fbpx

ଆଜି 12 ଘଣ୍ଟିଆ ତେଲକୋଇ ବନ୍ଦ, ରାଜରାସ୍ତାରେ ଅଟକି ରହିଛି ଶହ ଶହ ଗାଡି

ତେଲକୋଇ: ଆଜି 12 ଘଣ୍ଟିଆ ତେଲକୋଇ ବନ୍ଦ ଡାକରା ଦିଆଯାଇଛି । ଜଳସେଚନ ପ୍ରକଳ୍ପକୁ ବିରୋଧ କରି 12 ଘଣ୍ଟିଆ ତେଲକୋଇ ବନ୍ଦ ଡାକରା ଦିଆଯାଇଥିବା ବେଳେ ଅନେକ ସ୍ଥାନରେ ରାସ୍ତା ଅବରୋଧ ମଧ୍ୟ କରାଯାଇଛି  । ସମାକୋଇ ଜଳସେଚନ ପ୍ରକଳ୍ପକୁ ବିରୋଧ କରି ଚକଦର ସମନ୍ବୟ ସମିତି ପକ୍ଷରୁ 12 ଘଣ୍ଟିଆ ବନ୍ଦ ପାଳନ କରାଯାଛି । 49 ନମ୍ବର ଜାତୀୟ ରାଜପଥର ଜଗମୋହନପୁର ଠାରେ ରାସ୍ତା ଅବରୋଧ କରାଯାଇଛି । ତେବେ ବନ୍ଦ ଡାକରରା ପ୍ରଭାବ ମଧ୍ୟ ଦେଖିବାକୁ ମିଳୁଛି ।

ଦୋକାନ ବଜାର, ସ୍ତୁଲ କଲେଜ ସହିତ ଅନେକ ଗାଡି ଚଳାଚଳ ମଧ୍ୟ ବନ୍ଦ ରହିଛି । ଫଳରେ ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଥିବା ଦେଖିବାକୁ ମିଳୁଛି । ଏହି ବନ୍ଦ ଡାକରାରେ ସାଧାରଣ ଲୋକଙ୍କ ସହିତ ବିଭିନ୍ନ ସଂଗଠନ ମଧ୍ୟ ସମର୍ଥନ ଜଣାଇଛନ୍ତି । ତେବେ ବନ୍ଦର ପ୍ରଭାବ କିନ୍ତୁ ଆମ୍ବୁଲାନ୍ସ ଉପରେ ପଡିବା ପାଇଁ ଦିଆଯାଉ ନାହିଁ । ଆମ୍ବୁଲାନ୍ସକୁ ମାତ ଦେଇ ସ୍କୁଲ, କଲେଜ, ଦୋକାନ ବଜାର ଏବଂ ସମସ୍ତ ଅଫିସକୁ ସମ୍ପୁର୍ଣ୍ଣ ବନ୍ଦ ରଖାଯାଇଛି । ସମାକୋଇ ନଦୀ ଉପରେ ହେବାକୁ ଥିବା ଚକଧର ଜଳ ପ୍ରକଳ୍ପକୁ ସମ୍ପୁର୍ଣ୍ଣ ବନ୍ଦ କରିବା ପାଇଁ ବିକ୍ଷୋଭକାରୀମାନେ ଦାବି କରିଛନ୍ତି । ତେବେ ପୋଲିସ ଅଧିକାରୀମାନେ ତେଲକୋଇ ଡ୍ୟୁଟିକୁ ଯାଉଥିବା ବେଳେ କାଞ୍ଜିପାଣି ଘାଟିରେ ଭାରସାମ୍ୟ ହରୋଇ ପୋଲିସ ବସ୍ ଓଲଟି ପଡିଛି । ଦୁର୍ଘଟଣାରେ 5ଜଣ ପୋଲିସ କର୍ମୀ ଆହତ ହୋଇଥିବା ଜଣାପଡିଛି ।

Get real time updates directly on you device, subscribe now.