fbpx

୧୯ ବର୍ଷୀୟ ବ୍ୟାଟ୍ସମ୍ୟାନ ରଚିଲେ ଇତିହାସ, ଭାଙ୍ଗିଲେ ସଚିନ ତେନ୍ଦୁଲକରଙ୍କ ୩୩ ବର୍ଷର ପୁରୁଣା ରେକର୍ଡ

ନୂଆଦିଲ୍ଲୀ: ସେପ୍ଟେମ୍ବର ୫ ତାରିଖରୁ ଦୁଲୀପ ଟ୍ରଫି ଆରମ୍ଭ ହୋଇଛି, ଯେଉଁଥିରେ ୪ଟି ଟିମ ଭାଗ ନେଇଛନ୍ତି। ଦୁଲୀପ ଟ୍ରଫିର ପ୍ରଥମ ମ୍ୟାଚରେ ଇଣ୍ଡିଆ-ଏ ଏବଂ ଇଣ୍ଡିଆ-ବି ମଧ୍ୟରେ ମୁକାବିଲା ହୋଇଥିଲା। ତେବେ ଏହି ମ୍ୟାଚର ପୂର୍ବଦିନ ବ୍ୟାଟ୍ସମ୍ୟାନ ଯଶସ୍ୱୀ ଜୈଶ୍ୱାଲ, ରୀଷଭ ପନ୍ତ, ସରଫରାଜ ଖାନ ଏବଂ ୱାଶିଂଗଟନ ସୁନ୍ଦରଙ୍କ ଭଳି ଭାରତୀୟ କ୍ରିକେଟ ଟିମର ଖେଳାଳି ଭଲ ପ୍ରଦର୍ଶନ କରିଥିବା ବେଳେ ୧୯ ବର୍ଷୀୟ ବ୍ୟାଟ୍ସମ୍ୟାନ ଇତିହାସ ରଚିଛନ୍ତି। ସେ ପ୍ରଥମ ଦିନ ଶହେ ରନ କରିଛନ୍ତି। ଏହି ବ୍ୟାଟ୍ସମ୍ୟାନ ଆଉ କେହି ନୁହେଁ ସରଫରାଜ ଖାନଙ୍କ ସାନ ଭାଇ ମୁଶୀର ଖାନ, ଯିଏ ଦୁଲୀପ ଟ୍ରଫିରେ ଡେବ୍ୟୁ କରି ଶତାବ୍ଦୀ ସ୍କୋର କରିବାରେ ସଫଳ ହୋଇଛନ୍ତି।

ପ୍ରଥମଦିନ ଖେଳ ଶେଷ ହେବାରେ ମୁଶୀର ଖାନ ୨୨୭ ବଲରେ ୧୦୫ ରନ ସ୍କୋର କରିବା ପରେ ଫେରିଥିଲେ ଏବଂ ତାଙ୍କ ଦଳର ସ୍କୋର ୭ ୱିକେଟ ପାଇଁ ୨୦୨ ରନ ଥିଲା। ଦ୍ୱିତୀୟ ଦିନ ଆରମ୍ଭରେ ମୁଶୀର ପୁଣିଥରେ ଦାୟିତ୍ୱ ଗ୍ରହଣ କଲେ ଏବଂ ନବଦୀପ ସଇନିଙ୍କ ସହ ମିଶି ୮ମ ୱିକେଟ ପାଇଁ ୨୦୪ ରନର ଭାଗିଦାରୀ କରିଥିଲେ। ଏହାରି ମଧ୍ୟରେ ମୁଶୀର ମଧ୍ୟ ନିଜ ସ୍କୋର ୧୫୦ ପାର କରି ପହଞ୍ଚିଛନ୍ତି। ସରଫରାଜଙ୍କ ସାନ ଭାଇ ଡେବ୍ୟୁ ମ୍ୟାଚରେ ଦୁଇଟି ଶତକ ହାସଲ କରିବାକୁ ଥିଲା ବେଳେ କୁଲଦୀପ ଯାଦବ ତାଙ୍କୁ ଆଉଟ କରିଦେଇଥିଲେ। ଏହିଭଳି ଭାବେ ମୁଶୀରଙ୍କ ଐତିହାସିକ ଇନିଂସ ସମାପ୍ତ ହୋଇଛି।

ମୁଶୀର ଦୁଲୀପ ଟ୍ରଫିରେ ନିଜର ଡେବ୍ୟୁ ମ୍ୟାଚରେ ଦ୍ୱିଶତକ ସ୍କୋର ହାସଲ କରିପାରିନଥିଲେ ସୁଦ୍ଧା ୧୮୧ ରନ ସହ ସଚିନ ତେନ୍ଦୁଲକରଙ୍କ ୩୩ ବର୍ଷର ପୁରୁଣା ରେକର୍ଡକୁ ଭାଙ୍ଗିଛନ୍ତି। ମୁଶୀର ୩୭୩ କୁ ଟାର୍ଗେଟ କରି ୧୬ଟି ଚୌକା ଏବଂ ୫ ଛକା ନିଜ ଇନିଂସରେ କରିଛନ୍ତି ଏବଂ ଦୁଲୀପ ଟ୍ରଫିର ଡେବ୍ୟୁ ମ୍ୟାଚରେ ସବୁଠାରୁ ବଡ ସ୍କୋର କରିଥିବା ଟିନଏଜର ଖେଳାଳି ତୃତୀୟ ସ୍ଥାନରେ ରହିଛନ୍ତି। ଏହା ପୂର୍ବରୁ ଏହି ରେକର୍ଡ ସଚିନ ତେନ୍ଦୁଲକରଙ୍କ ନାମରେ ଥିଲା। ସଚିନ ୧୯୯୧ ମସିହାରେ ଏହି ରେକର୍ଡ ନିଜ ଡେବ୍ୟୁ ମ୍ୟାଚରେ ୧୫୯ ରନର ଇନିଂସ ଖେଳିଥିଲେ। ବର୍ତ୍ତମାନ ମୁଶୀର ସଚିନ ତେନ୍ଦୁଲକରଙ୍କୁ ଚତୁର୍ଥ ସ୍ଥାନକୁ ଠେଲି ଦେଇଛନ୍ତି।

Get real time updates directly on you device, subscribe now.