fbpx

ବଦଳିପାରେ ହରିୟାଣା ବିଧାନସଭା ନିର୍ବାଚନ ତାରିଖ, ନୂତନ ତାରିଖ ଘୋଷଣା କରିପାରନ୍ତି ନିର୍ବାଚନ ଆୟୋଗ

ଚଣ୍ଡିଗଡ଼: ହରିୟାଣାର ୯୦ଟି ଆସନ ପାଇଁ ବିଧାନସଭା ନିର୍ବାଚନ ତାରିଖରେ ପରିବର୍ତ୍ତନ ହୋଇପାରେ । ଏନେଇ ମଙ୍ଗଳବାର ବିଭିନ୍ନ ରାଜନୈତିକ ଦଳର ଅନୁରୋଧ କ୍ରମେ ନିର୍ବାଚନ ଆୟୋଗର ଏକ ବୈଠକରେ ନିଷ୍ପତ୍ତି ହୋଇପାରେ । ହରିୟାଣା ବିଧାନସଭା ନିର୍ବାଚନ ତାରିଖ ପରିବର୍ତ୍ତନ କରିବା ନେଇ ବିଜେପି ଦାବି କରିଛି ।

କହିରଖୁଛୁ ଅକ୍ଟୋବର ୧ରେ ହରିୟାଣାରେ ଭୋଟ୍ ଗ୍ରହଣ ଏବଂ ଅକ୍ଟୋବର ୪ରେ ଭୋଟ୍ ଗଣତି ପରେ ଫଳାଫଳ ପ୍ରକାଶ ପାଇବ । ତେବେ ନିର୍ବାଚନା ଆୟୋଗର ସୂତ୍ର ଅନୁଯାୟୀ ୧ ଅକ୍ଟୋବର ପରିବର୍ତ୍ତେ ୭ କିମ୍ବା ୮ ଅକ୍ଟୋବରକୁ ଭୋଟ୍ ଗ୍ରହଣ ହୋଇପାରେ । ସେହି କ୍ରମରେ ଭୋଟ୍ ଗଣତି ତାରିଖରେ ମଧ୍ୟ ପରିବର୍ତ୍ତନ କରାଯିବ । ହରିୟାଣା ବିଜେପି ଅଧ୍ୟକ୍ଷ ମୋହନ ଲାଲ ବଡୋଲୀ ନିର୍ବାଚନ ତାରିଖ ପରିବର୍ତ୍ତନ କରିବା ନେଇ ନିର୍ବାଚନ ଆୟୋଗଙ୍କ ନିକଟକୁ ଏକ ପତ୍ର ଲେଖିଥିଲେ । ପତ୍ରରେ ଉଲ୍ଲେଖ କରିଥିଲେ କି ୧ ଅକ୍ଟୋବର ପୂର୍ବରୁ ଏବଂ ପରେ ଅନେକ ଛୁଟି ରହିଛି ଯେଉଁଥିପାଇଁ ମତଦାନ ପ୍ରତିଶତ ପ୍ରଭାବିତ ହୋଇପାରେ । ତେଣୁ ମତଦାନ ତାରିଖରେ ପରିବର୍ତ୍ତନ ହେବା ଉଚିତ ।

Get real time updates directly on you device, subscribe now.