fbpx

କୋଲକାତା ଦୁଷ୍କର୍ମ- ହତ୍ୟା ଘଟଣା, ଡିଏନଏ ରିପୋର୍ଟ ଖୋଲୁଛି ସବୁ ରହସ୍ୟ

ନୂଆଦିଲ୍ଲୀ: କୋଲକାତା ଅଭୟା ଦୁଷ୍କର୍ମ ଓ ହତ୍ୟା ମାମଲାରେ ପଡୁନି ପୂର୍ଣ୍ଣଛେଦ । ଯେତିକି ଦିନ ଗଡୁଛି, ସେତିକି ନୂଆ ନୂଆ ତଥ୍ୟ ସାମ୍ନାକୁ ଆସୁଛି । ଏବେ ସିବିଆଇର ଯାଞ୍ଚ ଶେଷ ପର୍ଯ୍ୟାୟରେ ପହଞ୍ଚି ଯାଇଛି । କାରଣ ସିବିଆଇ ହାତରେ ଲାଗିଛି ଡିଏନଏ ରିପୋର୍ଟ ସହ ଚୂଡାନ୍ତ ରିପୋର୍ଟ । ଏମ୍ସର ଡାକ୍ତରୀ କମିଟି ରିପୋର୍ଟ ଅଧ୍ୟୟନ କରି ସେମାନଙ୍କ ଚୂଡାନ୍ତ ରିପୋର୍ଟ ମଧ୍ୟ ପ୍ରସ୍ତୁତ କରି ସିବିଆଇକୁ ହସ୍ତାନ୍ତର କରିଛନ୍ତି । ତଥ୍ୟ ମୁତାବକ, ଏପର୍ଯ୍ୟନ୍ତ ହୋଇଥିବା ଯାଞ୍ଚରେ ସମସ୍ତ ଘଟଣାରେ ସଞ୍ଜୟ ରାୟର ସମ୍ପୃକ୍ତି ସ୍ପଷ୍ଟ ହୋଇସାରିଛି, ହେଲେ କୌଣସି ଦ୍ୱିତୀୟ ବ୍ୟକ୍ତିର ସମ୍ପୃକ୍ତି ସାମ୍ନାକୁ ଆସିନାହିଁ । ଅର୍ଥାତ୍ ସମସ୍ତ ଘଟଣା ଭିଆଇଛି ଏକମାତ୍ର ସଞ୍ଜୟ ।
ଏଯାବତ୍ ସିବିଆଇ ଏହି ମାମଲାରେ ପ୍ରାୟ ୧୦୦ରୁ ଅଧିକ ଲୋକଙ୍କ ବୟାନ ରେକର୍ଡ କରିସାରିଛି । ସେହିପରି ୧୦ ଜଣଙ୍କ ଟେଲିଗ୍ରାଫ ଟେଷ୍ଟ ହୋଇଛି । ସବୁ ଦିଗକୁ ଗୁରୁତର ସହ ନେଇ ସିବିଆଇ ଯାଞ୍ଚ କରୁଛି, ଯେମିତି ତାର ଚାର୍ଜସିଟରେ କୌଣସି ତ୍ରୁଟି ନ ରୁହେ ।
ତେବେ କଣ ଥିଲା ପୂରା ଘଟଣା?
୯ ଅଗଷ୍ଟ, ସକାଳୁ ସକାଳୁ ଆରଜିକର ହସ୍ପିଟାଲର ସେମିନାର ହଲ ଭିତରୁ ଟ୍ରେନୀ ଡାକ୍ତରାଣୀଙ୍କ ମୃତଦେହ ଠାବ ହୋଇଥିଲା । ଘଟଣାର ପରଦିନ ସଞ୍ଚୟ ରାୟକୁ ଗିରଫ କରାଯାଇଥିଲା । କୋଲକାତା ହାଇକୋର୍ଟ ୧୩ ଅଗଷ୍ଟକୁ ସିବିଆଇକୁ ପୂରା ମାମଲା ହସ୍ତାନ୍ତର ନିର୍ଦ୍ଦେଶ ଦେଇଥିଲେ । ୧୪ରୁ ସିବିଆଇ ତାର ତଦନ୍ତ ଆରମ୍ଭ କରିଦେଇଥିଲା । କୋଲକାତା ଡାକ୍ତର ରେପ ମର୍ଡରରେ ଏଏମଏକୁ କୋଲକାତାର ଆରଜି କର ହସ୍ପିଟାଲର ପୂବ ର୍ ପ୍ରିନ୍ସିପାଲ ସନ୍ଦୀପ ଘୋଷଙ୍କୁ ନିଲମ୍ବିତ କରିଦେଇଛି ।
ଦିଲ୍ଲୀର ନିର୍ଭୟା କାଣ୍ଡ ପରେ ଏହି ଘଟଣା ସାରା ଦେଶରେ ହଇଚଇ ସୃଷ୍ଟି କରିଛିା ମେଡିକାଲ ଫିଲ୍ଡରୁ ଆରମ୍ଭ କରି ସାଧାରଣ ମହିଳା ଓ ଜନତା, ମହିଳାଙ୍କ ସୁରକ୍ଷାକୁ ନେଇ ଦେଶବ୍ୟାପୀ ରାଜରାସ୍ତାକୁ ଓହ୍ଲାଇଛନ୍ତି । ଏହି ଘଟଣାକୁ ନେଇ ଦିଦିଙ୍କ ସରକାର ମଧ୍ୟ ବହୁ ସମସ୍ୟାର ସମ୍ମୁଖୀନ ହୋଇଛି । ଲୋକଙ୍କର ଦିଦିଙ୍କ ପ୍ରତି ଅସନ୍ତୋଷ ମଧ୍ୟ ବୃଦ୍ଧି ପାଇପାରେ ଲାଗିଛି ।

Get real time updates directly on you device, subscribe now.