fbpx

୯୦ ହଜାର କୋଟିର ମାଲିକଙ୍କୁ ନିଜର ସୌନ୍ଦର୍ଯ୍ୟରେ ଫସାଇଥିଲେ ଜୈକଲୀନ, ସିନେମା ନୁହେଁ ସମ୍ବନ୍ଧ ପାଇଁ ଚର୍ଚ୍ଚାରେ ଜୈକଲିନ ପର୍ଣ୍ଣାଣ୍ଡିସ

ଓଡିଶା ଭାସ୍କର: ବଲିଉଡର ଗ୍ଲାମରିୟସ ଅଭିନେତ୍ରୀ ଜୈକଲିନ ଫର୍ଣ୍ଣାଣ୍ଡିସଙ୍କ ଆଜି ହେଉଛି ଜନ୍ମଦିନ । ଏହି ଖୁବସୁରତ ଅଭିନେତ୍ରୀଙ୍କ ନାଁ ବଲିଉଡ ଭାଇଜାନଙ୍କଠୁ ଆରମ୍ଭ କରି ଠଗଙ୍କ ସହ ଯୋଡାଯାଇଥାଏ । ଜୈକଲିନ ୧୧ ଅଗଷ୍ଟ ୧୯୮୫ ମସିହାରେ ଶ୍ରୀଲଙ୍କାରେ ଜନ୍ମ ଲାଭ କରିଥିଲେ । ତାଙ୍କର ଶିକ୍ଷା ବହରୀନରେ ସମାପ୍ତ ହୋଇଥିଲା । ତାଙ୍କର ବାପା ଶ୍ରୀଲଙ୍କାରେ ମ୍ୟୁଜିଶିୟନ ଥିବାବେଳେ ମାତା ମାଲେସିଆ ବାସିନ୍ଦା ଅଟନ୍ତି । ୨୦୦୬ ମସିହାରେ ଜୈକଲିନ ମିସ ୟୁନିଭର୍ସ ବନିଥିଲେ ।

ଏହାପରେ ସେ ବଲିଉଡରେ ପାଦ ଦେଇଥିଲେ ୨୦୦୯ ମସିହାରେ । ସିନେମା ‘ଆଲାଦୀନ’ ରୁ ସେ ନିଜ କ୍ୟାରିଅରର ଆରମ୍ଭ କରିଥିଲେ । ଏହି ସିନେମାରେ ତାଙ୍କ ସହ ବଲିଉଡ ‘ବିଗ-ବି’ ଅମିତାଭ ବଚ୍ଚନ ଓ ରିତେଶ ଦେଶମୁଖ ରହିଥିଲେ । ଅଭିନେତ୍ରୀ ଜୈକଲିନ ନିଜର ସୌନ୍ଦର୍ଯ୍ୟତା ତଥା ଅଭିନୟ ପାଇଁ ଲୋକଙ୍କ ହୃଦୟରେ ରାଜ କରନ୍ତି ।

ଜୈକଲିନ ‘ମର୍ଡର-୨’, ‘ହାଉସଫୁଲ-୨’, ‘ରେସ-୨’, ‘କିକ’, ‘ହାଉସଫୁଲ-୩’, ‘ରେସ-୩’ ତଥା ‘ଜୁଡୱା-୨’ ଭଳି ଚଳଚ୍ଚିତ୍ରରେ ଅଭିନୟ କରିଛନ୍ତି । ତେବେ ଅଭିନେତ୍ରୀ ଜୈକଲିନ ନିଜ ସିନେମାଠୁ ବେଶୀ ଚର୍ଚ୍ଚାରେ ଥାଆନ୍ତି ନିଜର ବ୍ୟକ୍ତିଗତ ଜୀବନକୁ ନେଇ । ତାଙ୍କୁ ୨୦୧୪ ମସିହାରେ ସଲମାନଙ୍କ ସିନେମା ‘କିକ’ ରେ କାଷ୍ଟ କରାଯାଇଥିଲା । ସେହି ସମୟରେ ବଲିଉଡ ଭାଇଜାନ ସଲମାନ ଖାନଙ୍କ ସହ ତାଙ୍କର ପ୍ରେମ ସମ୍ପର୍କ ରହିଥିବା ଚର୍ଚ୍ଚା ହୋଇଥିଲା । ଏତତବ୍ୟତୀତ ତାଙ୍କୁ ପ୍ରିନ୍ସ ହସନ ବିନ ରଶିଦ ଅଲି ଖଲିଫା ମଧ୍ୟ ପ୍ରେମ କରିଥିଲେ । ପ୍ରାୟ ୯୦ ହଜାର କୋଟିର ମାଲିକଙ୍କୁ ନିଜର ସୌନ୍ଦର୍ଯ୍ୟରେ ଫସାଇଥିଲେ ଜୈକଲୀନ । ସେମାନଙ୍କ ସମ୍ପର୍କ ୧୦ ବର୍ଷ ପର୍ଯ୍ୟନ୍ତ ଚାଲିଲା ଓ ବିଚ୍ଛେଦ ହୋଇଥିଲା । ପରେ ନିଜଠୁ ୧୫ ବର୍ଷ ବଡ ସାଜିଦ ନଜଦୀକୀଙ୍କୁ ପ୍ରେମ କରୁଥିଲେ ।

Get real time updates directly on you device, subscribe now.