fbpx

ଦୋକାନ ଭିତରେ ଦମ୍ପତିଙ୍କ ମୃତ ଦେହ ଠାବ, ତଦନ୍ତ ଜାରି ରଖିଛି ପୋଲିସ

ଖଲ୍ଲିକୋଟ: ଖଲ୍ଲିକୋଟରେ ଦେଖିବାକୁ ମିଳିଛି ଏକ ଅଭାବନୀୟ ଘଟଣା । ଦେକାନ ଭିତରୁ ଦମ୍ପତିଙ୍କ ମୃତ ଦେହ ଠାବ କରାଯାଇଛି । ସୂଚନାରୁ ପ୍ରକାଶ ଖଲ୍ଲିକୋଟ ଲଙ୍ଗଳେଶ୍ୱର କଳାଝରନଈ ଅଞ୍ଚଳରେ ଏକ ଦୋକାନର ସ୍ତ୍ରୀଙ୍କ ଝୁଲନ୍ତା ଅବସ୍ଥାରେ ଏବଂ ତଳେ ପଡ଼ିଥିବା ଅବସ୍ଥାରେ ସ୍ୱାମୀଙ୍କ ମୃତ ଦେହ ପୋଲିସ ଠାବ କରିଛି । ତେବେ ଏହା ହତ୍ୟା କି ଆତ୍ମହତ୍ୟା କିଛି ସ୍ପଷ୍ଟ ଜଣାପଡ଼ି ନାହିଁ । ଘଟଣାସ୍ଥଳରେ ଖଲ୍ଲିକୋଟ୍ ପୋଲିସ ପହଂଚି ତଦନ୍ତ ଜାରି ରଖିଛି । ଏହି ଘଟଣା ଉକ୍ତ ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି ।

Get real time updates directly on you device, subscribe now.