fbpx

ରାଜ୍ୟରେ ପୂରଣ ହେବ ୧୪୮୭ଟି GRS ପଦ: ଗ୍ରାମ ରୋଜଗାର ସେବକ ନିଯୁକ୍ତି ପାଇଁ ୮ଟି ଜିଲ୍ଲାରେ ପ୍ରକାଶ ପାଇଲା ବିଜ୍ଞପ୍ତି

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟରେ ପୂରଣ ହେବ ପାଖାପାଖି ୧୫୦୦ ଗ୍ରାମ ରୋଜଗାର ସେବକ (ଜିଆରଏସ) ପଦ । ନିକଟରେ କିଛି ଜିଲ୍ଲାରେ ଏନେଇ ବିଜ୍ଞପ୍ତି ପ୍ରକାଶ ପାଇଥିବା ବେଳେ ଏବେ ପୁଣି ଆଉ କିଛି ଜିଲ୍ଲାରେ ଅନେକ ପଦ ପୂରଣ ହେବ । ରାଜ୍ୟ ସରକାରଙ୍କର ୮ଟି ଜିଲ୍ଲାରେ ଜିଆରଏସ ପଦ ପୂରଣ ହେବ । ତେଣୁ ଇଚ୍ଛୁକ ପ୍ରାର୍ଥୀମାନେ ତଳେ ଦିଆଯାଇଥିବା ନୋଟିଫିକେସନ ଓ ଜିଲ୍ଲାର ଅଫିସିଆଲ ୱେବସାଇଟକୁ ଯାଇ ଏ ବାବଦରେ ସବିଶେଷ ତଥ୍ୟ ପାଇ ପାରିବେ ।

କେଉଁଝର ଜିଲ୍ଲାରେ ୨୬୬ଟି, ବୌଦ୍ଧରେ ୪୫ଟି, ବାଲେଶ୍ୱରରେ ୩୨୭ଟି, ନୂଆପଡ଼ାରେ ୬୩ଟି, ମାଲକାନଗିରିରେ ୮୮ଟି, ନୟାଗଡ଼ରେ ୧୫୬ଟି, ଗଞ୍ଜାମରେ ୩୭୫ଟି ଓ କୋରାପୁଟରେ ୧୬୭ଟି ପଦ ଖାଲି ରହିଛି । ଏପରି ଭାବେ ୮ଟି ଜିଲ୍ଲାରେ ୧୪୮୭ଟି ପଦ ଖାଲି ରହିଛି । କେନ୍ଦୁଝର ଜିଲ୍ଲା ପାଇଁ ଆବେଦନ କରୁଥିବା ପ୍ରାର୍ଥୀଙ୍କ ପାଇଁ ଅନ୍ତିମ ତାରିଖ ସେପ୍ଟେମ୍ବର ୨୬ ରହିଛି । ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମନିଯୁକ୍ତି ଆକ୍ଟ (ଏମଜିଏନଆରଇଜିଏ) ଅଧିନରେ ଏହି ନିଯୁକ୍ତି ଦିଆଯିବ ।

ନୂଆ କରି ନିଯୁକ୍ତି ପାଇଥିବା ପ୍ରାର୍ଥୀଙ୍କୁ ମାସିକ ବେତନ ୭ ହଜାର ଟଙ୍କା, ୧ ବର୍ଷରୁ ୬ ବର୍ଷରେ କାର୍ଯ୍ୟ କରିଥିବା ପ୍ରାର୍ଥୀଙ୍କୁ ୮୫୦୦ ଟଙ୍କା ପ୍ରଦାନ କରାଯିବ । ସେହିପରି ୬ ବର୍ଷରୁ ଅଧିକ ସମୟ ଧରି ସଫଳତାର ସହ କାର୍ଯ୍ୟ କରିବା ପରେ ପ୍ରାର୍ଥୀଙ୍କୁ ୮୮୮୦ ଟଙ୍କା ବେତନ ଦିଆଯିବ । ୟୁଆର, ଏସଇବିସି, ଏସସି, ଏସଟି ପ୍ରାର୍ଥୀଙ୍କ ପାଇଁ ପଦ ସଂରକ୍ଷିତ ରହିଛି । ପ୍ରାର୍ଥୀଙ୍କ ଶିକ୍ଷାଗତ ଯୋଗ୍ୟତା ଦ୍ୱାଦଶ ପାସ୍ ରହିଥିବା ଆବଶ୍ୟକ । ପ୍ରାର୍ଥୀ ଓଡ଼ିଆ ଭାଷାରେ କହିବା, ଲେଖିବା ଓ ପଢ଼ିବା ଭଲ ଭାବେ ଜାଣିଥିବା ଆବଶ୍ୟକ । ଚଳିତ ବର୍ଷ ଅଗଷ୍ଟ ମାସ ପହିଲା ସୁଦ୍ଧା ପ୍ରାର୍ଥୀଙ୍କର ସର୍ବନିମ୍ନ ବୟସ ୧୮ ବର୍ଷ ଓ ସର୍ବାଧିକ ବୟସ ୪୦ ବର୍ଷ ହୋଇଥିବା ଆବଶ୍ୟକ । ବୟସ କୋହଳ ନିୟମ ଅନୁଯାୟୀ ଧାର୍ଯ୍ୟ ହେବ ।

କେନ୍ଦୁଝର ଜିଲ୍ଲା ନୋଟିଫିକେସନ ଲିଙ୍କ: https://kendujhar.odisha.gov.in/sites/default/files/2024-08/4590%20%28Detail%20Advertisement%29.pdf

Get real time updates directly on you device, subscribe now.