fbpx

Big Breaking; ଭିନେଶଙ୍କୁ ପୁଣି ମିଳିଲା ତାରିଖ: Silver Medal ମାମଲାରେ ଆଉ ଏକ Date ଦେଲେ କୋର୍ଟ

ନୂଆଦିଲ୍ଲୀ: ଆଶା-ନିରାଶାର ମାୟାଜାଲ ଭିତରେ ଫସି ରହିଛନ୍ତି ଭାରତୀୟ ରେସଲର ଭିନେଶ ଫୋଗାଟ । କୋର୍ଟ ପୁଣିଥରେ ଆଉ ଏକ ନୂଆ ତାରିଖ ଘୋଷଣା କରିଛନ୍ତି । ଭିନେଶଙ୍କ ଅପିଲରେ ଶୁଣାଣି ପାଇଁ ଆଉ ଏକ ନୂଆ ତାରିଖ ଧାର୍ଯ୍ୟ କରିଛନ୍ତି ସିଏଏସର ଏଡହକ୍ ଡିଭିଜନ୍ । ଆଜି ୯.୩୦ରେ ମାମଲାର ଶୁଣାଣି ହେବାକୁ ଥିବା ବେଳେ ଏହା ୧୬ ତାରିଖକୁ ଘୁଞ୍ଚାଇ ଦିଆଯାଇଛି । ଯାହା ଫଳରେ ମେଡାଲ ଆଶା ନେଇ ଆସିଥିବା ଭିନେଶଙ୍କୁ ପୁଣିଥରେ ନିରାଶାକୁ ସାମନା କରିବାକୁ ପଡ଼ିଛି । ତେବେ ଏହି ମାମଲା ନେଇ ୧୬ ତାରିଖରେ ଶୁଣାଣି ହେବ ବୋଲି କୋର୍ଟ ପ୍ରକାଶ କରିଛନ୍ତି ।

ପ୍ୟାରିସ ଅଲିମ୍ପିକ୍ସ-୨୦୨୪ରେ ଭିନେଶ ଫୋଗାଟଙ୍କ ମାମଲା ଅଗଷ୍ଟ ୯ ତାରିଖରେ ଶେଷ ହୋଇସାରିଛି । ତେବେ ଆଜି ଏହି ମାମଲା ଉପରେ ବଡ଼ ନିଷ୍ପତ୍ତି ନିଆଯିବ ବୋଲି ସମସ୍ତଙ୍କର ଆଶା ରହିଥିଲା । ଭିନେଶଙ୍କୁ ରୌପ୍ୟ ପଦକ ଦିଆଯିବ କି ନାହିଁ, ସେ ନେଇ ଆଜି ଶୁଣାଣି କରିଥାନ୍ତେ ମାନ୍ୟବର କୋର୍ଟ । କିନ୍ତୁ ଆଜି ଏହି ଶୁଣାଣିକୁ ଟାଳି ଦିଆଯାଇଛି । ଏହି ମାମଲାର ଶୁଣାଣି ପାଇଁ ଆଉ ଏକ ନୂଆ ତାରିଖ ଧାର୍ଯ୍ୟ କରିଛନ୍ତି ସିଏଏସ । ଆସନ୍ତା ଅଗଷ୍ଟ ୧୬ ତାରିଖରେ ଭିନେଶଙ୍କ ମେଡାଲ ମାମଲାର ରାୟ ଶୁଣାଇବେ ଅଦାଲତ । ଭିନେଶଙ୍କ ଏହି ମାମଲା ଏବଂ ଏହାର ଶୁଣାଣି ଉପରେ ସାରା ବିଶ୍ୱର ନଜର ରହିଛି । ସାଧାରଣତଃ ଏଭଳି ମାମଲାର ଶୁଣାଣି ପାଇଁ କୋର୍ଟ ମାତ୍ର ୨୪ ଘଣ୍ଟା ସମୟ ନେଇଥାନ୍ତି । କିନ୍ତୁ ଭିନେଶ ଫୋଗାଟଙ୍କ ମାମଲାରେ ଅଧିକ ସମୟ ନେଉଛନ୍ତି ଅଦାଲତ । ଅଗଷ୍ଟ ୧୦ ତାରିଖରେ ଏହି ମାମଲାର ରାୟ ଆସିବାକୁ ଥିବା ବେଳେ ଏହା ୧୩ ତାରିଖକୁ ଘୁଞ୍ଚାଇ ଦିଆ ଯାଇଥିଲା । ବର୍ତ୍ତମାନ ଏଥିପାଇଁ ଆଉ ଏକ ନୂଆ ତାରିଖ ଧାର୍ଯ୍ୟ କରାଯାଇଛି ।

ପ୍ୟାରିସ ଅଲିମ୍ପିକ୍ସ ୨୦୨୪ ର ମହିଳା ୫୦ କିଲୋଗ୍ରାମ ରେସଲିଂ ଇଭେଣ୍ଟ ଫାଇନାଲ ପୂର୍ବରୁ ଓଜନ ଅଧିକ ଥିବାରୁ ଭାରତୀୟ ରେସଲର ଭିନେଶ ଫୋଗାଟଙ୍କୁ ଅଲିମ୍ପିକ୍ସରୁ ଅଯୋଗ୍ୟ ବିବେଚିତ କରାଯାଇଥିଲା। ଅଲିମ୍ପିକ୍ ଫାଇନାଲରେ ପ୍ରବେଶ କରିଥିବା ପ୍ରଥମ ଭାରତୀୟ ମହିଳା ରେସଲର ହୋଇ ଭିନେଶ ଇତିହାସ ସୃଷ୍ଟି କରିଛନ୍ତି । ଫାଇନାଲ ମ୍ୟାଚର ସକାଳ ପର୍ୟ୍ୟନ୍ତ ସେ ଅତି କମରେ ରୌପ୍ୟ ପଦକ ଜିତିବେ ବୋଲି ନିଶ୍ଚିତ ଥିଲା, କିନ୍ତୁ ତାଙ୍କର ଓଜନ ୧୦୦ ଗ୍ରାମ ଅଧିକ ଜାଣିବା ପରେ ତାଙ୍କୁ ଫାଇନାଲରୁ ବାଦ୍ ଦିଆଯାଇଥିଲା ।

ସାରା ବିଶ୍ୱରେ ଖେଳ ପାଇଁ ପ୍ରସ୍ତୁତ ହୋଇଥିବା ସ୍ୱତନ୍ତ୍ର ସଂସ୍ଥା ହେଉଛି ସିଏଏସ । ଖେଳ ସହ ଜଡ଼ିତ ସମସ୍ତ ଆଇନଗତ ବିବାଦର ସମାଧାନ କରିବା ପାଇଁ ଏହାକୁ ଗଠନ କରାଯାଇଛି । ୧୯୮୪ ମସିହାରେ ସ୍ଥାପିତ ଅନ୍ତରାଷ୍ଟ୍ରୀୟ କ୍ରୀଡ଼ା ସମ୍ବନ୍ଧୀୟ ବିବାଦର ମଧ୍ୟସ୍ଥି କରି ଏହାକୁ ସମାଧାନ କରିଥାଏ । ସ୍ୱିଜରଲାଣ୍ଡର ଲଜେନରେ ଏହାର ମୁଖ୍ୟାଳୟ ରହିଥିବା ବେଳେ ନ୍ୟୁୟର୍କ, ସିଡନୀ ଏବଂ ଲଜେନରେ ଏହାର ଅଦାଲତ ରହିଛି । ଏହାବ୍ୟତୀତ ଅଲିମ୍ପିକ୍ ଆୟୋଜକ ଦେଶରେ ଏହାର ଅସ୍ଥାୟୀ ଅଦାଲତ ପ୍ରସ୍ତୁତ କରାଯାଉଛି ।

Get real time updates directly on you device, subscribe now.