fbpx

ନୂଆଖାଇରେ ଚାଷୀଙ୍କୁ ଭେଟି ପରେ ଭେଟି, ଧାନର MSP ୩୧ ଶହ ଟଙ୍କା ଦେବୁ କହିଲେ ମୁଖ୍ୟମନ୍ତ୍ରୀ

Chief Minister said that the MSP of paddy will be increase in Rs 3100

ସମ୍ବଲପୁର: ଆଜି ଚାଷୀର ପର୍ବ ନୂଆଖାଇ । ଏହି ଅବସରରେ ମୁଖ୍ୟମନ୍ତ୍ରୀ ଆଜି ସମ୍ବଲପୁର ଗସ୍ତ କରିବା ସହିତ ଅନେକ ଯୋଜନାର ଶୁଭାରମ୍ଭ କରିଛନ୍ତି । ସିଏମ କିଷାନ ଯୋଜନା, କୃଷିବିଦ୍ୟନିଧି ଭଳି ଯୋଜନାର ଶୁଭାରମ୍ଭ କରିଥିବା ବେଳେ ଚାଷୀ ଭାଇଙ୍କ କଥା ରଖିବେ ବୋଲି ସେ ପୁରୁଣା ପ୍ରତିଶୃତି ଦୋହରାଇଛନ୍ତି । ନିର୍ବାଚନ ସମୟରେ ବିଜେପି ସରକାର ଧାନର ଏମଏସପି ବୃଦ୍ଧି ନେଇ ଘୋଷଣା କରିଥିବା ବେଳେ ସେହି ପ୍ରତିଶୃତି ପାଳନ କରିବୁ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ।

ସେ କହିଛନ୍ତି, ଧାନର ଏମଏସପି 31ଶହ ଟଙ୍କା ବୃଦ୍ଧି କରିବାକୁ ବିଜେପି ଯାହା ଘୋଷଣା କରିଥିବା ଆମେ ସେହି ପ୍ରତିଶୃତି ପାଳନ କରିବୁ । କେନ୍ଦ୍ର ସରକାର 23 ହଜାର ଏବଂ ରାଜ୍ୟ ସରକାର 8 ଶହ ଟଙ୍କା ପ୍ରଦାନ କରିବେ । ଅନ୍ୟପଟେ ସେ ବିଜେଡିକୁ ମଧ୍ୟ ଆକ୍ଷେପ କରିଛନ୍ତି । ପୂର୍ବ ସରକାର 100 ଟଙ୍କା କହି ଦେଇପାରିଲେନି କିନ୍ତୁ ଆମେ 800 ଟଙ୍କା ପ୍ରଦାନ କରିବୁ ବୋଲି ଘୋଷଣା କରିଛନ୍ତି । ରାଜ୍ୟର ସମସ୍ତ ଚାଷୀ ଏହି ସୁବିଧା ପାଇବେ ବୋଲି ମୋହନ ମାଝୀ କହିଛନ୍ତି । ଆଜି ଚାଷୀର ପର୍ବ ନୂଆଖାଇରେ ଚାଷୀଙ୍କୁ ଅନେକ ଭେଟି ଦେଇଛନ୍ତି ମୁଖ୍ୟମନ୍ତ୍ରୀ । ଯାହାକି ଚାଷୀଙ୍କ ଖୁସୀକୁ ଦ୍ବିଗୁଣିତ କରିଛି ।

Get real time updates directly on you device, subscribe now.