fbpx

ମହିଳାଙ୍କ ତୁଳନାରେ ପୁରୁଷଙ୍କୁ ସେରିୟାସିସ୍ ହେବାର ସମ୍ଭାବନା ଅଧିକ ରହିଛି, ଜାଣନ୍ତୁ ଏହାର ଲକ୍ଷଣ

ଓଡ଼ିଶା ଭାସ୍କର: ସୋରିୟାସିସ୍‌(Psoriasis) ହେଉଛି ଏକ ତ୍ୱଚା ଜନିତ ରୋଗ । ତ୍ୱଚା କୋଷଗୁଡ଼ିକର ଦୃତ ଗତିରେ ନିର୍ମାଣ ହେତୁ ଏହା ମୋଟା, ଲାଲ ଏବଂ ପ୍ୟାଚ୍ ଭଳି ଦେଖାଯାଇଥାଏ । ଏହା ଶରୀରର କହୁଣୀ, ଆଣ୍ଠୁ, ପିଠିର ତଳ ଅଂଶ ଏବଂ ମୁଣ୍ଡର ପାଖାପାଖି ଅଂଶକୁ ଅଧିକ ପ୍ରଭାବିତ କରିଥାଏ । ଏହା ଏକ ଅଟୋଇମ୍ୟୁନ୍ ରୋଗ ଯାହା ଶୁଖିଲା ଚର୍ମ କୋଷର ଏକ ପରତ ସୃଷ୍ଟି କରିଥାଏ । ଏହି ରୋଗ ବ୍ୟକ୍ତି ପାଇଁ ଶାରୀରିକ, ମାନସିକ ଓ ସାମାଜିକ ସ୍ତରରେ ସମସ୍ୟାର କାରଣ ପାଲଟି ଥାଏ । ପରିମାଣସ୍ୱରୂପ ବ୍ୟକ୍ତି ଡିପ୍ରେସନ୍ ଏବଂ ଏଙ୍ଗଜାଇଟିର ଶିକାର ହୋଇଥାଏ ।

ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ କହିବାନୁଯାୟୀ ହାତ ଏବଂ ପିଠିରେ ସୋସିୟାସିସର ପ୍ରଭାବ ଅଧିକ ଦେଖିବାକୁ ମିଳିଥାଏ । ପରେ ଧିରେ ଧିରେ ଏହରା ଶରୀରର ଅନ୍ୟ ଭାଗକୁ ବ୍ୟପିଥାଏ । ବୟସ ବଢ଼ିବା ସହ ଏହି ରୋଗ ଅଧିକ ବିପଜ୍ଜନକ ହୋଇଯାଏ । କହିବାକୁଗଲେ ସୋରିୟାସିସର କୌଣସି ଚିକିତ୍ସା ନାହିଁ କିନ୍ତୁ ଜୀବନଶେଳୀରେ ପରିବର୍ତ୍ତନ ଦ୍ୱାରା ଏହି ରୋଗ ଉପରେ ନିୟନ୍ତ୍ରର ରଖାଯାଇପାରିବ । ସୋରିୟାସିସ୍ ହେଲେ ନିମ୍ନଲିଖିତ ଲକ୍ଷଣ ଦେଖାଯାଇଥାଏ ।

– କୁଣ୍ଡିଆ ବା ଜ୍ୱଳନ ଭଳି ଅନୁଭବ କରିବା

– ନଖ ଫୁଲିବା

– ତ୍ୱଚା ପାଟିବା

– ନାଲି ଦାଗ

ସାଧାରଣତଃ ସୋରିୟାସିସ୍ ହେବାର ମୂଳ କାରଣ ହେଉଛି ଇମ୍ୟୁନ୍ ସିଷ୍ଟମରେ ସମସ୍ୟା । ଇମ୍ୟୁନ୍ ସିଷ୍ଟମ ଓଭରଆକ୍ଟିଭ ହେଲେ ଏହା ଶରୀରର ଭଲ କୋଷଗୁଡ଼ିକୁ ନଷ୍ଟ କରିବାକୁ ଲାଗେ ଯାହାର ପ୍ରଭାବ ତ୍ୱଚା ଉପରେ ପଡ଼ିଥାଏ । ପ୍ରାରମ୍ଭରେ ତ୍ୱଚା କୁଣ୍ଡେଇ ହେଲା ଭଳି ଲକ୍ଷଣ ଦେଖାଯାଇଥାଏ । ପରେ ତ୍ୱଚା ଉପରେ ଏକ ମୋଟା ପରତ ସୃଷ୍ଟି ହୋଇଥାଏ । ଅନେକ ଥର ଘା’ ବି ସୃଷ୍ଟି ହୁଏ । ସୋରିୟାସିସ୍ ପଛରେ ଜେନେଟିକ୍ କାରଣ ମଧ୍ୟ ରହିଛି । ଅପରପକ୍ଷରେ ମହିଳାଙ୍କ ତୁଳନାରେ ପୁରୁଷଙ୍କୁ ସୋରିୟାସିସ୍ ହେବାର ସମ୍ଭାବନା ଦୁଇ ଗୁଣା ରହିଛି କାରଣ ପୁରୁଷଙ୍କ ଇମ୍ୟୁନ୍ ସିଷ୍ଟମ୍ ଅଧିକ aggressive inflammatory responses ସୃଷ୍ଟି କରିଥାଏ ଯାହା ସୋରିୟାସିସ୍ ଭଳି ଅଟୋ ଇମ୍ୟୁନ୍ ରୋଗର ଆଶଙ୍କା ବୃଦ୍ଧି କରିଥାଏ । ମହିଳାଙ୍କ ତୁଳନାରେ ପୁରୁଷ ଅଧିକ ମଦ୍ୟପାନ, ଧୂମପାନ ଓ ବୃତ୍ତିଗତ ଚାପରେ ରହିଥାନ୍ତି ଯାହା ସୋରିୟାସିସ୍ ଲକ୍ଷଣର ବୃଦ୍ଧିରେ ସହାୟକ ହୋଇଥାଏ ।

ସୋରିୟାସିସ୍ ହେଲେ କ’ଣ କରିବା ଉଚିତ ନୁହେଁ

– ତ୍ୱଚା ଶୁଖିଲା ରଖନ୍ତୁ ନାହିଁ
– ଚର୍ମରେ କୁଣ୍ଡିଆ ହେଲେ ଡାକ୍ତରଙ୍କ ପରାମର୍ଶ ନିଅନ୍ତୁ
– ମଦ୍ୟପାନ ଠାରୁ ଦୂରେଇ ରୁହନ୍ତୁ

 

Get real time updates directly on you device, subscribe now.