fbpx

(Video) Airtel ଆଣିଲା ଶସ୍ତା ରିଚାର୍ଜ ପ୍ଲାନ: ଅଳ୍ପ ଟଙ୍କାରେ ମିଳିବ ଅନଲିମିଟେଡ କଲିଙ୍ଗ ଓ ଡାଟା

ଓଡ଼ିଶା ଭାସ୍କର: ଘରୋଇ ଟେଲିକମ୍ କମ୍ପାନୀ ନିଜ ନିଜର ରିଚାର୍ଜ ପ୍ଲାନ ମହଙ୍ଗା କରିବା ପରେ ପରସ୍ପର ମଧ୍ୟରେ ଟକ୍କର ଦେଉଥିବା ଦେଖାଯାଉଛି । ଜିଓ, ଏୟାରଟେଲ ଇତ୍ୟାଦି କିଛି ଦିନ ତଳେ ୟୁଜରମାନଙ୍କ ପାଇଁ ବେଶ୍ ପସନ୍ଦ ପାଲଟିଥିବା ବେଳେ ବର୍ତ୍ତମାନ ଏହି ନେଟୱର୍କରୁ ଦୂରେଇ ଯିବାକୁ ବସିଛନ୍ତି ୟୁଜର । ଏହାଭିତରେ ସରକାରୀ ଟେଲିକମ୍ କମ୍ପାନୀ ବିଏସଏନଏଲ ମଧ୍ୟ ୟୁଜରଙ୍କ ପାଇଁ ଶସ୍ତା ପ୍ଲାନ ଦେବା ସହ ୪ଜି-୫ଜି ପାଇଁ ଲୋଭ ଦେଖାଇଛି । ତେବେ ୟୁଜରଙ୍କ ମନ ଜିଣିବା ପାଇଁ ଏପଟେ ଏୟାରଟେଲ ଆଣିଛି ଆଉ ଏକ ଶସ୍ତା ରିଚାର୍ଜ ପ୍ଲାନ । କମ୍ ଟଙ୍କାରେ ଅନଲିମିଟେଡ କଲିଙ୍ଗ ଏବଂ ଇଣ୍ଟରନେଟ ସୁବିଦା ସହ ୟୁଜରମାନଙ୍କୁ ଆହୁରି ଅନେକ ଫାଇଦା ଦେଉଛି ଏୟାରଟେଲ ।

ଏହାରି ମଧ୍ୟରେ ଏକ ନୂଆ ରିଚାର୍ଜ ପ୍ଲାନ ଲଞ୍ଚ କରିଛି । ଏୟାରଟେଲର ଏହି ରିଚାର୍ଜ ପ୍ଲାନ ୟୁଜରଙ୍କୁ ଡାଟା ଓ କଲିଂ ସହ ଅନ୍ୟ ଦମଦାର ବେନିଫିଟସ ବି ଦେଉଛି । ଏୟାରଟେଲର ୬୯୯ ଟଙ୍କିଆ ରିଚାର୍ଜ ପ୍ଲାନ ହେଉଛି ଫ୍ୟାମିଲି ପ୍ଲାନ । ଏଥିରେ ୟୁଜରଙ୍କୁ ଏକ୍ସଟ୍ରା ସିମ ଆକ୍ସେସ କରିବାର ମଉକା ମିଳୁଛି । ପ୍ଲାନରେ ଆପଣଙ୍କୁ ଅନଲିମିଟେଡ ଏସଟିଡି ଓ ଲୋକାଲ କଲ କରିବାର ଫାଇଦା ମିଳୁଛି । ଏହାସହ ଫ୍ରି ରେ ଅନଲିମିଟେଡ ରୋମିଂର ସୁବିଧା ବି । ଏହାବାଦ ପ୍ରତିଦିନ ୟୁଜରଙ୍କୁ ୧୦୦ SMS ସୁବିଧା ଏବଂ ଡାଟା କଥା ଯଦି କହିବା, ତେବେ ଏହି ପ୍ଲାନରେ ଆପଣ ୭୫ ଜିବି ଡାଟା ପାଇପାରିବେ । ତେବେ ଏହି ପ୍ଲାନରେ ଗ୍ରାହକଙ୍କୁ Amazom Prime Video ଓ Disney+Hotstarର ଫ୍ରି ସବସ୍କ୍ରିପସନ ମିଳୁଛି, ଯାହା OTT ଇଣ୍ଡଷ୍ଟ୍ରିର ଦୁଇଟି ବଡ OTT ପ୍ଲାଟଫର୍ମ । ଏହି ପ୍ଲାନରେ ଆପଣ Wynk Musicର ଆକ୍ସେସ ବି ପାଇପାରିବେ ।

ଗତ କିଛି ମାସ ଧରି ଭାରତରେ ଅନେକ ଟେଲିକମ କମ୍ପାନୀମାନେ ନିଜ ରିଚାର୍ଜ ପ୍ଲାନ ମହଙ୍ଗା କରି ଦେଇଛନ୍ତି । ଜିଓ, ଏୟାରଟେଲ ଓ ଭୋଡାଫୋନ ବି ଏଥିରେ ସାମିଲ ଅଛନ୍ତି । ନିଜଲ ରିଚାର୍ଜ ପ୍ଲାନରେ ବୃଦ୍ଧି କରିବା ଦ୍ୱାରା ଗ୍ରାହକମାନେ ଚିନ୍ତିତ ହୋଇ ରହିଛନ୍ତି । ରିଚାର୍ଜ କରିବାକୁ ପକେଟରୁ ବେଶି ଟଙ୍କା ଖର୍ଚ୍ଚ କରିବାକୁ ପଡୁଛି । ଅନେକ ବିକଳ୍ପ ଖୋଜୁଛନ୍ତି । ଯାହା ଶସ୍ତା ସୁନ୍ଦର ମଜଭୂତ ହୋଇଥିବ । ସେଥିପାଇଁ ବିଭିନ୍ନ ଟେଲିକମ କମ୍ପାନୀ ନୂଆ ନୂଆ ପ୍ଲାନ ଆଣୁଛନ୍ତି ଗ୍ରାହକଙ୍କୁ ନିଜ ଆଡକୁ ଆକର୍ଷିତ କରୁଛନ୍ତି ।

Get real time updates directly on you device, subscribe now.