fbpx

ଆସନ୍ତା ଡିସେମ୍ବରରେ ଜାରି ହେବ ନୂଆ ୫୦୦୦ ଟଙ୍କିଆ ନୋଟ୍: ପାକିସ୍ତାନ କେନ୍ଦ୍ରୀୟ ବ୍ୟାଙ୍କର ବଡ଼ ଘୋଷଣା

ନୂଆଦିଲ୍ଲୀ: ଭାରତର ପଡ଼ୋଶୀ ଦେଶ ପାକିସ୍ତାନ ନିଜର ଅର୍ଥବ୍ୟବସ୍ଥାକୁ ମଜବୁତ କରିବା ପାଇଁ ଯଥା ସମ୍ଭବ ପ୍ରୟାସ ଜାରି ରଖିଛି । ପାକିସ୍ତାନ ବିଶ୍ୱ ବ୍ୟାଙ୍କରୁ ଲୁଣ ଆଣି ଘରୋଇ ସ୍ତରରେ ସମସ୍ତ ଛୋଟ ପଦକ୍ଷେପ ଗ୍ରହଣ କରୁଛି । ଏବେ ପାକିସ୍ତାନ କେନ୍ଦ୍ରୀୟ ବ୍ୟାଙ୍କ ଏକ ବଡ଼ ଘୋଷଣା କରିଛି । ଚଳିତ ବର୍ଷ ଶେଷରେ ଏକ ନୂଆ ପଲିମର ପ୍ଲାଷ୍ଟିକ୍ ମୁଦ୍ରା ବ୍ୟାଙ୍କ ନୋଟ ଅଣାଯିବ । ସୁରକ୍ଷା ଓ ହୋଲୋଗ୍ରାମ ସୁବିଧା ପାଇଁ ବର୍ତ୍ତମାନର ସମସ୍ତ ବ୍ୟାଙ୍କ ନୋଟଗୁଡ଼ିକୁ କେନ୍ଦ୍ରୀୟ ବ୍ୟାଙ୍କ ପୁନର୍ବାର ଡିଜାଇନ କରିବ ବୋଲି ନିଷ୍ପତ୍ତି ନେଇଛି ।

ଷ୍ଟେଟ ବ୍ୟାଙ୍କ ଅଫ୍ ଗଭର୍ଣ୍ଣର ଜମୀଲ ଅହମଦ ଇସଲାମାବାଦରେ ବ୍ୟାଙ୍କିଂ ଓ ବିତ୍ତ ଉପରେ ସିନେଟ କମିଟିକୁ କହିଛନ୍ତି ଯେ, ଚଳିତ ବର୍ଷ ଡିସେମ୍ବର ସୁଦ୍ଧା ବର୍ତ୍ତମାନ ସମସ୍ତ କାଗଜ ନୋଟକୁ ନୂଆ ସୁରକ୍ଷା ବିଶେଷତା ସହିତ ପୁନର୍ବାର ଡିଜାଇନ କରାଯିବ । ୧୦, ୫୦, ୧୦୦, ୫୦୦, ୧୦୦୦ ଓ ୫୦୦୦ ଟଙ୍କାର ମୂଲ୍ୟବର୍ଗରେ ନୂଆ ଡିଜାଇନ ଯୁକ୍ତ ବ୍ୟାଙ୍କ ନୋଟ ଡିସମ୍ବେରରେ ଜାରି କରାଯିବ ବୋଲି ସେ କହିଛନ୍ତି ।

ସୂଚନାଯୋଗ୍ୟ ଯେ, ବର୍ତ୍ତମାନ ପାଖାପାଖି ୪୦ଟି ଦେଶ ପଲିମର ପ୍ଲାଷ୍ଟିକ ବ୍ୟାଙ୍କ ନୋଟର ଉପଯୋଗ କରୁଛନ୍ତି । ସେହି ନୋଟର ନକଲ କରିବା କଠିନ ହୋଇଥାଏ ଓ ସେଥିରେ ହୋଲୋଗ୍ରାମ ରହିଥିବାରୁ ତାହା ଅଧିକ ସୁରକ୍ଷା ପ୍ରଦାନ କରିଥାଏ । ଅଷ୍ଟ୍ରେଲିଆ ୧୯୯୮ରେ ପ୍ରଥମ ଦେଶ ଭାବେ ପଲିମର ବ୍ୟାଙ୍କ ନୋଟ ଆରମ୍ଭ କରିଥିଲା । ତେବେ ୫୦୦୦ ହଜାର ଟଙ୍କିଆ ନୋଟକୁ ବନ୍ଦ କରିବାର କୌଣସି ଯୋଜନା ନାହିଁ ବୋଲି ଗଭର୍ଣ୍ଣର ଅହମଦ କହିଛନ୍ତି ।

Get real time updates directly on you device, subscribe now.