fbpx

ଶୂନ୍ୟକାଳରେ ଉଠିଲା ହାଇପ୍ରୋଫାଇଲ ହତ୍ୟା ପ୍ରସଙ୍ଗ, ସିବିଆଇ ତଦନ୍ତ ଦାବି କଲେ ଜୟନାରାୟଣ

ଭୁବନେଶ୍ବର: ପୁଣି ଶୂନ୍ୟକାଳରେ ଉଠିଲା ହାଇପ୍ରୋଫାଇଲ ହତ୍ୟାକାଣ୍ଡ । ବିଗତ ଦିନରେ ରାଜ୍ୟ ରାଜନୀତିରେ ଝଡ ସୃଷ୍ଟି ହୋଇଥିବା ପ୍ରସଙ୍ଗ ଉଠାଇଲେ ବିଜେପି ବିଧାୟକ । ବହୁ ଚର୍ଚ୍ଚିତ ମମିତା ମେହେର ହତ୍ୟାକାଣ୍ଡ, ଜେଲ ଭିତରେ ଗୋବିନ୍ଦ ସାହୁର ଆତ୍ମହତ୍ୟା ଏବଂ ସ୍ବାମୀ ଲକ୍ଷ୍ମଣାନନ୍ଦ ସରସ୍ବତୀଙ୍କ ଭଳି ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗ ଉଠାଇଲେ ବିଜେପି ବିଧାୟକ ଜୟନାରାୟଣ ମିଶ୍ର । ଏସବୁ ପ୍ରସଙ୍ଗ ଉଠାଇ ସେ ଉଦବେଗ ପ୍ରକାଶ କରିଛନ୍ତି । ସେ କହିଛନ୍ତି, ଏହି ସବୁ ମାମଲାର ତଦନ୍ତରେ ଓଡିଶାବାସୀ ସନ୍ତୁଷ୍ଟ ନୁହନ୍ତି । ତଦନ୍ତକୁ ନେଇ ବର୍ତ୍ତମାନ ମଧ୍ୟ ଲୋକଙ୍କ ମଧ୍ୟରେ ସନ୍ଦେହ ସୃଷ୍ଟି କରୁଛି ।  ଏହି ଘଟଣା ଉପରେ ଯେଉଁ ତଦନ୍ତ କରାଯାଇଛି, ସେ ଉପରେ ମଧ୍ୟ ଓଡିଶାବାସୀ ବିଶ୍ବାସ କରୁନାହାନ୍ତି । ଏହି ଘଟଣାରେ ସରକାର ତଦନ୍ତ ଭାର ସିବିଆଇକୁ ଦିଅନ୍ତୁ ଏବଂ ଲୋକଙ୍କ ମନରେ ଥିବା ସନ୍ଦେହକୁ ଦୂର କରନ୍ତୁ ବୋଲି ଦାବି କରିଥିବା କଥା କହିଛନ୍ତି ଜୟନାରାୟଣ । ରାଜ୍ୟ ସରକାର ବିଚାର କରି ଏହା ଉପରେ ପଦକ୍ଷେପ ନିଅନ୍ତୁ ବୋଲି ସେ କହିଛନ୍ତି । ପୂର୍ବରୁ ମଧ୍ୟ ଏହି ପ୍ରସଙ୍ଗ ଉଠି ଗୃହ ସରଗରମ ହୋଇଥିବା ବେଳେ ଆଜି ପୁଣି ଶୂନ୍ୟକାଳରେ ପ୍ରଶ୍ନ ଉଠାଇଛନ୍ତି ଜୟନାରାୟଣ ମିଶ୍ର ।

Get real time updates directly on you device, subscribe now.