fbpx

କୃଷି ବିଦ୍ୟାନିଧି ଯୋଜନା ଘୋଷଣା କଲେ ମୁଖ୍ୟମନ୍ତ୍ରୀ: ନୂଆଁଖାଇରେ ଡବଲ୍ ଖୁସି

ସମ୍ବଲପୁର: ଆଜି ନୂଆଁଖାଇ ଅବସରରେ ରାଜ୍ୟର କୃଷକ ମାନଙ୍କୁ ବଡ଼ ଉପହାର ଭେଟି ଦେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଆଜି ପ୍ରାୟ ୪୬ ଲକ୍ଷ ଚାଷୀଙ୍କ ଆକାଉଣ୍ଟକୁ ସିଏମ କିଷାନ ଯୋଜନାର ପ୍ରଥମ କିସ୍ତି ଟଙ୍କା ମିଳିପାରେ । ଏହି ଯୋଜନାର ଶୁଭାରମ୍ଭ କରିବା ସହିତ ମୁଖ୍ୟମନ୍ତ୍ରୀ ଆଉ ଏକ ଯୋଜନା ଘୋଷଣା କରିଛନ୍ତି । ସିଏମ କିଷାନ ଯୋଜନାର ହିତାଧିକାରୀ ମାନଙ୍କ ପିଲାମାନଙ୍କ ପାଇଁ ଆଉ ଏକ ବଡ଼ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ । ହିତାଧିକାରୀମାନଙ୍କ ପିଲାଙ୍କ ପାଇଁ କୃଷି ବିଦ୍ୟାନିଧି ଯୋଜନା ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ।

ସିଏମ କିଷାନ ଯୋଜନାର ଶୁଭାରମ୍ଭ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ଏହି ନୂଆ ଯୋଜନାର ଘୋଷଣା ମଧ୍ୟ କରିଛନ୍ତି । ସିଏମ କିଷାନ ଯୋଜନାରେ ସାମିଲ ହୋଇଥିବା ହିତାଧିକାରୀମାନଙ୍କ ପିଲାମାନେ ଏହି ଯୋଜନା ଅଧୀନରେ ସୁବିଧା ପାଇପାରିବେ । ବୈଷୟିକ ସ୍ତରୀୟ ଉଚ୍ଚ ଶିକ୍ଷା ପାଇଁ ଚାତ୍ରବୃତ୍ତି ଆକାରରେ ପିଲାମାନେ ଏହି ଟଙ୍କା ପାଇପାରିବେ । ଓଡ଼ିଶାରେ କୃଷି ଏବଂ କୃଷକଙ୍କ ପରିବାରକୁ ବିକାଶ ଦିଗରେ ଆଗେଇ ନେବା ପାଇଁ ରାଜ୍ୟ ସରକାର ଏହି ଦୁଇଟି ଯୋଜନାର ଘୋଷଣା କରିଛନ୍ତି ।

Get real time updates directly on you device, subscribe now.