fbpx

ଜହ୍ନ ରାଇଜରେ ହେବ ନ୍ୟୁକ୍ଲିୟର ପାୱାର ପ୍ଲାଣ୍ଟ! ଭାରତ ସହ ମିଶି ଇତିହାସ ରଚିପାରେ ଋଷ

ନୂଆଦିଲ୍ଲୀ: ଚନ୍ଦ୍ରଯାନ-୩ ସଫଳତା ପରେ ଭାରତ ଚନ୍ଦ୍ରପୃଷ୍ଠକୁ ନେଇ ଅନେକ ସ୍ୱପ୍ନ ଦେଖିବା ଆରମ୍ଭ କରିଛି । ସେପଟେ ଋଷ ଏବେ ମୁନ୍ ନ୍ୟୁକ୍ଲିୟର ପାୱାର ପ୍ଲାଣ୍ଟ ପ୍ରୋଜେକ୍ଟ ଉପରେ ନଜର ରଖିଛି । ରୋସାଟମ୍ ନେତୃତ୍ୱରେ ଚୀନର ସହାୟତା ନେଇ ଚନ୍ଦ୍ରମାରେ ଏକ ବେସ୍ ସ୍ଥାପନ କରିବା ଏହି ପ୍ରୋଜେକ୍ଟର ମୁଖ୍ୟ ଉଦ୍ଦେଶ୍ୟ ରହିଛି । ତେବେ ଏହି ପ୍ରୋଜେକ୍ଟର ସବୁଠୁ ବଡ଼ ପ୍ରଶ୍ନ ହେଉଛି, ଏହି ପ୍ରୋଜେକ୍ଟରେ ସାମିଲ ହେବ କି ଭାରତ? ଏଥିପାଇଁ ଋଷ ପ୍ରସ୍ତୁତି ମଧ୍ୟ ଆରମ୍ଭ କରି ଦେଇଥିବା ଚର୍ଚ୍ଚା ହେଉଛି ।

ଚନ୍ଦ୍ରପୃଷ୍ଠରେ ନ୍ୟୁକ୍ଲିୟର ପାୱାର ପ୍ଲାଣ୍ଟ ପ୍ରସ୍ତୁତ କରିବା ପାଇଁ ଋଷ ଯେଉଁ ଡିଜାଇନ୍ ପ୍ରସ୍ତୁତ କରିଛି, ସେଥିରୁ ପ୍ରାୟ ଅଧା ମେଗାୱାଟ ଶକ୍ତି ଉତ୍ପନ୍ନ କରାଯାଇପାରେ । ଋଷର ଅନ୍ତରୀକ୍ଷ ଏଜେନ୍ସି ରୋସାଟମ୍ ପ୍ରମୁଖ ଏଲେକ୍ସି ଲିଖାଚେଭ ପୂର୍ବ ଆର୍ଥିକ ମଞ୍ଚରେ କହିଛନ୍ତି ଯେ, ମସ୍କୋ ଏବଂ ନୂଆ ଦିଲ୍ଲୀ ଉଭୟ ଏହି ପରିଯୋଜନାରେ ସହଯୋଗ କରିବା ପାଇଁ ଉତ୍ସାହିତ ରହିଛନ୍ତି । ଚନ୍ଦ୍ରଯାନ-୩ର ଅପୂର୍ବ ସଫଳତା ପରେ ଏହି ଯୋଜନାରେ ଭାରତ ସାମିଲ ହେବାକୁ ଇଚ୍ଛପ୍ରକାଶ କରିଛି । ତେବେ ୨୦୩୫ ସୁଦ୍ଧା ନିଜର ପ୍ରଥମ ଅନ୍ତରୀକ୍ଷ ଷ୍ଟେସନ, ଭାରତୀୟ ଅନ୍ତରୀକ୍ଷ ଷ୍ଟେସନ(BAS) ସ୍ଥାପନ କରିବା ପାଇଁ ଲକ୍ଷ୍ୟ ରଖିଛି ଭାରତ । ଏହାବ୍ୟତୀତ ୨୦୪୦ ସୁଦ୍ଧା ଚନ୍ଦ୍ରମାକୁ ମନୁଷ୍ୟ ପଠାଇବା ମଧ୍ୟ ଭାରତର ଲକ୍ଷ୍ୟ ରହିଛି ।

୨୦୨୧ ମସିହାରେ ଋଷ ଏବଂ ଚୀନ ଅନ୍ତରାଷ୍ଟ୍ରୀୟ ଚନ୍ଦ୍ର ଅନୁସନ୍ଧାନ ଷ୍ଟେସନ(ILRS) ନାମକ ଏକ ସଂଯୁକ୍ତ ଚନ୍ଦ୍ର ଆଧାର ନିର୍ମାଣ କରିବା ନେଇ ଯୋଜନା ଘୋଷଣା କରିଥିଲେ । ୨୦୩୫-୨୦୪୦ ମଧ୍ୟରେ ଏହା ଚାଲୁ ହୋଇପାରେ । ତେବେ ଏହି ଯୋଜନାରେ କେବଳ ଋଷ ଏବଂ ଚୀନ ନୁହେଁ, ଭାରତ ସମେତ ଆହୁରି ଅନେକ ଅନ୍ତରାଷ୍ଟ୍ରୀୟ ସହଯୋଗ ମିଳିପାରେ ବୋଲି କହିଛନ୍ତି ଲିଖାଚେଭ । ଯଦି ଆଣବିକ ଶକ୍ତି ଉତ୍ପାଦନ କେନ୍ଦ୍ର ନିର୍ମାଣରେ ସଫଳ ହୁଏ, ତେବେ ଆଣବିକ ଶକ୍ତି ଚନ୍ଦ୍ରରେ ଏକ ଦୀର୍ଘସ୍ଥାୟୀ ଉପସ୍ଥିତି ପ୍ରତିଷ୍ଠା ପାଇଁ ଆବଶ୍ୟକ ଶକ୍ତିର ଏକ ନିର୍ଭରଯୋଗ୍ୟ ଉତ୍ସ ଯୋଗାଇବ । ଶକ୍ତି ଏଠାରେ ସ୍ଥିର ଭାବରେ ଅମଳ ହୋଇପାରିବ ଏବଂ ଭବିଷ୍ୟତରେ ଚନ୍ଦ୍ର ମିଶନ ପାଇଁ ଗୁରୁତ୍ୱପୂର୍ଣ୍ଣ ବିଭିନ୍ନ କାର‌୍ୟ୍ୟକଳାପ ଏବଂ ଅନୁସନ୍ଧାନ ପଦକ୍ଷେପକୁ ସମର୍ଥନ କରିପାରିବ ବୋଲି ଆଶା କରାଯାଉଛି ।

Get real time updates directly on you device, subscribe now.