fbpx

Paralympics-2024; ଭାରତ ପାଇଁ ଗୌରବ ଆଣିଲେ ୨୯ ଆଥଲେଟ୍: ଜାଣନ୍ତୁ ଦେଶର ସୁପରଷ୍ଟାରଙ୍କ ରେକର୍ଡ…

ନୂଆଦିଲ୍ଲୀ: ପ୍ୟାରିସରେ ଶେଷ ହୋଇଛି ପାରା-ଅଲିମ୍ପିକ୍ସ ୨୦୨୪ । ଭାରତ ଏହି ଇଭେଣ୍ଟରେ ମୋଟ ୨୯ଟି ପଦକ ହାସଲ କରିବାରେ ସଫଳ ହୋଇଛି । ଆଜି ଇଭେଣ୍ଟରେ ସ୍ପ୍ରିଣ୍ଟର ପୂଜା ଓଝା ଏକମାତ୍ର ଭାରତୀୟ ଆଥଲେଟ୍ ଭାବରେ ମଇଦାନ ଓହ୍ଲାଇଥିଲେ । ମହିଳା କାୟକ ସିଙ୍ଗଲ ୨୦୦ ମିଟର କେ.ଏଲ୧ ସ୍ପ୍ରିଣ୍ଟ କାନଇଙ୍ଗ ଇଭେଣ୍ଟରେ ସେ ଭାରତ ପାଇଁ ରେସରେ ସାମିଲ ହୋଇଥିଲେ । କିନ୍ତୁ ପୂଜା ଏହି ଇଭେଣ୍ଟରେ କୌଣସି ପଦକ ହାସଲ କରିବାରେ ସେ ଫେଲ୍ ହୋଇଛନ୍ତି । ଫଳରେ ପ୍ୟାରିସ ପାରା-ଅଲିମ୍ପିକ୍ସରେ ଭାରତର ୩୦ ପଦକ ବିଜୟ ଆଶା ଭାଙ୍ଗିଯାଇଛି । କିନ୍ତୁ ଚଳିତ ବର୍ଷ ଟୋକ୍ୟୋ ଗେମ୍ସର ୧୯ ମେଡାଲ ରେକର୍ଡକୁ ପଛରେ ପକାଇବାରେ ସଫଳ ହୋଇଛନ୍ତି ଭାରତର ଷ୍ଟାର ଆଥଲେଟ୍ ।

ପ୍ୟାରିସ ପାରା ଅଲିମ୍ପିକ୍ସରେ ଭାରତ ୭ଟି ସ୍ୱର୍ଣ୍ଣ ପଦକ ସହିତ ୯ଟି ରୌପ୍ୟ ଏବଂ ୧୩ଟି କାଂସ୍ୟ ପଦକ ବିଜୟୀ ହୋଇଛି । ଭାରତ ପାଇଁ ଇଭେଣ୍ଟର ଶେଷ ପଦକ ଭାବରେ ଶନିବାର ରାତିରେ ସ୍ୱର୍ଣ୍ଣ ପଦକ ହାସଲ କରିଛନ୍ତି ନବଦୀପ ସିଂହ । ପୁରୁଷ ଜାଭେଲିନ୍ ଏଫ୪୧ ବର୍ଗରେ ସ୍ୱର୍ଣ୍ଣ ପଦକ ହାସଲ କରିବାରେ ସଫଳ ହୋଇଛନ୍ତି । ତେବେ ଆସନ୍ତୁ ଜାଣିବା ଭାରତ ପାଇଁ କେଉଁ ଆଥଲେଟ୍ କେଉଁ ପଦକ ହାସଲ କରିଛନ୍ତି ।

ସ୍ୱର୍ଣ୍ଣ ପଦକ: 

  • ଅବନୀ ଲେଖାରା ମହିଳା ୧୦ ମିଟର ଏୟାର ରାଇଫଲ ଷ୍ଟାଣ୍ଡିଙ୍ଗ ଏସଏଚ୧ (ଶୁଟିଙ୍ଗ)
  • ନୀତେଶ କୁମାର– ପୁରୁଷ ସିଙ୍ଗଲ୍ସ ଏସଏଲ୩ (ବ୍ୟାଡମିଣ୍ଟନ୍)
  • ସୁମିତ ଅନ୍ତିଲ– ପୁରୁଷ ଜାଭେଲିନ୍ ଥ୍ରୋ ଏଫ୬୪ (ଆଥଲେଟିକ୍ସ)
  • ହରବିନ୍ଦର ସିଂହ– ପୁରୁଷ ଇଣ୍ଡିଭିଜୁଆଲ ରକର୍ଭ (ତୀରନ୍ଦାଜ)
  • ପ୍ରବୀନ କୁମାର– ଟି୬୪ ହାଇ ଜମ୍ପ (ଆଥଲେଟିକ୍ସ)
  • ଧରମବୀର– ପୁରୁଷ କ୍ଲବ ଥ୍ରୋ ୫୧ (ଆଥଲେଟିକ୍ସ)
  • ନବଦୀପ ସିଂହ– ପୁରୁଷ ଜାଭେଲିନ୍ ଏଫ୪୧(ଆଥଲେଟିକ୍ସ)

ରୌପ୍ୟ ପଦକ: 

  • ମନୀଷ ନରୱାଲ– ପୁରୁଷ ୧୦ ମିଟର ଏୟାର ପିସ୍ତଲ ଏସଏଚ୧ (ଶୁଟିଙ୍ଗ)
  • ନିଶାଦ କୁମାର– ପୁରୁଷ ହାଇ ଜମ୍ପ ଟି୪୭ (ଆଥଲେଟିକ୍ସ)
  • ଯୋଗେଶ କଥୁନିୟା– ପୁରୁଷ ଡିସକସ ଥ୍ରୋ ଏଫ୫୬ (ଆଥଲେଟିକ୍ସ)
  • ତୁଳସୀମତି ମୁରୁଗେସନ୍– ମହିଳା ସିଙ୍ଗଲ୍ସ ଏସୟୁ୫ (ବ୍ୟାଡମିଣ୍ଟନ୍)
  • ସୁହାସ ୟଥିରାଜ– ପୁରୁଷ ସିଙ୍ଗଲ୍ସ ଏସଏଲ୪ (ବ୍ୟାଡମିଣ୍ଟନ୍)
  • ଅଜିତ ସିଂହ– ପୁରୁଷ ଜାଭେଲିନ୍ ଥ୍ରୋଏଫ୪୬ (ଆଥଲେଟିକ୍ସ)
  • ଶରଦ କୁମାର– ପୁରୁଷ ହାଇ ଜମ୍ପ ଟି୬୩ (ଆଥଲେଟିକ୍ସ)
  • ସଚିନ୍ ଖିଲାରୀ– ପୁରୁଷ ଶଟ୍ ପୁଟ୍ ଏଫ୪୬ (ଆଥଲେଟିକ୍ସ)
  • ପ୍ରଣବ ସୁରମା– ପୁରୁଷ କ୍ଲବ ଥ୍ରୋ ୫୧ (ଆଥଲେଟିକ୍ସ)

କାଂସ୍ୟ ପଦକ: 

  • ମୋନା ଅଗ୍ରୱାଲ– ମହିଳା ୧୦ ମିଟର ଏୟାର ରାଇଫଲ ଷ୍ଟାଣ୍ଡିଙ୍ଗ ଏସଏଚ୧ (ଶୁଟିଙ୍ଗ)
  • ପ୍ରୀତି ପାଲ– ମହିଳା ୧୦୦ ମିଟର ଟି୩୫ (ଆଥଲେଟିକ୍ସ)
    ମହିଳା ୨୦୦ ମିଟର ଟି୩୫ (ଆଥଲେଟିକ୍ସ)
  • ରୁବିନା ଫ୍ରାନ୍ସିସ– ମହିଳା ଏୟାର ପିସ୍ତଲ ଏସଏଚ୧ (ଶୁଟିଙ୍ଗ)
  • ମନୀଷା ରାମାଦାସ– ମହିଳା ସିଙ୍ଗଲ ଏସୟୁ୫ (ବ୍ୟାଡମିଣ୍ଟନ୍)
  • ରାକେଶ କୁମାର/ ଶୀତଲ ଦେବୀ– ମିକ୍ସଡ ଟିମ୍ କମ୍ପାଉଣ୍ଡ ଓପନ୍ (ତୀରନ୍ଦାଜ)
  • ନିତ୍ୟା ଶ୍ରୀ ଶିବନ୍– ମହିଳା ସିଙ୍ଗଲ୍ସ ଏସଏଚ୬ (ବ୍ୟାଡମିଣ୍ଟନ)
  • ଦିପ୍ତୀ ଜୀବନଜି– ମହିଳା ୪୦୦ ମିଟର ଟି୨୦ (ଆଥଲେଟିକ୍ସ)
  • ସୁନ୍ଦର ସିଂହ ଗୁରଜାର– ପୁରୁଷ ଜାଭେଲିନ୍ ଏଫ୪୬ (ଆଥଲେଟିକ୍ସ)
  • ମାରିୟାପ୍ପନ ଥାଙ୍ଗାଭେଲୁ– ପୁରୁଷ ହାଇ ଜମ୍ପ ଟି୬୩ (ଆଥଲେଟିକ୍ସ)
  • କପିଲ ପରମାର– ପୁରୁଷ ଜୁଡୋ ୬୦ କେ.ଜି (ଜୁଡୋ)
  • ହୋକାଟୋ ସେମା– ପୁରୁଷ ଶଟ୍ ପୁଟ ଏଫ୫୭ (ଆଥଲେଟିକ୍ସ)
  • ସିମ୍ରନ୍ ସିଂହ– ମହିଳା ୨୦୦ ମିଟର ଟି୧୨ (ଆଥଲେଟିକ୍ସ)

Get real time updates directly on you device, subscribe now.