fbpx

(Video): ନିର୍ଦ୍ଦେଶକ ଦେଇଥିଲେ ଏହି ହଟ ଆଣ୍ଡ ବୋଲ୍ଡ ଅଭିନେତ୍ରୀଙ୍କୁ ଚେତାବନୀ, ଅଭିନେତ୍ରୀଙ୍କ ଖୁଲାସା, କହିଲେ…

ଓଡିଶା ଭାସ୍କର: ଅଭିନେତା ରାଘବ ଜୁୟାଲ ନିକଟରେ ସିନେମା ‘କିଲ’ ରେ ନଜର ଆସିଥିଲେ । ଏହି ସିନେମାରେ ତାଙ୍କର ସକାମକୁ ମଧ୍ୟ ବେଶ୍ ପସନ୍ଦ କରାଯାଇଥିଲା । ଏବେ ଅଭିନେତା ରାଘବ ଜୁୟାଲ ୱେବ ସିରିଜ ‘ଗ୍ୟାରହ ଗ୍ୟାରହ’ ରେ ଦେଖିବାକୁ ମିଳୁଛନ୍ତି । ZEE 5 ରେ ଏହି ସିରିଜର ଷ୍ଟ୍ରିମିଂ ହେଉଛି । ନିକଟରେ ଏହି ସିରିଜର ପ୍ରିମିୟର ମଧ୍ୟ ଅନୁଷ୍ଠିତ ହୋଇସାରିଛି । ‘ଗ୍ୟାରହ ଗ୍ୟାରହ’ ଦର୍ଶକଙ୍କୁ ମଧ୍ୟ ବେଶ୍ ପସନ୍ଦ ଆସୁଛି ।

କହିରଖୁ ଏହି ୱେବ ସିରିଜ କୋରିୟନ ଡ୍ରାମା ‘ସିଗ୍ନଲ’ ର ହିନ୍ଦୀ ରିମେକ । ଏହି ୱେବ ସିରିଜରେ ଅଭିନୟ କରୁଥିବା ହଟ ଆଣ୍ଡ ବୋଲ୍ଡ ତଥା ସେକ୍ସି ଅଭିନେତ୍ରୀ କୃତିକା କାମରାଙ୍କୁ ଏହାର ନିର୍ଦ୍ଦେଶକ ଉମେଶ ବିଷ୍ଟ ଚେତାବନୀ ଦେଇଥିଲେ । ଯାହାକୁ ନେଇ ଏବେ ସେ ସାର୍ବଜନୀନ ଭାବରେ ଖୁଲାସା କରିଛନ୍ତି । କଥା କ’ଣ କି! କୃତିକା କହିଛନ୍ତି ଯେ, ତାଙ୍କୁ ନିର୍ଦ୍ଦେଶକ ଉମେଶ ବିଷ୍ଟ କୋରିୟନ ଡ୍ରାମା ‘ସିଗ୍ନଲ’ ନ ଦେଖିବା ପାଇଁ କହିଥିଲେ ।

ପ୍ରକାଶଥାଉ ଯେ, ଏହି ୱେବ ସିରିଜରେ କୃତିକା ଓ ରାଘବଙ୍କ ସହ ଧୈର୍ଯ୍ୟ କରୱା ଓ ମୁକ୍ତି ମୋହନ ଅଭିନୟ କରିଛନ୍ତି । କୃତିକା ଆହୁରି କହିଛନ୍ତି ଯେ, ସେ ‘ସିଗ୍ନଲ’ କୁ ନେଇ ବେଶ୍ ଉତ୍ସାହିତ ଥିଲେ । କିନ୍ତୁ, ତାଙ୍କର ନିର୍ଦ୍ଦେଶକ ତାଙ୍କୁ ‘ଗ୍ୟାରହ ଗ୍ୟାରହ’ ର ସୁଟିଂ ପୂର୍ବରୁ ଏହାକୁ ନ ଦେଖିବା ପାଇଁ ବିଶେଷରୂପରେ ମନା କରିଥିଲେ । ସେପଟେ ଧୈର୍ଯ୍ୟ କରୱା ମଧ୍ୟ ଏହାକୁ ନ ଦେଖିବାକୁ ନେଇ କହିଛନ୍ତି ଯେ, ବାସ୍ତବରେ ନିର୍ଦ୍ଦେଶକଙ୍କ କଥା ମାନିବାରୁ ସେମାନଙ୍କୁ ଲାଭ ଦେଇଛି । ସେମାନେ ନିଜର ୧୦୦ ପ୍ରତିଶତ ଦେଇ ଅଭିନୟ କରିଛନ୍ତି । ଯାହାକି ତାଙ୍କର ନିଜସ୍ୱ ଷ୍ଟାଇଲେ । ଯଦି ସୁଟିଂ ପୂର୍ବରୁ ‘ସିଗ୍ନଲ’ ଦେଖି ଥାଆନ୍ତେ ଏହା ଭିନ୍ନ ବି ହୋଇ ଥାଆନ୍ତା ।

Get real time updates directly on you device, subscribe now.