fbpx

ହରିୟାଣା ଇଲେକ୍ସନରେ ରାହୁଲ vs ଅରବିନ୍ଦ: ଆପ୍‌-କଂଗ୍ରେସ ଗଠବନ୍ଧନ ଚର୍ଚ୍ଚା ଉପରୁ ହଟିଲା ପରଦା

ନୂଆଦିଲ୍ଲୀ: ହରିୟାଣା ନିର୍ବାଚନକୁ ନେଇ ବର୍ତ୍ତମାନ ସବୁଠି ଚର୍ଚ୍ଚା ଲାଗି ରହିଛି । ଏହି ନିର୍ବାଚନରେ ଅରବିନ୍ଦ କେଜରିୱାଲଙ୍କ ଆମ ଆଦମି ପାର୍ଟି ଏବଂ କଂଗ୍ରେସ ମଧ୍ୟରେ ଗଠବନ୍ଧନ ହେବା ନେଇ ଆଲୋଚନାରେ ପଡ଼ିଛି ପୂର୍ଣ୍ଣଚ୍ଛେଦ । ଏହି ନିର୍ବାଚନରେ ଏକାଠି ହେବେନି ଆପ୍ ଏବଂ କଂଗ୍ରେସ । ହରିୟାଣା ନିର୍ବାଚନ ମଇଦାନରେ ଆପ୍ ଏବଂ କଂଗ୍ରେସ ମଧ୍ୟରେ କଡ଼ା ଟକ୍କର ଦେଖିବାକୁ ମିଳିପାରେ ।

ହରିୟାଣା ବିଧାନସଭା ନିର୍ବାଚନ ପାଇଁ ଆମ ଆଦମି ପାର୍ଟି ୨୦ ଜଣିଆ ପ୍ରାର୍ଥି ତାଲିକା ଘୋଷଣା କରିଛି । ଏହାସହିତ କଂଗେୟସ ସହ ହେବାକୁ ଥିବା ଗଠବନ୍ଧନ ମାମଲା ଉପରୁ ମଧ୍ୟ ପରଦା ଉଠାଇଛି ଆପ୍ । ଚଳିତ ନିର୍ବାଚନରେ ଅଲଗା ଅଲଗା ହୋଇ ଲଢିବେ ଆପ୍ ଏବଂ କଂଗ୍ରେସ । ଏଥିପାଇଁ ଆମ ଆଦମି ପାର୍ଟି ବିଧାନସଭା ପ୍ରାର୍ଥି ତାଲିକା ଘୋଷଣା କରିଛି । ନିର୍ବାଚନରେ ଗଠବନ୍ଧନ କରିବା ନେଇ ଉଭୟ ପାର୍ଟି ତରଫରୁ ସହମତି ମିଳିପାରି ନାହିଁ । ଫଳରେ ଆପ୍‌-କଂଗ୍ରେସ ମହାମିଳନ ଅଧାରେ ରହିଛି । ରିପୋର୍ଟ ଅନୁସାରେ, ଏହି ନିର୍ବାଚନ ପାଇଁ ଆପ୍ ୧୦ଟି ସିଟ୍ ପାଇଁ ଦାବି କରିଥିଲା । କିନ୍ତୁ କଂଗ୍ରେସ ଆପ୍ ପାର୍ଟିକୁ ମାତ୍ର ୭ଟି ଆସନ ଦେବା ନେଇ ପ୍ରସ୍ତୁତ ରହିଥିଲା । ଫଳରେ ଉଭୟ ପାର୍ଟି ମଧ୍ୟରେ ଗଠବନ୍ଧନ ହୋଇନାହିଁ । ଅର୍ଥାତ୍ ଚଳିତ ନିର୍ବାଚନରେ ଆପ୍ ଏବଂ କଂଗ୍ରେସ ମୁହାଁମୁହିଁ ହୋଇପାରନ୍ତି ।

Get real time updates directly on you device, subscribe now.