fbpx

ଉତ୍ତରପ୍ରଦେଶ ଉପ ନିର୍ବାଚନ ୨୦୨୪: ଫୁଲପୁର ଆସନ ପାଇଁ BSP କଲା ପ୍ରାର୍ଥୀ ଘୋଷଣା, ମାୟାବତୀଙ୍କ ଏହି ଚାଲରୁ ରୋଚକ ହେବ ମୁକାବିଲା

ପ୍ରୟାଗରାଜ: ଉତ୍ତର ପ୍ରଦେଶର ୧୦ଟି ବିଧାନସଭା ଆସନ ପାଇଁ ହେବାକୁ ଥିବା ଉପ ନିର୍ବାଚନକୁ ନେଇ ଅନେକ ରାଜନୈତିକ ଦଳ ପ୍ରସ୍ତୁତି ଆରମ୍ଭ କରିଛନ୍ତି । ଏଥିମଧ୍ୟରେ ମାୟାବତୀ ପ୍ରାର୍ଥୀଙ୍କ ନାଁ ଘୋଷଣା କରିଛନ୍ତି । ଆଯୋଧ୍ୟାରୁ ମିଲ୍କିପୁର ଏବଂ ପ୍ରୟାଗରାଜର ଫୁଲପୁର ବିଧାନସଭା ଆସନ ପାଇଁ ଦଳିତ ପ୍ରାର୍ଥୀଙ୍କୁ ମଇଦାନକୁ ଓହ୍ଲାଇଛନ୍ତି । ବର୍ତ୍ତମାନ ମାୟାବତୀ ଦଳିତ ପ୍ରାର୍ଥୀଙ୍କ ଦ୍ୱାରା ଭୋଟ୍ ହାତେଇବାକୁ ଚେଷ୍ଟା କରୁଛନ୍ତି ଯାହା ମୁକାବିଲାକୁ ଆହୁରି ରୋଚକ କରିବ ।

ଫୁଲପୁର ବିଧାନସଭା ଆସନ ପାଇଁ ହେବାକୁ ଥିବା ଉପ ନିର୍ବାଚନ ପାଇଁ BSP ଏହାର ଦଳ ନେତା ଶିବବରନ ପାସିଙ୍କୁ ପ୍ରାର୍ଥୀ କରିଛି । ରବିବାର କାର୍ଯ୍ୟକର୍ତ୍ତା ସମ୍ମିଳନୀରେ ତାଙ୍କ ନାଁ ଘୋଷଣା କରାଯାଇଥିଲା । ସେହିପରି ଅଯୋଧ୍ୟା ମିଲ୍କିପୁର ଆସନରୁ ରାମଗୋପାଲ କୋରିଙ୍କୁ ପ୍ରାର୍ଥୀ କରାଯାଇଛି । ୨୦୧୭ରେ ସେ ଏହି ଆସନରୁ ନିର୍ବାଚନ ଲଢ଼ି ମୋଟ୍ ୪୬, ୦୦୦ ଭୋଟ ପାଇ ତୃତୀୟ ସ୍ଥାନରେ ଥିଲେ । ମୁଜାଫରନଗରର ମୀରାପୁର ଆସନରୁ ନଗୀନା ସାଂସଦ ଚନ୍ଦ୍ରଶେଖର ଆଜାଦଙ୍କ ନିକଟତର ଶାହ ନଜରଙ୍କୁ ପ୍ରାର୍ଥୀ ଘୋଷଣା କରିଛି ।

Get real time updates directly on you device, subscribe now.