fbpx

କାହିଁକି ମଶା କାମୁଡିଲେ, କାହାର ଅଧିକ କୁଣ୍ଡେଇ ହୁଏ, ପୁଣି କାହାର କମ

ନୂଆଦିଲ୍ଲୀ: ଆମେ ସବୁ ଜାଣୁ ମଶା କାମୁଡିଲେ ଡେଙ୍ଗୁ, ମ୍ୟାଲେରିଆ, ଟାଇଫଏଡ ପରି ଅନେକ ପ୍ରକାରର ଜ୍ୱର ହୋଇଥାଏ । ହେଲେ ମଶା କାମୁଡିଲେ କିଛି ଲୋକଙ୍କ ଦେହ ବହୁତ କୁଣ୍ଡେଇ ହେବା ବେଳେ ଅନେକ ମଶାର ଚୁମ୍ବନ ସମ୍ପର୍କରେ କିଛି ମଧ୍ୟ ଜାଣିପାରନ୍ତି ନାହିଁ । ଆଉ କିଛିଙ୍କ ଦେହରେ ମଶା ଦଂଶନ ପାଇଁ ସାମାନ୍ୟ କୁଣ୍ଡେଇ ହୋଇଥାଏ । ତେବେ ଏମିତି ଭିନ୍ନତାର କଣ କାରଣ ରହିଛି, ସେ ସମ୍ପର୍କରେ କିଛି ଜାଣନ୍ତି କି?

କୁହାଯାଏ କି, ଲୋକଙ୍କ ତ୍ୱଚାରେ ଉପସ୍ଥିତ ଜୀବାଣୁ, ନାକରୁ ବାହାରୁ ଥିବା କାର୍ବନ ଡାଇଅକ୍ସାଇଡ ଗନ୍ଧ ତଥା ପୋଷାକର ରଙ୍ଗ ମଶାଙ୍କୁ ସେମାନଙ୍କ ଆଡକୁ ଆକର୍ଷିତ କରିଥାଏ । ନାଲି, ନାରଙ୍ଗୀ, କଳା ରଙ୍ଗ ମଶାଙ୍କୁ ଅଧିକ ଆକୃଷ୍ଟ କରିଥାଏ । ଏଥିସହ ଲୋକଙ୍କ ଶରୀରର ଗନ୍ଧ ମଧ୍ୟ ମଶାଙ୍କୁ ସେମାନଙ୍କ ଆଡକୁ ଆକର୍ଷିତ କରିଥାନ୍ତି ।

ତେବେ ମଶା କାମୁଡିଲେ ଲୋକଙ୍କ ଭିତରେ ହେଉଥିବା କୁଣ୍ଡେଇ ହେବାକୁ ନେଇ ଆସନ୍ତୁ ଜାଣିବା, କାହିଁକି କୁଣ୍ଡେଇହେବାକୁ ନେଇ ଥାଏ ଭିନ୍ନତା । ଲାଇଭ ସାଇନ୍ସ ମୁତାବକ, ଆମ ତ୍ୱଚାରେ ସ୍ପର୍ଶ କ୍ଷମତା ରହିଛି । ତେଣୁ ଶରୀରର ବିଭିନ୍ନ ଅଙ୍ଗରେ ହେଉଥିବା ସବୁ ପ୍ରକାର ଗତି ବା କାର୍ଯ୍ୟକୁ ଆମ ଅଲକ୍ଷ୍ୟରେ ମଧ୍ୟ ଆମେ ଜାଣିଥାଉ । ଶରୀରରେ ଗରମ, ଥଣ୍ଡାର ସ୍ପର୍ଶ ଜଣାପଡିବା ପରି ।

ସେମିତି କିଛି ବାହାର ଜିନିଷ, ଯାହା ଶରୀରରେ ଏଲର୍ଜୀର କାରଣ ହୋଇଥାଏ, ଠିକ ଯେମିତି ଧୂଳି ସଂସ୍ପର୍ଶରେ ଆସିଲେ, କୌଣସି ପୋକ ଛୁଇଁଲେ ଶରୀରରେ ଚିହ୍ନ, ଫୁଲା ପରି ପ୍ରତିକ୍ରିୟା ଦେଖାଦେଇଥାଏ । ସେହିପରି ଏଲର୍ଜି ସୃଷ୍ଟିକାରୀ ପଦାର୍ଥ ରହିଛି ମଶାର ନାଳରେ । ମଶା ଯେମିତି କାମୁଡେ, ତାର ସୁଣ୍ଢ ଦ୍ୱାରା ତାର ନାଳ ଆମ ରକ୍ତରେ ମିଶିଯାଏ । ଫଳରେ ଶରୀରରେ ଥିବା ନ୍ୟୁରାନ୍ସ ଏହି ସଂକେତ ଶରୀରକୁ ଦିଏ ଓ କୁଣ୍ଡେଇ ହେବା ଆରମ୍ଭ କରେ ।

ତେବେ ରକ୍ତରେ ଥିବା ଶ୍ୱେତ ରକ୍ତ କଣିକା ଇମ୍ଫେକ୍ସନର ମୁକାବିଲା କରିବାରେ ସହାୟକ ହୋଇଥାଏ । କିନ୍ତୁ ଶରୀରର ଶ୍ୱେତ ରକ୍ତ କଣିକାରେ ଥିବା ଜିଡି୩ ନାମକ ତତ୍ୱ ଦ୍ୱାରା ହେଉଥିବା ସ୍ଖଳନ ଏହି କୁଣ୍ଡେଇହେବା ପ୍ରକ୍ରିୟାକୁ ନିୟନ୍ତ୍ରିତ କରିଥାଏ । ଯେଉଁମାନଙ୍କ ଦେହରୁ ଏହି ଜିଡି୩ କ୍ଷରଣ ଅଧିକ ହୋଇଥାଏ ସେମାନଙ୍କୁ ଅଧିକ କୁଣ୍ଡେଇ ହୋଇଥାଏ ।

Get real time updates directly on you device, subscribe now.