fbpx

ଆପଲର ଏହି ପ୍ଲାନ୍ ଚୀନ ଉପରେ ପଡ଼ିବ ଭାରି, ଭାରତରେ ସୃଷ୍ଟି ହେବ ନିଯୁକ୍ତି ସୁଯୋଗ

ନୂଆଦିଲ୍ଲୀ: ବିଶିଷ୍ଟ ଟେକ୍ କମ୍ପାନୀ ଆପଲ । କେବଳ ଦେଶ ନୁହେଁ ବିଦେଶରେ ମଧ୍ୟ ଆପଲର ଲୋକପ୍ରିୟତା ବୃଦ୍ଧି ପାଇବାରେ ଲାଗିଛି । ବର୍ତ୍ତମାନ ଆପଲ କମ୍ପାନୀ ଚୀନରୁ ଓହରି ଯାଇ ଭାରତରେ ଏହାର ଉତ୍ପାଦନ ବୃଦ୍ଧି କରିବା ପାଇଁ ନିଷ୍ପତ୍ତି ନେଇଛି । ଭାରତୀୟମାନେ ଏହାର ସୀଧାସଳଖ ଲାଭ ପାଇବେ ବୋଲି ଆଶା କରାଯାଉଛି । ଇକୋନୋମିକ୍ସ ଟାଇମ୍ସର ଏକ ରିପୋର୍ଟ ଅନୁଯାୟୀ ୨୦୨୫ ଶେଷ ସୁଦ୍ଧା ୬ ଲକ୍ଷ ଚାକିରି ସୃଷ୍ଟି ହେବ ।

ରିପୋର୍ଟରୁ ପ୍ରକାଶ ନିକଟରେ ଆପଲ ୩ଟି ବିଶିଷ୍ଟ କମ୍ପାନୀ ଯଥା ଫକ୍ସକନ୍‌, ଭିଷ୍ଟ୍ରନ୍ (ବର୍ତ୍ତମାନ ଟାଟା ଇଲେକ୍ଟ୍ରୋନିକ୍ସ) ଏବଂ ପେଗାଟ୍ରନ୍ ସହ କଣ୍ଟ୍ରାକ୍ଟ କରିଥିଲା । ପେଗାଟ୍ରନ୍ ୮୦ ହଜାରରୁ ଉର୍ଦ୍ଧ୍ୱ ନିଯୁକ୍ତି ସୁଯୋଗ ସୃଷ୍ଟି କରିଛି । ଏହା ବ୍ୟତୀତ ସଲକାମ୍ପ, ସନଭୋଡା, ଏଟିଏଲ ଏବଂ ଜାବିଲ ଭଳି କମ୍ପାନୀ ପ୍ରାୟ ୮୪ ହଜାର ନିଯୁକ୍ତି ସୁଯୋଗ ସୃଷ୍ଟି କରିଛନ୍ତି । ୨୦୨୦ରେ ନୂତନ ଯୋଜନା ଆରମ୍ଭ ହେବା ପରେ ଆପଲ ଏବଂ ଏହା ସହ କାମ କରୁଥିବା କମ୍ପାନୀ ପ୍ରାୟ ୧. ୬୫ ଲକ୍ଷ ରୋଜଗାର ଅବସର ସୃଷ୍ଟି କରିଛନ୍ତି । କହିରଖୁଛୁ ତାମିଲନାଡୁର ହୋସୁରରେ ଆପଲ ଗ୍ରୁପର ଏକ ନୂତନ କାରଖାନା ଅଛି । ସେଠାରେ ଧୀରେ ଧୀରେ ୫୦ ହଜାର ଲୋକଙ୍କୁ ନିଯୁକ୍ତି ଦିଆଯିବ । ଏହି ପ୍ଲାଣ୍ଟରେ ଉତ୍ତରାଖଣ୍ଡର ମହିଳାଙ୍କୁ ବି ସୁଯୋଗ ଦିଆଯିବ । ଏହି କାରଖାନାରେ ଅକ୍ଟୋବରରୁ iPhone ନିର୍ମାଣ କାମ ଆରମ୍ଭ ହେବ । ସମୟକ୍ରମେ ଧୀରେ ଧୀରେ ଉତ୍ପାଦନ ବୃଦ୍ଧି କରାଯିବ । ୨୦୨୧ରେ ଆପଲ ଭାରତରେ iPhone ଉତ୍ପାଦନ ଆରମ୍ଭ କରିଥିଲା । ଏହା ପରେ ଏଥିରେ କ୍ରମାଗତ ବୃଦ୍ଧି ପରିଲିଖିତ ହୋଇଛି । ୨୦୨୪ ଆର୍ଥିକ ବର୍ଷରେ ଆପଲର iPhone ଉତ୍ପାଦନ ୧.୨୦ ଲକ୍ଷ କୋଟି ଟଙ୍କା ପର୍ଯ୍ୟନ୍ତ ପହଞ୍ଚିଛି ସେଥିମଧ୍ୟରୁ ୮୫ ହଜାର କୋଟି ଟଙ୍କାର ରପ୍ତାନୀ ହେଉଛି । ଆପଲର ଉତ୍ପାଦନ ବୃଦ୍ଧି ହେତୁ ଭାରତ ଏହି କମ୍ପାନୀର ଗ୍ଲୋବାଲ ସପ୍ଲାଇ ଚେନର ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ ପାଲଟିଛି । ଏହି କମ୍ପାନୀର ମୋଟ୍ ଉତ୍ପାଦନରେ ଯୋଗଦାନ ପ୍ରାୟ ୧୪% ରହିଥାଏ ।

Get real time updates directly on you device, subscribe now.