fbpx

ରେଳବାଇକୁ ପ୍ରତିବର୍ଷ ୮ ଲକ୍ଷ ଟଙ୍କା ଦେଇ ଟ୍ରେନକୁ କରିଛନ୍ତି ନିଜ ଘର, ସବୁଆଡେ ଚାଲିଛି ଯୁବକଙ୍କ ଚର୍ଚ୍ଚା

ଭାରତରେ ଟ୍ରେନ୍ କୁ ଭାରତର ଲାଇଫ୍ ଲାଇନ୍ କୁହାଯାଏ । ଭାରତରେ କୋଟି କୋଟି ଯାତ୍ରୀ ଟ୍ରେନରେ ଯାତ୍ରା କରନ୍ତି । କେବଳ ଭାରତରେ ନୁହେଁ ସମଗ୍ର ବିଶ୍ୱରେ ଟ୍ରେନ୍ ଗୁରୁତ୍ୱପୂର୍ଣ୍ଣ ।

ତେବେ ବର୍ତ୍ତମାନ ଭାରତର ସମସ୍ତ ଟ୍ରେନରେ ବିଶ୍ୱ ସ୍ତରୀୟ ସୁବିଧା ଉପଲବ୍ଧ ନାହିଁ । କିନ୍ତୁ ବିଦେଶରେ ଅଧିକାଂଶ ଟ୍ରେନ୍ ରହିଛି, ଯେଉଁଥିରେ ଆପଣଙ୍କୁ ବହୁତ ସୁବିଧା ମିଳିବ ।
ସୁବିଧା ଏତେ ଅଧିକ ଯେ ଜର୍ମାନୀର ଜଣେ ୧୭ ବର୍ଷର ବାଳକ ଟ୍ରେନକୁ ତାଙ୍କ ଘର କରିଛନ୍ତି । ଏହା ଶୁଣିବା ପରେ ଆପଣ ନିଶ୍ଚିତ ଭାବରେ ଟିକେ ଅଜବ ଏବଂ ଅଦ୍ଭୁତ ଅନୁଭବ କରିବେ କିନ୍ତୁ ଏହି ଖବରଟି ସତ । ଜର୍ମାନୀର ଲାସେ ଷ୍ଟାଲି ବର୍ଷସାରା ଏକ ଟ୍ରେନରେ ରୁହନ୍ତି । ସେ କାମ କରନ୍ତି, ବଞ୍ଚନ୍ତି, ଖାଆନ୍ତି-ପିଅନ୍ତି, ସବୁକିଛି ଟ୍ରେନରେ କରନ୍ତି । ଲାସେ ଷ୍ଟାଲିଙ୍କ ଏହି କାରନାମା ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।

ଟ୍ରେନରେ ରହିବାକୁ ୮ ଲକ୍ଷ ଭଡା :-

ଜର୍ମାନୀର ୧୭ ବର୍ଷିୟ ଲାସେ ଷ୍ଟାଲି ବୃତ୍ତିରେ ଜଣେ କୋଡର୍ । ସେ ଦୀର୍ଘ ଦିନ ଧରି ଟ୍ରେନରେ ନିଜ ଜୀବନ ବିତାଉଛନ୍ତି । ଏହି ସମୟ ମଧ୍ୟରେ ସେ ବହୁତ ଯାତ୍ରା କରନ୍ତି ଏବଂ ପୁଣି ଟ୍ରେନକୁ ଫେରି ଆସନ୍ତି । ତାଙ୍କର ସମସ୍ତ ନୈନନ୍ଦିନ କାର୍ଯ୍ୟ ଯେପରିକି ପୋଷାକ ଧୋଇବା, ଖାଇବା, ପିଇବା, ଗାଧୋଇବା ଇତ୍ୟାଦି ଟ୍ରେନରେ ଯାତ୍ରା କରିବା ସମୟରେ କରନ୍ତି । ଗାଧୋଇବା ପାଇଁ ସେ ଏକ ପବ୍ଲିକ୍ ସୁଇମିଂ ପୁଲ୍ କିମ୍ବା ଏକ ପବ୍ଲିକ୍ ଫାସିଲିଟ୍ ବ୍ୟବହାର କରନ୍ତି ।

ସେ ଟ୍ରେନରେ ସ୍ଥାପିତ ସିଙ୍କରେ ନିଜର ପୋଷାକ ଧୋଇ ଦିଅନ୍ତି । ଏହି ରୋମାଞ୍ଚକର ଯାତ୍ରା ପାଇଁ ଲାସେ ଷ୍ଟାଲି ୧୦ ହଜାର ଡଲାର ଅର୍ଥାତ୍ ୮.୩ ଲକ୍ଷ ଭାରତୀୟ ଟଙ୍କା ପ୍ରଦାନ କରନ୍ତି । ବର୍ତ୍ତମାନ ଲାସେ ଷ୍ଟାଲି ଟ୍ରେନରେ ନିଜ କୋଡିଂ କାମ କରନ୍ତି, ସମୟ ସମୟରେ ଓହ୍ଲାଇ ବିଭିନ୍ନ ସ୍ଥାନକୁ ଯାତ୍ରା କରନ୍ତି ।

ଜର୍ମାନୀରୁ ୟୁରୋପର ବିଭିନ୍ନ ସହରକୁ ଯାତ୍ରା କରନ୍ତି :-

ଜର୍ମାନୀର ଲାସେ ଷ୍ଟାଲି ଟ୍ରେନ୍ ଯୋଗେ ତାଙ୍କ ଦେଶ ଜର୍ମାନୀରୁ ୟୁରୋପର ବିଭିନ୍ନ ସହରକୁ ଯାତ୍ରା କରନ୍ତି । ସେ ନିଜ ଟ୍ରେନ୍ ଯାତ୍ରା କିମ୍ବା ଇନଷ୍ଟାଗ୍ରାମରେ ତାଙ୍କ ଜୀବନ ବିଷୟରେ ପୋଷ୍ଟିଂ ଜାରି ରଖିଛନ୍ତି । ତାଙ୍କ ଅଫିସିଆଲ୍ ଇନଷ୍ଟାଗ୍ରାମ ଆକାଉଣ୍ଟରେ ପୋଷ୍ଟ କରି ସେ ଲେଖିଛନ୍ତି: ‘ଟ୍ରେନରେ ରହିବା ମୋତେ ଏପରି ସ୍ୱାଧୀନତା ଦେଇଥାଏ, ଯାହାକି ସକାଳେ ବାଲ୍ଟିକ୍ ସାଗର ନିକଟରେ ଜଳଖିଆ କଲେ ସନ୍ଧ୍ୟାରେ ମୁଁ ଆଲପ୍ସରେ ସୂର୍ଯ୍ୟାସ୍ତକୁ ଉପଭୋଗ କରେ । ସମ୍ଭାବନା ଅସୀମ । ‘

Get real time updates directly on you device, subscribe now.