fbpx

ଭୁଲି ଯାଇଛନ୍ତି ଆଧାର ସହ ଲିଙ୍କ ହୋଇଥିବା ମୋବାଇଲ ନମ୍ବର, ବ୍ୟସ୍ତ ହୁଅନ୍ତୁ ନାହିଁ, ମାତ୍ର କେଇ ମିନିଟରେ ଜାଣିବା ପାଇଁ ଆପଣାନ୍ତୁ ଏହି ଉପାୟ

ଓଡିଶା ଭାସ୍କର: ଭାରତରେ ବର୍ତ୍ତମାନ ସମୟରେ ଆଧାରକାର୍ଡ ଲୋକଙ୍କ ପରିଚୟ ଅଟେ । ଏହା ନାଗରିକଙ୍କ ପରିଚୟ ମଧ୍ୟ । ପ୍ରାୟ ସମସ୍ତ ସ୍ଥାନରେ ଏହାକୁ ମାନ୍ୟତାପ୍ରାପ୍ତ ପରିଚୟ ପତ୍ର ଭାବରେ ଦେଖାଯାଏ । ଏଭଳିକ୍ଷେତ୍ରରେ ଆଧାରକାର୍ଡ ସହ ମୋବାଇଲ ନମ୍ବର ଲିଙ୍କ ହୋଇଥାଏ । ଯାହାଦ୍ୱାରା ପ୍ରତିଟି ଅପଡେଟ ଜଣକ ପାଖକୁ ଆସିଥାଏ । କିନ୍ତୁ, ଅନେକ ସମୟରେ ଲୋକେ ଭିନ୍ନ ଭିନ୍ନ ମୋବାଇଲ ନମ୍ବର ବ୍ୟବହାର କରୁଥିବାରୁ ଜାଣି ପାରନ୍ତି ନାହିଁ ଯେ ତାଙ୍କ ଆଧାରକାର୍ଡ କେଉଁ ମୋବାଇଲ ନମ୍ବର ସହ ଲିଙ୍କ ହୋଇ ଅଛି । ଏଭଳିକ୍ଷେତ୍ରରେ ବ୍ୟସ୍ତ ନ ହୋଇ ଆପଣାନ୍ତୁ ନିମ୍ନସ୍ଥ ଉପାୟ…

UDAI ରୁ ଜାଣି ପାରିବେ ନମ୍ବର
ଆପଣଙ୍କୁ କହିରଖୁଛୁ ଯେ, ୟୁଆଇଡିଏାଇ ଏକ ଆଧିକାରିକ ୱେବସାଇଟ ଅଟେ, ଯାହା ଆଧାର ସମ୍ବନ୍ଧୀୟ କାର୍ଯ୍ୟରେ ଜଣକୁ ସାହାଯ୍ୟ କରେ । ଆଧାର ସହିତ ଲିଙ୍କ ହୋଇଥିବା ମୋବାଇଲ ନମ୍ବର ଜାଣିବା ପାଇଁ ସର୍ବପ୍ରଥମେ ଜଣକୁ ଏହି ୱେବସାଇଟକୁ ଯିବାକୁ ପଡିବ । ତା’ପରେ ଉପରରେ ଥିବା ଟପ ବାରରେ My Aadhar ରେ କ୍ଲିକ କରିବେ । ଏଠାରେ ଆପଣଙ୍କୁ Aadhar Service  ଦେଖାଯିବ । ଏହାର ଠିକ ତଳେ Veryfy Email/ Mobile Number ଲେଖା ହୋଇଥିବ । ଏଥିରେ ଆପଣ ଆଧାର ନମ୍ବର, ମୋବାଇଲ ନମ୍ବର ତଥା କୈପ୍‌ଚାକୁ ସଠିକ ଭାବରେ ପୂରଣ କରିବାକୁ ପଡିବ । ପରେ ଏହାକୁ ଭରି ଦାଖଲ କରିବା ପରେ କ୍ଲିକ କରିଲେ ହିଁ ଆଧାରକାର୍ଡ ସହ ଜଡିତ ବା ଲିଙ୍କ ହୋଇଥିବା ମୋବାଇଲ ନମ୍ବର ଜଣା ପଡିଯିବ । ଏହାବାଦ ଜଣେ ଅଲଗା ମୋବାଇଲ ନମ୍ବରର ବ୍ୟବହାର କରି ମଧ୍ୟ ଏହାକୁ ଜାଣି ପାରିବ ।

Get real time updates directly on you device, subscribe now.