fbpx

ଏମିତି କିଛି ଡ୍ରିଙ୍କ୍ସ ନିଜ ଡାଏଟରେ କରନ୍ତୁ ସାମିଲ, ଅଳ୍ପ ଦିନରେ ହୋଇଯିବେ ପତଳା

ନୂଆଦିଲ୍ଲୀ: ଓଜନ ବଢୁଛି? ଖାଦ୍ୟ ପ୍ରଣାଳୀରେ ଯେତେ ପରିବର୍ତ୍ତନ କଲେ ବି କିଛି ଫଳ ମିଳୁନି? ମୋଟାପାକୁ ନେଇ ଚିନ୍ତାରେ? ତେବେ ଆମେ ଏମିତି ସହଜ ସାଧ୍ୟ ଟିପ୍ସ କହିବୁ, ଯାହା ଆପଣଙ୍କ ଶରୀରରେ ଥିବା ଚର୍ବି କମାଇବାରେ ହେବ ସହାୟକ । ମାତ୍ର ୩ଟି ଡ୍ରିଙ୍କ୍ ନିଜ ଡାଏଟରେ ସାମିଲ କରି ହୋଇଯିବେ ସ୍ଲିମ ଆଣ୍ଡ ଟ୍ରିମ୍ ।

ପଇଡ ପାଣି-

ପୋଷକ ତତ୍ୱରେ ପୂର୍ଣ୍ଣ ପଇଡ ପାଣି ସେବନ ସ୍ୱାସ୍ଥ୍ୟ ପାଇଁ ରାମବାଣ ସାବ୍ୟସ୍ତ ହୋଇପାରେ । ବିଶେଷଜ୍ଞଙ୍କ ମୁତାବକ, ଗୋଟିଏ ଗ୍ଲାସ ପଇଡ ପାଣିରେ ୫୦ କ୍ୟାଲୋରୀ ଥାଏ । ଏହା ଓଜନ କମାଇବାରେ ସହାୟକ ହୋଇଥିବା କୁହାଯାଏ । ଏଥିସହ ପାଚନ ତନ୍ତ୍ର ପାଇଁ ମଧ୍ୟ ଫାଇଦା ଦେଇଥାଏ ପଇଡ ପାଣି

ଲେମ୍ବୁ ପାଣି-

ସେହିପରି ଓଜନ କମାଇବାରେ ଲେମ୍ବୁ ପାଣି ମଧ୍ୟ ସହାୟକ ହୋଇଥାଏ । ତେବେ ଲେମ୍ବୁ ପାଣି ପିଇବା ବେଳେ ସେଥିରେ ଚିନିର ବ୍ୟବହାର କରିବେ ନାହିଁ, ନହେଲେ ଏହା ଓଲଟା ଫଳ ଦେବ । ଆଉ ସାମାନ୍ୟ ଉଷୁମ ପାଣିରେ ଲେମ୍ବୁ ମିଶାଇ ପିଇଲେ ଭଲ ଫଳ ଦେଇଥାଏ ।

କୋଲ୍ଡ ବ୍ରୁ ବ୍ଲାକ କଫି-

ଯଦି ଆପଣ କଫି ପିଇବାକୁ ପସନ୍ଦ କରନ୍ତି, ତେବେ ତ ଆପଣଙ୍କ ଓଜନ ହ୍ରାସପାଇବା ଆପଣଙ୍କ ପାଇଁ ସହଜ ହେବ । କୋଲ୍ଡ ବ୍ରୁ ବ୍ଲାକ କଫି ଏହି କାମରେ ସହାୟକ ହେବା ଏମିତି କଫିରେ ମାତ୍ର ୫ କ୍ୟାଲୋରୀ ରହିଥାଏ ।

Get real time updates directly on you device, subscribe now.