fbpx

Love Relationରେ କାହିଁକି ସୃଷ୍ଟି ହୁଏ ଫାଟ? ଛୋଟ ଛୋଟ କଥାରେ ହୁଏ ମନମାଳିନ୍ୟ

ଓଡ଼ିଶା ଭାସ୍କର: ପ୍ରେମରେ ମନମାଳିନ୍ୟ ଓ ଛୋଟ ଛୋଟ ଝଗଡ଼ା ଲାଗି ରହିଥାଏ। ଏହି ସମ୍ପର୍କରେ ଆଗକୁ ବଢ଼ିବା ଯେତିକି ସହଜ ହୋଇଥାଏ ସମ୍ପର୍କକୁ ବାନ୍ଧିରଖିବା କଷ୍ଟକର ହେଇଯାଏ। ମାତ୍ର ଛୋଟ ଛୋଟ କଥାରେ ସମ୍ପର୍କ ଭାଙ୍ଗିଦେବା ଫଳରେ ଉଭୟେ ପ୍ରେମୀଯୁଗଳଙ୍କ ଉପରେ ଏହାର ପ୍ରଭାବ ପଡିଥାଏ। ତେବେ ଏପରି କିଛି କାରଣ ରହିଛି ଯାହା ସମ୍ପର୍କକୁ ଭାଙ୍ଗି ଦେଇଥାଏ ଜାଣନ୍ତୁ ସେ ସମ୍ପର୍କରେ।

ଅନ୍ୟ ସ୍ଥାନକୁ ଯିବା ମାତ୍ରେ ସାଥିକୁ ଭୁଲିଯିବା: କିଛି ଲୋକ ଏପରି ଅଛନ୍ତି ଯେଉଁମାନଙ୍କୁ ଅନ୍ୟସ୍ଥାନ ବୁଲିଯିବା ପସନ୍ଦ ହୋଇଥାଏ। ମାତ୍ର ଏପରି କିଛି ଲୋକ ଅଛନ୍ତି ଯେ ଅନ୍ୟସ୍ଥାନକୁ ଯାଇ ପାର୍ଟନରଙ୍କୁ ଭୁଲିଯାଇଥାନ୍ତି। ତେବେ ଏହି ଅଭ୍ୟାସ ଅପଣଙ୍କ ସାଥୀ ସହ ଗଢ଼ିଉଠିଥିବା ପ୍ରେମ ସମ୍ପର୍କକୁ ଭାଙ୍ଗି ଦିଏ।

ବ୍ୟସ୍ତତା: ନିଜ କାମକୁ ନେଇ ବ୍ୟସ୍ଥ ରହିବା ପ୍ରାୟ ସମସ୍ତଙ୍କୁ ପସନ୍ଦ ହୋଇଥାଏ। ନିଜ କାମକୁ ପ୍ରାଥମିକତା ଦେବା ଜରୁରୀ ହୋଇଥାଏ। ମାତ୍ର ବେଳେ ବେଳେ ଆବଶ୍ୟକତାଠାରୁ ଆପଣଙ୍କ ଅଧିକ ବ୍ୟସ୍ତତା ଏହି ସମ୍ପର୍କରେ ମନମାଳିନ୍ୟ ସୃଷ୍ଟି କରିଥାଏ। ଯାହା ସମ୍ପର୍କ ଭାଙ୍ଗିବାର ଗୋଟେ କାରଣ ହୋଇଯାଏ।

ମେସେଜର ରିପ୍ଲାଏ ନ ଦେଲେ: ଇଣ୍ଟରନେଟ୍‌ ସମାଜରେ ଅନ୍‌ଲାଇନ୍‌ ଥାଇ ମଧ୍ୟ ପାର୍ଟନରଙ୍କ ମେସେଜ୍‌କୁ ନଜର ଅନ୍ଦାଜ କରିବା ବା କୌଣସି ମେସେଜ ନ ଦେବା ଏହା ମଧ୍ୟ ଏକ କାରଣ।

ଗୁରୁତ୍ୱ: ଏପରି କେତେ ଜଣ ପାର୍ଟନର ଅଛନ୍ତି ଯେଉଁ ମାନେ ପାର୍ଟନରଙ୍କ କଥାକୁ ଗୁରୁତ୍ୱ ଦେଇ ନଥାନ୍ତି । ସେହି ପରିସ୍ଥିତିରେ ସମ୍ପର୍କ ଭାଙ୍ଗିଯିବା ସହଜ ହୋଇଥାଏ।

Get real time updates directly on you device, subscribe now.