fbpx

‘ସୁଶାସନ ପାଇଁ ପାରଦର୍ଶିତା ଏବଂ ଉତ୍ତମ ଯୋଗାଯୋଗ ଆବଶ୍ୟକ’; ‘false narratives’ବିରୋଧରେ ମୋଦୀଙ୍କ ମନ୍ତ୍ର

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶାସନରେ ଯୋଗାଯୋଗର ଗୁରୁତ୍ୱକୁ ସର୍ବଦା ବୁଝିଛନ୍ତି । ଜନସାଧାରଣଙ୍କ ବିଶ୍ୱାସ ଜିତିବା ପାଇଁ ପ୍ରଭାବଶାଳୀ ଯୋଗାଯୋଗ ଜରୁରୀ ଅଟେ । ନିକଟରେ ସରକାରଙ୍କ ନୀତି, ନିଷ୍ପତ୍ତି ଏବଂ ସଫଳତା ବିଷୟରେ ଜନସାଧାରଣଙ୍କୁ ସଠିକ ଏବଂ ସମୟାନୁବର୍ତ୍ତୀ ସୂଚନା ପ୍ରଦାନ କରିବାକୁ ମୋଦୀ ତାଙ୍କ ମନ୍ତ୍ରୀ ପରିଷଦ ଏବଂ ବରିଷ୍ଠ ଅଧିକାରୀଙ୍କ ସହ ହୋଇଥିବା ଏକ ବୈଠକରେ ନିର୍ଦ୍ଦେଶ ଦେଇଛନ୍ତି । ବିରୋଧିଙ୍କ ଦ୍ୱାରା ପ୍ରଚାର କରାଯାଉଥିବା ଏବଂ ସରକାରଙ୍କ ଉଦ୍ୟମକୁ ଦୁର୍ବଳ କରିବାରେ ମିଥ୍ୟା କାହାଣୀ ବା ‘false narratives’ର ମୁକାବିଲା କରିବା ପାଇଁ ଏଭଳି ପଦକ୍ଷେପ ନିଆଯାଇଛି । ଏହି ପଦକ୍ଷେପ ଶାସନରେ ସ୍ୱଚ୍ଛତା ଏବଂ ଉତ୍ତରଦାୟିତ୍ୱକୁ ମଧ୍ୟ ପ୍ରୋତ୍ସାହିତ କରିବ ।

ରାଜନୀତିରେ ଏଭଳି ମିଥ୍ୟା କାହାଣୀ ବା ‘false narratives’କୁ ନିୟନ୍ତ୍ରଣ କରିବା ଅତ୍ୟନ୍ତ ଆବଶ୍ୟକ । ଏହା ଜନସାଧାରଣଙ୍କ ମତାମତକୁ ପ୍ରଭାବିତ ଏବଂ ଧାରଣାକୁ ପରିବର୍ତ୍ତନ କରି ଶେଷରେ ନିର୍ବାଚନ ଫଳାଫଳକୁ ପ୍ରଭାବିତ କରିପାରେ । ଅଧିକାଂଶ ବିରୋଧୀ ସରକାରଙ୍କ ନୀତି ଏବଂ ପଦକ୍ଷେପ ଗୁଡ଼ିକରେ ତୃଟି ବାହାର କରିଥାନ୍ତି ଯାହା ସରକାରଙ୍କ କାର୍ଯ୍ୟଦକ୍ଷତା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଥାଏ । ବିଜେପି ସମ୍ବିଧାନରେ ପରିବର୍ତ୍ତନ ଆଣିବା ଏବଂ ଭାରତର ଗଣତାନ୍ତ୍ରିକ ଗଠନକୁ ଦୁର୍ବଳ କରୁଛି ବୋଲି କଂଗ୍ରେସ ନିକଟରେ ଅଭିଯୋଗ କରିଥିଲା । କିନ୍ତୁ ବିଜେପି ସମସ୍ତ ଅଭିଯୋଗକୁ ଦୃଢ଼ ଭାବେ ଅସ୍ୱିକାର କରିବା ସହ ବିରୋଧି କେବଳ ଜନସାଧାରଣଙ୍କୁ ବିଭ୍ରାନ୍ତ କରିବାକୁ ଚେଷ୍ଟା କରୁଥିବା କହିଥିଲା । ବିଜେପିର ଏଭଳି କୌଣସି ଉଦ୍ଦେଶ୍ୟ ନାହିଁ ବୋଲି ପ୍ରଧାନମନ୍ତ୍ରୀ ମୋଦୀ ଜନସାଧାରଣଙ୍କୁ ଆଶ୍ୱାସନ ଦେଇଥିଲେ । ଅପରପକ୍ଷରେ ବିରୋଧୀ ଆଉ ଏକ ଦାବି କରୁଛି କି ବିଜେପି ସରକାର ବିଶେଷ କରି ମୁସଲମାନଙ୍କ ପ୍ରତି ଅସହିଷ୍ଣୁତାର ପରିବେଶ ସୃଷ୍ଟି କରିପାରେ । ଅଳ୍ପସଂଖ୍ୟକଙ୍କୁ ଏକଜୁଟ୍ କରି ବିଜେପି ବିରୋଧରେ କରିବା ଏଭଳି ନ୍ୟାରେଟିଭର ଉଦ୍ଦେଶ୍ୟ ଥିଲା । ବିଜେପି ‘ସବକା ସାଥ୍‌, ସବକା ବିକାଶ, ସବକା ବିଶ୍ୱାସ’ ସ୍ଲୋଗାନ୍ ମାଧ୍ୟମରେ ନିଜ ପ୍ରତିବଦ୍ଧତାକୁ ଦର୍ଶାଇଥିଲେ । ସରକାରଙ୍କ ଯୋଜନା ସମସ୍ତ ଧର୍ମ କିମ୍ବା ସମ୍ପ୍ରଦାୟ ନିର୍ବିଶେଷରେ ସମସ୍ତ ନାଗରିକଙ୍କ ପାଇଁ ଅଟେ ବୋଲି ପ୍ରଧାନମନ୍ତ୍ରୀ ଜୋର ଦେଇ କହି ଆସିଛନ୍ତି ।

ସ୍ୱଚ୍ଛାତା ଏବଂ ପ୍ରଭାବଶାଳୀ ଯୋଗାଯୋଗକୁ ଗୁରୁତ୍ୱ ଦେବା ସହ ସରକାରଙ୍କ ନ୍ୟାରେଟିଭକୁ ବଜାୟ ରଖିବା ଏବଂ ବିପକ୍ଷର ପ୍ରୟାସର ମୁକାବିଲା କରିବା ଦିଗରେ ଏହା ମୋଦୀଙ୍କ ଏକ ରଣନୀତିକ ପଦକ୍ଷେପ । ଭୁଲ ତଥ୍ୟ ବ୍ୟପିବା ସମୟରେ ଜନତାଙ୍କୁ ସରକାରଙ୍କ ନୀତି ଏବଂ ସଫଳତା ବିଷୟରେ ସଠିକ ସୂଚନା ପ୍ରଦାନ କରିବା ଜରୁରୀ । ଦେଶରେ ସୁଶାସନକୁ ସଶକ୍ତ କରିବା ସହ ରାଜନୈତିକ କ୍ଷେତ୍ରରେ ନ୍ୟାରେଟିଭର ଯୁଦ୍ଧ ଜିତିବା ପାଇଁ ମୋଦୀ ସରକାରଙ୍କ ପ୍ରତିବଦ୍ଧତାକୁ ଦର୍ଶାଉଛି ।

Get real time updates directly on you device, subscribe now.