fbpx

ଛଟେଇ ରାସ୍ତାରେ ଏହି ବଡ଼ ଆଇଟି କମ୍ପାନୀ, ଚାକିରିରୁ ବାହାରିବେ ଶତାଧିକ କର୍ମଚାରୀ

ନୂଆଦିଲ୍ଲୀ: ଆଇଟି ସେକ୍ଟରରେ ୨୦୨୩ ବର୍ଷ ଆରମ୍ଭରୁ ଛଟେଇ ଏପର୍ଯ୍ୟନ୍ତ ଚାଲିଆସିଛି। କର୍ମଚାରୀଙ୍କୁ ଗୋଟିଏ ପରେ ଗୋଟିଏ ବଡ଼ ବଡ଼ କମ୍ପାନୀରୁ ଛଟେଇ କରାଯାଉଛି। ବର୍ତ୍ତମାନ ଏପରି କିଛି ଅବସ୍ଥା କଲ ସେଣ୍ଟର ସଫ୍ଟ ୱେୟାର କମ୍ପାନୀ ଫାଇଭ୯ର କର୍ମଚାରୀଙ୍କ ସହ ଘଟିଛି। ଫାଇଭ୯ ନିଜ କର୍ମଚାରୀଙ୍କ ମଧ୍ୟରୁ ୭ ପ୍ରତିଶତ ଛଟେଇ କରିଛନ୍ତି। କମ୍ପାନୀ ଏହି ନିଷ୍ପତ୍ତିର ପ୍ରଭାବ ୨୦୦ ରୁ ଅଧିକ କର୍ମଚାରୀଙ୍କ ଉପରେ ପଡିବ।

ଫାଇଭ୯ ସିଇଓ ମାଇକ ବର୍କଲ୍ୟାଣ୍ଡ ଛଟେଇର ଏହି ନିଷ୍ପତ୍ତି ବିଷୟରେ କର୍ମଚାରୀମାନଙ୍କୁ ଏକ ଇମେଲ ଜରିଆରେ ସୂଚନା ଦେଇଛନ୍ତି। ଏଥିସହ ଫାଇଭ୯ ରେଗୁଲେଟରୀ ଫାଇଲିଙ୍ଗରେ ମଧ୍ୟ ଏହାର ଘୋଷଣା କରିଛନ୍ତି। ମାଇକ ବର୍କଲ୍ୟାଣ୍ଡ ଲେଖିଛନ୍ତି ଯେ, ଆମେ ନିଜ କର୍ମଚାରୀମାନଙ୍କୁ ବାହାର କରିବାର ନିଷ୍ପତ୍ତି ନେବାକୁ ପଡୁଛି। କମ୍ପାନୀରେ ପାଖାପାଖି ୨୬୮୪ ସ୍ଥାୟୀ କର୍ମଚାରୀ ଅଛନ୍ତି। ଏଥିରୁ ପାଖାପାଖି ୨୦୦ ଲୋକଙ୍କୁ ଘରକୁ ପଠାଯିବ। କମ୍ପାନୀର ସିଇଓ କହିଛନ୍ତି ଯେ, ଆମେ ପ୍ରଫିଟ ସହ ଗ୍ରୋଥକୁ ଧ୍ୟାନରେ ରଖିଛୁ। ଏଥିସହ ସେୟାରହୋଲ୍ଡର୍ସଙ୍କୁ ମଧ୍ୟ ସନ୍ତୁଷ୍ଟ ରଖିବାକୁ ପଡିବ।

କମ୍ପାନୀ ରେଗୁଲେଟରୀ ଫାଇଲିଙ୍ଗକୁ କହିଛି ଯେ, ତାଙ୍କୁ ଏହି ଛଟେଇ ଯୋଗୁଁ କର୍ମଚାରୀମାନଙ୍କୁ ୧.୨ କୋଟି ଡଲାରରୁ ନେଇ ୧.୫ କୋଟି ଡଲାର ପର୍ଯ୍ୟନ୍ତ ଦେବାକୁ ପଡିବ। ଏହି ଟଙ୍କାକୁ କମ୍ପାନୀ ତୃତୀୟ ଏବଂ ଚତୁର୍ଥ ତ୍ରୟମାସିକରେ ପେମେଣ୍ଟ କରିବ। ଫାଇଭ୯ ସହ ପାଖାପାଖି ୧୪୦୦ କମ୍ପାନୀଗୁଡିକ ଯୋଡି ହୋଇଛି।

Get real time updates directly on you device, subscribe now.