fbpx

ରେଭେନ୍ସାକୁ ନେଇ ବିଜେପି କରୁଛି ଷଡଯନ୍ତ୍ର: ଏଆଇଡିଏସ୍‌ଓ

ଭୁବନେଶ୍ୱର: ରେଭେନ୍ସା ନାମ ପରିବର୍ତ୍ତନକୁ ବିଜେପିର ହୀନ ମନ୍ୟତା କହି ଏପରି କାର୍ଯ୍ୟରୁ କ୍ଷାନ୍ତ ହେବାକୁ ନେଇ ଏଆଇଡିଏସଓ କରିଛି ବିକ୍ଷୋଭ । ଷଡଯନ୍ତ୍ର ବନ୍ଦ କରି ରେଭେନ୍ସାରେ ଖାଲି ପଡିଥିବା ଅଧ୍ୟାପକ, ପ୍ରଫେସର ପଦବୀ ତୁରନ୍ତ ପୂରଣ କରିବା ଉପରେ ଗୁରୁତ୍ୱ ଦେବାକୁ ସଂଗଠନ କରିଛି ଦାବି । ଏଥିସହ ଗୁଣାତ୍ମକ ବିକାଶ ପାଇଁ ରେଭେନ୍ସାର ଭିତ୍ତିଭୂମି ସୁଦୃଢ କରିବାକୁ, ରେଭେନ୍ସା ଆଲୁମୁନିମାନଙ୍କ ନାମରେ ମିଛ ଏତଲା ପ୍ରତ୍ୟାହାର ଦାବିରେ ଆଜି ଏଆଇଡିଏସଓ ପକ୍ଷରୁ ବିକ୍ଷୋଭ ଅନୁଷ୍ଠିତ ହୋଇଯାଇଛି।
ଏଆଇଡିଏସଓ ରାଜ୍ୟ ସମ୍ପାଦକ ତଥା ରେଭେନ୍ସା ଛାତ୍ର ସଂସଦର ପୂର୍ବତନ ସମ୍ପାଦକ ସିଦ୍ଧାର୍ଥ ରଥଙ୍କ ସଭାପତିତ୍ୱରେ ବିକ୍ଷୋଭ ସ୍ଥଳରେ ଅନୁଷ୍ଠିତ ପ୍ରତିବାଦ ସଭାରେ ରେଭେନ୍ସା ଛାତ୍ର ସଂସଦର ପୂର୍ବତନ ସଭାପତି ତଥା ଏଆଇଡିଏସଓର ସର୍ବଭାରତୀୟ ସମ୍ପାଦକ ମଣ୍ଡଳୀ ସଭ୍ୟ ଗଣେଶ ତ୍ରିପାଠୀ, ରେଭେନ୍ସାର ପୂର୍ବତନ ଛାତ୍ର ନେତା ବବି ବଳବନ୍ତ ରାୟ, ରେଖା ଦଣ୍ଡପାଟ, ଏଆଇଡିଏସଓ ରାଜ୍ୟ ଉପ-ସଭାପତି ନିରୁପମା ବେହେରା, ପ୍ରମୁଖ ଉପସ୍ଥିତ ଥିଲେ ।
କେନ୍ଦ୍ର ଶିକ୍ଷା ମନ୍ତ୍ରୀଙ୍କ ନାମ ପରିବର୍ତ୍ତନ ନେଇ ଉଦ୍ୟମକୁ ଏକ ଉଦ୍ଭଟ ଓ ଘୃଣ୍ୟ ଉଦ୍ୟମ ବୋଲି କହିଛନ୍ତି ବିକ୍ଷୋଭରେ ଉପସ୍ଥିତ ବ୍ୟକ୍ତି ବିଶେଷ ସେମାନେ କହିଥିଲେ, ନବ ଉତ୍କଳର ନିର୍ମାତାମାନେ ରେଭେନ୍ସାର ନାମକରଣ କରିଥିଲେ। ରେଭେନ୍ସାର ନାମ ପାଇଁ ବ୍ରିଟିଶ ବିରୋଧି ଆନ୍ଦୋଳନ ଥମି ନଥିଲା ବରଂ ସ୍ୱାଧୀନତା ଆନ୍ଦୋଳନର କର୍ମକ୍ଷେତ୍ର ପାଲଟି ଯାଇଥିଲା ରେଭେନ୍ସା। ରେଭେନ୍ସା ଛାତ୍ରମାନେ ବ୍ରିଟିଶ ୟୁନିୟନ ଜ୍ୟାକକୁ ପୋଡିଥିଲେ ସେହି ରେଭେନ୍ସା ଭିତରେ। ଗୋଲାମୀର ପରିସମାପ୍ତି ପାଇଁ ଲଢେଇର ନୂଆ ଭାଷା ପାଲଟିଥିଲା ରେଭେନ୍ସା।
ଆଜି ରେଭେନ୍ସା ବିଭିନ୍ନ ସମସ୍ୟାରେ ଜର୍ଜରିତ। ଛାତ୍ରୀ ଓ ଛାତ୍ରମାନଙ୍କ ପାଇଁ ହଷ୍ଟେଲ ଅଭାବ ଫଳରେ ସେମାନେ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଭିତ୍ତିଭୂମିର କୈାଣସି ବିକାଶ ପାଇଁ ସରକାରଙ୍କ ଦୃଷ୍ଟି ନାହିଁ। ୨୦୧୭ ମସିହାରୁ ସେଠାରେ ଛାତ୍ର ସଂସଦ ନିର୍ବାଚନ ବନ୍ଦ ରହିଛି । ରେଭେନ୍ସାର ମୈାଳିକ ମମସ୍ୟା ପାଖରୁ ନଜର ହଟାଇବା ପାଇଁ ନାମ ପରିବର୍ତ୍ତନର ଷଡଯନ୍ତ୍ର କରାଯାଉଛି ବୋଲି ଛାତ୍ରନେତା ମାନେ କହିଛନ୍ତି।
ତୁରନ୍ତ ମନ୍ତ୍ରୀ ଏହି ହୀନ ଉଦ୍ୟମରୁ ନିବୃତ ରହିବାକୁ ଦାବି ହେଉଛି ।

Get real time updates directly on you device, subscribe now.