଲକ୍ଷ୍ନୌ: ଉତ୍ତରପ୍ରଦେଶର ଶାହାଜାହାନପୁରରେ ଏକ ବଡ଼ ଟ୍ରେନ୍ ଦୁର୍ଘଟଣାକୁ ଏଡାଇ ଦିଆଯାଇଛି। ହଠାତ୍ ୫୦ ବେଗରେ ଚାଲୁଥିବା ପଞ୍ଜାବ ମେଲ୍ ଏକ୍ସପ୍ରେସରେ ଯାତ୍ରୀଙ୍କ ଚିତ୍କାର ଶୁଣାଯାଇଥିଲା। ବଞ୍ଚାଅ ବଞ୍ଚାଅ ଚିତ୍କାର ସହିତ ଲୋକେ ନିଜ ନିଜ ଜୀବନ ବଞ୍ଚାଇବା ପାଇଁ ଦଳାଚକଟା ଆରମ୍ଭ କରିଥିଲେ।

ଯାତ୍ରୀମାନେ ଚଳନ୍ତା ଟ୍ରେନରୁ ଡେଇଁବା ଆରମ୍ଭ କରିଥି‌ଲେ। ତେବେ ଟ୍ରେନକୁ ତୁରନ୍ତ ବନ୍ଦ କରାଯାଇଥିଲା। ପାଇଲଟମାନେ ଯାତ୍ରୀମାନଙ୍କୁ ବିଶୃଙ୍ଖଳାର କାରଣ ପଚାରିଥିଲେ। ଯାତ୍ରୀମାନେ କହିଥିଲେ ଯେ ଟ୍ରେନରେ ନିଆଁ ଲାଗିଯାଇଛି। ଏହା ଶୁଣିବା ପରେ ସମଗ୍ର ଟ୍ରେନକୁ ଖାଲି କରାଯାଇଥିଲ। କିନ୍ତୁ କୌଣସି ସନ୍ଦେହଜନକ ତଥ୍ୟ ମିଳି ନ ଥିଲା ଅବା କୌଣସି କୋଚରେ ଅଗ୍ନିକାଣ୍ଡ ଦେଖିବାକୁ ମିଳି ନଥିଲା।

ଦୁର୍ଘଟଣା ସମ୍ପର୍କରେ ସୂଚନା ପୁଲିସ୍କୁ ଦିଆଯାଇଥିଲା। ସୂଚନା ପାଇବା ମାତ୍ରେ ଶାହାଜାହାନପୁର ପୁଲିସ୍ ଷ୍ଟେସନର ବରିଷ୍ଠ ଅଧିକାରୀମାନେ ଘଟଣାସ୍ଥଳରେ ପହଞ୍ଚିଥିଲେ।

ରେଳ ଅଧିକାରୀ ମଧ୍ୟ ଘଟଣାସ୍ଥଳରେ ପହଞ୍ଚି ଆହତ ଯାତ୍ରୀମାନଙ୍କୁ ଚିକିତ୍ସା ଲାଗି ଶାହାଜାହାନପୁର ମେଡିକାଲ କଲେଜରେ ଭର୍ତ୍ତି କରାଇଥିଲେ। କିଏ ଏହି ଗୁଜବ ପ୍ରଚାର କରିଛି ସେନେଇ ତଦନ୍ତ ଚାଲିଛି। ଏହାଦ୍ବାରା ଏକ ବଡ଼ ଦୁର୍ଘଟଣା ଘଟିଥାନ୍ତା ବୋଲି ଅଧିକାରୀମାନେ କହିଛନ୍ତି।

Get real time updates directly on you device, subscribe now.