fbpx

ଭାଇଙ୍କ ପାଇଁ ଗ୍ରାଣ୍ଡ-ୱେଡିଙ୍ଗ କରିପାରିନଥିଲେ ସୋନାକ୍ଷୀ ସିହ୍ନା, ନିଜେ କଲେ ଖୁଲାସା

ନୂଆଦିଲ୍ଲୀ: ସୋନାକ୍ଷୀ ସିହ୍ନା ଏବଂ ଜହୀର ଇକବାଲଙ୍କ ବିବାହକୁ ବର୍ତ୍ତମାନ ଦୁଇ ମାସ ହୋଇସାରିଲାଣି। କପଲ ଜୁନର ଶେଷ ସପ୍ତାହରେ ଖୁବ ଧୁମଦାମର ସହ ବିବାହ କରିଥିଲେ, ହେଲେ ଏହାପରେ ମଦ୍ୟ ଏହି ବିବାହର ଖୁବ ଚର୍ଚ୍ଚା ହେଉଛି। ସୋନାକ୍ଷୀ-ଜହୀରଙ୍କ ବିବାହକୁ ନେଇ ସିହ୍ନା ପରିବାରର ଅନେକ ଟ୍ରୋଲ ହୋଇଛି।, ହେଲେ ଅଭିନେତ୍ରୀ ଟ୍ରୋଲିଂରକୁ ଅଣଦେଖା କରି ନିଜ ସାତ ବର୍ହର ଲଙ୍ଗ ରିଲେସନସିପକୁ ବିବାହରେ ପରିବର୍ତ୍ତନ କରିଛନ୍ତି। ସୋନାକ୍ଷୀ ସିହ୍ନା କେବଳ ନିଜ ପରିବାର ଏବଂ ସାଙ୍ଗମାନଙ୍କ ଉପସ୍ଥିତିରେ ବିବାହ କରିଛନ୍ତି ଏବଂ ଦୁଇଜଣଙ୍କ ରିସେପସନରେ ମଧ୍ୟ ସୀମିତ ଗେଷ୍ଟ ସାମିଲ ହୋଇଥିଲେ। ଏଥିରେ ବର୍ତ୍ତମାନ ଅଭିନେତ୍ରୀ ନିଜ ବିବାହକୁ ନେଇ କିଛି ଖୁଲାସା କରିଛନ୍ତି, ଆସନ୍ତୁ ଜାଣିବା।

ଗଲାଟ ଇଣ୍ଡିଆ ସହ କଥା ହେଲା ବେଳେ ସୋନାକ୍ଷୀ କହିଲେ ଯେ, ସେ ନିଜ ଭାଇକୁଶଙ୍କ ପାଇଁ ଗ୍ରାଣ୍ଡ ୱେଡିଙ୍ଗ କରିବେ ନାହିଁ। ଅଭିନେତ୍ରୀ କହିଛନ୍ତି ଯେ, ସେ ଭାଇ କୁଶଙ୍କ ବିବାହ ପରେ ହିଁ ଏହି ନିଷ୍ପତ୍ତି ନେଇଥିଲେ ଯେ, ସେ ସାଧା-ସିଧା ବିବାହ କରିବେ ନାହିଁ। ଭାଇଙ୍କ ବିବାହ ପରେ ସୋନାକ୍ଷୀ ସ୍ପଷ୍ଟ ଭାବେ ମାଆ ପୁନମଙ୍କୁ ନିଜ ମନ କଥା କହିଥିଲେ ଏବଂ କିପରି ବିବାହ କରିବେ ସେ କଥା ମଧ୍ୟ କହିଥିଲେ।
ସୋନାକ୍ଷୀଙ୍କୁ ଯେତେବେଳେ ପଚରାଗଲା ସେଲିବ୍ରିଟି ହେବା ନେଇ ତାଙ୍କ ଉପରେ ବିଗ ଫ୍ୟାଟ ଇଣ୍ଡିଆନ ୱେଡିଙ୍ଗର ପ୍ରେସର ନଥିଲା। ଅଭିନେତ୍ରୀ ଏହାର ଉତ୍ତରରେ କହିଥିଲେ ଯେ, ପ୍ରେସର ତ ଥିଲା, ହେଲେ ଆମେ ସେହି ଜିନିଷକୁ ନେଇ ସ୍ପଷ୍ଟ ଥିଲେ ଯେ, ଆମେ କେଉଁ ବିବାହ ଚାହୁଁଛୁ। କିଛି ବର୍ଷ ପୂର୍ବେ, ମୋ ଭାଇଙ୍କର ବିବାହ ହୋଇଥିଲା, ଯାହା ଏକ ଗ୍ରାଣ୍ଡ ଇଣ୍ଡିଆନ ୱେଡିଙ୍ଗ ଥିଲା। ମୋ ଭାଇଙ୍କ ବିବାହର ପ୍ରତି ରୀତିନୀତିରେ ୫ହଜାରରୁ ୮ହଜାର ଲୋକ ସାମିଲ ଥିଲେ। ଏହି ବିବାହ ପରେ ମୁଁ ନିଜ ମାଆଙ୍କୁ ଏହି କଥା କହିଥିଲି ଯେ, ମୁଁ ଏପରି ବିବାହ କରିବି ନାହିଁ। ତେବେ ସୋନାକ୍ଷୀ ସିହ୍ନାଙ୍କ ବାଇ କୁଶ ୨୦୧୫ରେ ତରୁଣା ଅଗ୍ରୱାଲଙ୍କୁ ବିବାହ କରିଥିଲେ।

Get real time updates directly on you device, subscribe now.