fbpx

(Video) ବିହାରରେ ଗିରିରାଜ ସିଂହଙ୍କ ଉପରେ ଆକ୍ରମଣ: ପୋଷ୍ଟ ଶେୟାର କଲେ କେନ୍ଦ୍ରମନ୍ତ୍ରୀ

ନୂଆଦିଲ୍ଲୀ: କେନ୍ଦ୍ରମନ୍ତ୍ରୀ ଗିରିରାଜ ସିଂହଙ୍କ ଉପରେ ହୋଇଛି ଆକ୍ରମଣ । ବିହାରର ବେଗୁସରାଇରେ ଗିରିରାଜଙ୍କ ଉପରକୁ ଜଣେ ଯୁବକ ଆକ୍ରମଣ ଉଦ୍ୟମ କରିଥିବା ଜଣାପଡ଼ିଛି । ଏନେଇ ଗିରିରାଜ ନିଜ ସୋସିଆଲ ମିଡ଼ିଆ ପ୍ଲାଟଫର୍ମ ଏକ୍ସ’ରେ ଏକ ପୋଷ୍ଟ ଶେୟାର କରିବା ସହ ସେ କାହାକୁ ଡରନ୍ତି ନାହିଁ ବୋଲି କହିଛନ୍ତି । ବେଗୁସରାଇରେ ଜନତା ଦରବାର ଅବସରରେ କେନ୍ଦ୍ରମନ୍ତ୍ରୀଙ୍କୁ ଜଣେ ଯୁବକ ମୁଥ ମାରିବାକୁ ଉଦ୍ୟମ କରିଥିଲା । ମାତ୍ର ସେଠାରେ ଉପସ୍ଥିତ ଥିବା ସୁରକ୍ଷାକର୍ମୀମାନେ ଯୁବକଙ୍କୁ କାବୁ କରିନେଇଥିଲା । ଏବେ ଉକ୍ତ ଯୁବକଙ୍କୁ ପଚରାଉଚରା କରାଯାଉଛି ।

ଏହି ଅଘଟଣ ପରେ କେନ୍ଦ୍ରମନ୍ତ୍ରୀ ସୋସିଆଲ ମିଡ଼ିଆରେ ଏକ ପୋଷ୍ଟ ଶେୟାର କରି ଲେଖିଛନ୍ତି, ‘ମୁଁ ଗିରିରାଜ, ମୁଁ ସର୍ବଦା ସମାଜର ହିତ ସାଧନ ପାଇଁ କହିବା ଜାରି ରଖିବି ଓ ସଂଘର୍ଷ କରିବି । ଏହି ଆକ୍ରମଣରେ ମୁଁ ଭୟଭୀତ ନୁହେଁ । ବିହାରର ବେଗୁସରାଇ ସମେତ ସାରା ଦେଶରେ ଲେଣ୍ଡ ଜିହାଦ-ଜବ ଜିହାଦ ଓ ସାମ୍ପ୍ରଦାୟିକ ବାତାବରଣ ସୃଷ୍ଟି କରାଯାଉଛି । ଯିଏ ବି ସାମ୍ପ୍ରଦାୟିକ ସୌହାର୍ଦ୍ଦ୍ୟକୁ ବିଗାଡ଼ିବାକୁ ଚାହିଁବ, ତାଙ୍କ ବିରୋଧରେ ଆମର ସ୍ୱର ଉଠିବ ।’

Get real time updates directly on you device, subscribe now.