fbpx

ହ୍ୱାଟ୍ସଆପର ବଡ଼ ଅପଡେଟ୍‌; ଥାର୍ଡ଼ ପାର୍ଟି ଆପରେ ପଠାଇ ପାରିବେ ମେସେଜ୍‌, କରିପାରିବେ ଭିଡିଓ କଲିଂ, ଜାଣନ୍ତୁ ଡିଟେଲ୍ସ

ନୂଆଦିଲ୍ଲୀ: ଖୁବ୍ ଶୀଘ୍ର Meta ହ୍ୱାଟ୍ସଆପରେ ୟୁଜର୍ସଙ୍କ ପାଇଁ ନୂତନ ଫିଚର ଲଞ୍ଚ୍ କରିବାକୁ ଯାଉଛି । ଏହା ଟେଲିଗ୍ରାମ, ସିଗ୍ନାଲ, ଗୁଗୁଲ ମେସେଜ ଏବଂ iMessageରେ ମେସେଜିଂ ଏବଂ କଲିଂ ସୁବିଧା ପ୍ରଦାନ କରିବ । Meta କମ୍ପାନୀ ୟୁଜର୍ସଙ୍କ ପ୍ରାଇଭେସି ଏବଂ ସିକ୍ୟୁରିଟିକୁ ମେଣ୍ଟେନ୍ କରୁଥିବା ଟେକ୍ନୋଲୋଜି ଉପରେ କାର୍ଯ୍ୟ ଜାରି ରଖିଥିବା ନେଇ ଏହାର ବ୍ଲଗ୍ ପୋଷ୍ଟରେ ପ୍ଲାନ୍ ଶେୟାର କରିଛି । ଏହା ସହ ହ୍ୱାଟ୍ସଆପ୍ ଏବଂ ମେସେଞ୍ଜରରେ ଥାର୍ଡ଼ ପାର୍ଟି ଚାଟ୍ସ କିପରି ଦେଖାଯିବ ସେ ନେଇ ଏକ ଫଟୋ ବି ଶେୟାର କରିଛି ।

Meta କମ୍ପାନୀ ପକ୍ଷରୁ କୁହାଯାଇଛି କି ଥାର୍ଡ଼ ପାର୍ଟି ଚାଟ୍ସ ବିଷୟରେ ୟୁଜର୍ସଙ୍କୁ ନୋଟିଫାଇ କରିବା ପାଇଁ ହ୍ୱାଟ୍ସଆପ୍ ଏବଂ ମେସେଞ୍ଜରରେ ନୂତନ ନୋଟିଫିକେସନ ପ୍ରସ୍ତୁତ କରାଯାଇଛି । ଏହା ୟୁଜର୍ସଙ୍କୁ ନୂତନ ମେସେଜିଂ ଆପରୁ ଆସୁଥିବା ମେସେଜ୍ ବିଷୟରେ ଜଣାଇବେ । ଏହା ଦ୍ୱାରା ୟୁଜର ନିଷ୍ପତ୍ତି ନେବେ କି ସେମାନେ କେଉଁ ଥାର୍ଡ଼ ପାର୍ଟି ଆପରୁ ମେସେଜ୍ ରିସିଭ୍ କରିବାକୁ ଚାହୁଁଛନ୍ତି । ତେବେ ମେଟା ଅନୁଯାୟୀ ୟୁଜର୍ସ ସମସ୍ତ ମେସେଜକୁ ଗୋଟିଏ ଇନ୍ ବକ୍ସରେ ଦେଖିପାରିବେ । ୟୁଜର ଚାହିଁଲେ ସେମାନେ ଥାର୍ଡ଼ ପାର୍ଟି ଚାଟ୍ସ ପାଇଁ ଅନ୍ୟ ଫୋଲ୍ଡର ତିଆରି କରିପାରିବେ । ଥାର୍ଡ଼ ପାର୍ଟି ଆପରୁ ଚାଟିଂ କରିବା ପାଇଁ ୟୁଜର୍ସଙ୍କୁ ଟାଇପିଂ ଇଣ୍ଡିକେଟର, ରିଡ୍ ରିସିପ୍ଟ, ଡାୟରେକ୍ଟ ରିପ୍ଲାଇ ଏବଂ ରିଆକ୍ସନ୍ ଭଳି ‘Rich Messaging Feature’ ଉପଲବ୍ଧ ହେବ । ଅପରପକ୍ଷରେ ଥାର୍ଡ଼ ପାର୍ଟି କଲିଂ ଫିଚର ୨୦୨୭ରେ ୟୁଜର୍ସଙ୍କ ପାଇଁ ଉପଲବ୍ଧ କରାଯିବ ବୋଲି କମ୍ପାନୀ ତରଫରୁ ସୂଚନା ଦିଆଯାଇଛି । ଏହା ବ୍ୟତୀତ Meta ୟୁରୋପୀୟ ୟୁନିୟନର ଡିଜିଟାଲ ମାର୍କେଟ ଆକ୍ଟ ଅନ୍ତର୍ଗତ ହ୍ୱାଟ୍ସଆପ୍ ଏବଂ ମେସେଞ୍ଜରରେ ବଡ଼ ପରିବର୍ତ୍ତନ କରିବା ପାଇଁ ନିଷ୍ପତ୍ତି ନେଇଛି ।

ହ୍ୱାଟ୍ସଆପରେ ଖୁବ୍ ଶୀଘ୍ର ଗ୍ରୁପ୍ ଚାଟରେ କଲ୍ ଲିଙ୍କ୍ ଫିଚର ଲଞ୍ଚ୍ କରାଯିବା ନେଇ WABetaInfoସୂଚନା ଦେଇଛି । ଏହି ଫିଚର ଏକ ପ୍ରକାର ଗୁଗୁଲ ମିଟ୍ ଭଳି ଯଦ୍ୱାରା ୟୁଜର ଗ୍ରୁପ୍ ଲିଙ୍କ୍ ତିଆରି କରିପାରିବେ । ଏଥିରେ ବିନା ଫୋନ୍ ରିଙ୍ଗରେ ୟୁଜର୍ସଙ୍କୁ କଲ୍ କନେକ୍ଟ ହୋଇପାରିବ । ଏହି ଫିଚରକୁ ହ୍ୱାଟ୍ସଆପ୍ ବିଟା ଫର୍ ଆଣ୍ଡ୍ରଏଡ୍‌୨.୨୪.୧୯.୧୪ରେ ଦେଖାଯାଇଛି । ବିଟା ଟେଷ୍ଟିଂ ଶେଷ ହେବା ପରେ ଏହି ଫିଚର ଗ୍ଲୋବାଲ ୟୁଜର୍ସଙ୍କ ପାଇଁ ରୋଲ୍ ଆଉଟ୍ କରାଯିବ ।

Get real time updates directly on you device, subscribe now.