fbpx

ଇଣ୍ଡିଆନ୍ ବ୍ୟାଙ୍କ ପକ୍ଷରୁ ନିଯୁକ୍ତି: ପୂରଣ ହେବ ‘ଲୋକାଲ ବ୍ୟାଙ୍କ ଅଫିସର’ ପଦ, ଆରମ୍ଭ ହେଲା ଅନଲାଇନ୍ ଆବେଦନ

ନୂଆଦିଲ୍ଲୀ: ବ୍ୟାଙ୍କିଂ କ୍ଷେତ୍ରରେ କାମ କରିବାକୁ ଇଚ୍ଛୁକ ଥିବା ପ୍ରାର୍ଥୀଙ୍କ ପାଇଁ ଆସିଛି ଏକ ବଡ଼ ଖୁସି ଖବର । ଇଣ୍ଡିଆନ୍ ବ୍ୟାଙ୍କ ପକ୍ଷରୁ ୩୦୦ ପଦ ପୂରଣ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି । ଲୋକାଲ ବ୍ୟାଙ୍କ ଅଫିସର ପଦରେ ପ୍ରାର୍ଥୀଙ୍କୁ ନିଯୁକ୍ତି ଦିଆଯିବ । ଏନେଇ ଅଗଷ୍ଟ ୧୩ରୁ ଅନଲାଇନ୍ ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇଥିବା ବେଳେ ସେପ୍ଟେମ୍ବର ୨ରେ ତାହା ସମାପ୍ତ ହେବ । ଚଳିତ ବର୍ଷ ଜୁଲାଇ ମାସ ପହିଲା ସୁଦ୍ଧା ପ୍ରାର୍ଥୀଙ୍କର ବୟସ ଯୋଗ୍ୟତା ୨୦ରୁ ୩୦ ବର୍ଷ ମଧ୍ୟରେ ରହିଥିବା ଆବଶ୍ୟକ । ପ୍ରାର୍ଥୀ ଯେ କୌଣସି ସ୍ୱୀକୃତିପ୍ରାପ୍ତ ବିଶ୍ୱବିଦ୍ୟାଳୟରୁ ସ୍ନାତକ ପାସ୍ କରିଥିବା ଆବଶ୍ୟକ ।

ତାମିଲନାଡ଼ୁ / ପୁଡୁଚେରୀ ପାଇଁ ତାମିଲ ଭାଷା ଜାଣିଥିବା ପ୍ରାର୍ଥୀଙ୍କୁ ନିଯୁକ୍ତି ଦିଆଯିବ ।ା ଏହି ରାଜ୍ୟରେ ମୋଟ ୧୬୦ଟି ପଦ ଖାଲି ରହିଛି । କର୍ଣ୍ଣାଟକ ପାଇଁ ୩୫ଟି ପଦ, ଆନ୍ଧ୍ରପ୍ରଦେଶ ଓ ତେଲେଙ୍ଗାନା ପାଇଁ ୫୦ଟି ପଦ, ମହାରାଷ୍ଟ୍ର ପାଇଁ ୪୦ଟି ପଦ ଓ ଗୁଜରାଟ ପାଇଁ ୧୫ଟି ପଦ ଖାଲି ରହିଛି । ଅନୁସୂଚିତ ଜାତି (ଏସଟି), ଅନୁସୂଚିତ ଜନଜାତି (ଏସଟି), ଅନ୍ୟ ପଛୁଆ ବର୍ଗ (ଓବିସି), ଆର୍ଥିକ ଦୁର୍ବଳ ଶ୍ରେଣୀ (ଇଡବ୍ଲ୍ୟୁଏସ), ଅଣସଂରକ୍ଷିତ ବର୍ଗର ପ୍ରାର୍ଥୀଙ୍କ ପାଇଁ ପଦ ସଂରକ୍ଷିତ ରହିଛି ।

ନୋଟିଫିକେସନ ଲିଙ୍କ: https://www.indianbank.in/wp-content/uploads/2024/08/Detailed-advertisement-on-Recruitment-of-Local-Bank-Officer-2024.pdf

ଅନଲାଇନ୍ ଆବେଦନ ଲିଙ୍କ: https://ibpsonline.ibps.in/iblbojul24/

Get real time updates directly on you device, subscribe now.