fbpx

Video; ଆମ୍ବରେ ମୋମୋସ୍ ତିଆରି କଲେ ବ୍ୟକ୍ତି, ନିଆରା ସ୍ୱାଦରେ ଲୋକଙ୍କ ମନ ମହୁଛି ଏହି ‘ମ୍ୟାଙ୍ଗୋ ମୋମୋସ୍’ 

ନୂଆଦିଲ୍ଲୀ: ବଜାରରେ ଦିନକୁ ଦିନ ବଢ଼ି ଚାଲିଛି ‘ମୋମୋସ୍’ର ଚାହିଦା । ସାରା ବିଶ୍ୱରେ ଲୋକପ୍ରିୟତା ହାସଲ କରିସାରିଲାଣି ଏହି ବିଦେଶୀ ବ୍ୟଞ୍ଜନ ‘ମୋମୋସ୍’ । ‘ମୋମୋସ୍’ ଭିତରେ ସବୁଠୁ ସ୍ୱାଦିଷ୍ଟ ତନ୍ଦୁରି ମୋମୋସ୍ । କ୍ରିସ୍ପି ଫ୍ରାଇଡ୍ ଚିକେନ୍ ମୋମୋସ୍ କଥା ନ କହିବା ଭଲ । ବଜାରରେ ବିଭିନ୍ନ ପ୍ରକାରର ମୋମୋସ୍ ମିଳିଥାଏ । ବର୍ତ୍ତମାନ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି ମୋମୋଜ୍ ।

ଆଉ ଏବେ ନୂଆକରି ଆମ୍ବ ମୋମୋଜ୍ ବି ବଜାରକୁ ଆସିଛି । ଜଣେ ଫୁଡ୍ ଭ୍ଲଗରଙ୍କ ଦ୍ୱାରା ସେୟାର କରାଯାଇଥିବା ଏହି କ୍ଲିପ୍ ରେ ଦୋକାନୀ ଜଣକ କହିଛନ୍ତି ଯେ ଏହି ନିଆରା ଖାଦ୍ୟ ସିକନ୍ଦର ନାମକ ତାଙ୍କ ସାଥୀଙ୍କ ଠାରୁ ପ୍ରେରିତ । ଯିଏ କି ତାଙ୍କ ମୋମୋ ଅମଲେଟ୍ ପାଇଁ ଭାଇରାଲ ହୋଇଥିଲେ । ଭିଡିଓରେ ଦୋକାନୀ କିଛି ମୋମୋସ୍ କୁ ଭଲ ଭାବରେ ଭାଜୁଛନ୍ତି ।

ତା’ପରେ ସେ ଏକ ସସରେ ଆମ୍ବ ସ୍ଲାଇସ୍ ମିଶାଇ ମାଜାର ଏକ ପୂରା ବୋତଲ ଢାଳିଦେଉଛନ୍ତି । ଏହାପରେ ସେ ଲାଲ ଲଙ୍କା ଗୁଣ୍ଡ ସିଞ୍ଚି ପ୍ୟାନ୍ ରେ ବହୁତ କ୍ରିମ୍ ମିଶାଇ ଗରମ କରୁଛନ୍ତି । ଶେଷରେ, ସେ ମାଜା ସସ୍ ରେ ମୋମୋ ମିଶାଇ କ୍ରିମ୍ ରେ ସଜାଇଦେଉଛନ୍ତି । ଭିଡିଓଟି ବର୍ତ୍ତମାନ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହେବାରେ ଲାଗିଛି ।

 

View this post on Instagram

 

A post shared by Made For Foodie (@madeforfoodie)

Get real time updates directly on you device, subscribe now.