fbpx

ସେପ୍ଟେମ୍ବର ୨୯ରେ BCCI ବୈଠକ; ୧୮ଟି ପ୍ରସଙ୍ଗ ଉପରେ ହୋଇପାରେ ଆଲୋଚନା

ନୂଆଦିଲ୍ଲୀ: ଆସନ୍ତା ସେପ୍ଟେମ୍ବର ୨୯ରେ BCCIର ବାର୍ଷିକ ବୈଠକ ଅନୁଷ୍ଠିତ ହେବ । ବେଙ୍ଗାଲୁରୁରେ ହେବାକୁ ଥିବା ଏହି ବୈଠକରେ ମୋଟ୍ ୧୮ଟି ପ୍ରସଙ୍ଗ ଉପରେ ଆଲୋଚନା ହେବାର ସମ୍ଭାବନା ରହିଛି । ତେବେ ଏହି ବୈଠକରେ ବିସିସିଆଇର ନୂତନ ସଚିବଙ୍କ ନାଁ ଉପରେ ମୋହର ବାଜିବା ନେଇ ଆଲୋଚନା ହେଉଛି ।

BCCIର ବର୍ତ୍ତମାନ ସଚିବ ଜୟ ଶାହ ଡିସେମ୍ବର ୧ରୁ ଆଇସିସିର ନୂତନ ଚେୟାରମ୍ୟାନ୍ ଭାବେ ଦାୟିତ୍ୱ ସମ୍ଭାଳିବେ । ଏହା ପରେ ବିସିସିଆଇ ସଚିବର ପଦବୀ ଖାଲି ରହିବ । ଜୟ ଶାହଙ୍କ ରିପ୍ଲେସମେଣ୍ଟ ଭାବରେ ଆଇପିଏଲ ଚେୟାରମ୍ୟାନ୍ ଅରୁଣ ସିଂହ ଧୁମଲ, ବିସିସିଆଇ ଉପାଧ୍ୟକ୍ଷ ରାଜୀବ ଶୁକ୍ଲା, ବିସିସିଆଇ କୋଷାଧ୍ୟକ୍ଷ ଆଶୀଷ ସେଲାର ଏବଂ ଡିଡିସିଏ ପ୍ରମୁଖ ରୋହନ ଜେଟଲୀଙ୍କ ନାଁ ଚର୍ଚ୍ଚାରେ ରହିଛି । ତେବେ ସେପ୍ଟେମ୍ବର ୨୯ରେ ହେବାକୁ ଥିବା ବୈଠକରେ ୧୮ ପୃଷ୍ଠାର ଏକ ଏଜେଣ୍ଡାକୁ ନେଇ ପ୍ରସ୍ତୁତ ବିଭିନ୍ନ ପ୍ରସଙ୍ଗ ଉପରେ ଆଲୋଚନା ହୋଇପାରେ । ଏହା ବ୍ୟତୀତ ଏକ କ୍ରିକେଟ କମିଟି, ଷ୍ଟାଣ୍ଡିଂ କମିଟି ଏବଂ ଅମ୍ପାୟାର କମିଟି ଗଠନ ବିଷୟକୁ ନେଇ ଆଲୋଚନା ହୋଇପାରେ । ଏଥିପାଇଁ ସମସ୍ତ ରାଜ୍ୟର କ୍ରିକେଟ ସଂଘଙ୍କୁ ନୋଟିସ୍ ଜାରି କରାଯାଇଛି ।

 

Get real time updates directly on you device, subscribe now.