fbpx

ଏହି ମନ୍ତ୍ର ଜପ କଲେ ଋଣରୁ ମିଳିବ ମୁକ୍ତି, ମାତା ଲକ୍ଷ୍ମୀଙ୍କ କୃପା ଲାଭ ସହ ହେବ ଧନବର୍ଷା

ଓଡ଼ିଶା ଭାସ୍କର: ହିନ୍ଦୁ ଧର୍ମରେ ସପ୍ତାହର ପ୍ରତ୍ୟେକ ଦିନ କୌଣସି ନା କୌଣସି ଦେବୀ ଦେବତାଙ୍କୁ ସମର୍ପିତ । ସେହିପରି ଶୁକ୍ରବାର ମାତା ଲକ୍ଷ୍ମୀଙ୍କୁ ସମର୍ପିତ । ଏହି ଦିନର ଗ୍ରହସ୍ୱାମୀ ହେଉଛନ୍ତି ଶୁକ୍ରଦେବତା । ବ୍ୟକ୍ତିଙ୍କ ରାଶିରେ ଶୁକ୍ରର ସ୍ଥିତି ଭଲ ନଥିଲେ ଜୀବନରେ ଅନେକ ସମସ୍ୟା ଦେଖାଦେଇଥାଏ । ବିଶେଷ କରି ଆର୍ଥିକ ଏବଂ ଋଣ ସମସ୍ୟା ଭିତରୁ ମୁକୁଳିବା କଷ୍ଟକର ହୋଇଥାଏ । କିନ୍ତୁ ଶୁକ୍ରବାର ନିମ୍ନଲିଖିତ କିଛି ଖାସ୍ ଉପାୟ ଦ୍ୱାରା ମାତା ଲକ୍ଷ୍ମୀଙ୍କ କୃପା ଲାଭ ହେବା ସହ ଘରର ସୁଖ ସମୃଦ୍ଧି ଓ ଶାନ୍ତି ବୃଦ୍ଧି ପାଇଥାଏ ବୋଲି ଅନେକ ଜ୍ୟୋତିଷ ମତ ପ୍ରକାଶ କରିଛନ୍ତି ।

୧. ଶୁକ୍ରବାର ସ୍ନାନାଦି କାର୍ଯ୍ୟ ଶେଷ କରିବା ପରେ ସ୍ୱଚ୍ଛ ବସ୍ତ୍ର ପରିଧାନ କରନ୍ତୁ । ଏକ କାଠ ନିର୍ମିତ ଆସ୍ଥାନ ଉପରେ ନାଲି କପଡ଼ା ବିଛାଇ ମାତା ଲକ୍ଷ୍ମୀଙ୍କ ପ୍ରତିମା ସ୍ଥାପନ କରନ୍ତୁ । ଏହା ପରେ ଦୀପ, ଧୂପ, ନୈବେଦ୍ୟ, କଳମ ପୁଷ୍ପ, ଫଳ, ମିଷ୍ଠାନ ଆଦି ଭୋଗ ରାଗ ଅର୍ପଣ କରନ୍ତୁ । ଏହା ସହ ୧୦୮ ଥର ‘ଓଁ ଶ୍ରୀଂ ଲକ୍ଷ୍ମୀ ନମଃ’ ମନ୍ତ୍ର ଜପ କରନ୍ତୁ । ଋଣ ମୁକ୍ତି ପାଇଁ ପ୍ରାର୍ଥନା କରନ୍ତୁ । ପୂଜା ପରେ ପ୍ରସାଦ ବଣ୍ଟନ କରନ୍ତୁ ।

୨. ପୂଜା ସ୍ଥାନରେ ଶୁକ୍ରବାର ଋଣ ମୁକ୍ତି ଯନ୍ତ୍ର ବିଧି ଅନୁଯାୟୀ ସ୍ଥାପନା କରନ୍ତୁ । ଯନ୍ତ୍ର ସମ୍ମୁଖରେ ଦୀପ ଧୂପ ଜଳାଇ ‘ଓଁ ଶ୍ରୀଂ ହ୍ରିଂ ଶ୍ରୀଂ ଋଣମୁକ୍ତେଶ୍ୱରାୟ ନମଃ’ ମନ୍ତ୍ର ୧୦୮ ଥର ଜପ କରନ୍ତୁ । ଏହା ପରେ ଋଣ ମୁକ୍ତି ପାଇଁ ପ୍ରାର୍ଥନା କରନ୍ତୁ । ନିୟମିତ ମୁକ୍ତି ଯନ୍ତ୍ରର ପୂଜାର୍ଚ୍ଚନା କରନ୍ତୁ ।

୩. ଶୁକ୍ରବାର ଗରିବ ଏବଂ ଅଭାବୀ ଲୋକଙ୍କୁ ଭୋଜନ, ଦାନ ଦକ୍ଷିଣା ଦିଅନ୍ତୁ । ଏହି ଦିନ କୌଣସି ମନ୍ଦିରରେ ମାତା ଲକ୍ଷ୍ମୀ କିମ୍ବା ଶ୍ରୀ ଗଣେଶଙ୍କୁ ଦାନ କରନ୍ତୁ ।

୪. ବେଳେ ବେଳେ ରାଶି ଉପରେ ଗ୍ରହଙ୍କ କୁଦୃଷ୍ଟି ଯୋଗୁ ଋଣ ବୃଦ୍ଧି ପାଇଥାଏ । ଏମିତିରେ ନିୟମିତ ଋଣମୁକ୍ତେଶ୍ୱର ସ୍ତୁତି ପାଠ କରନ୍ତୁ । ଏହା ଦ୍ୱାରା ଋଣ ସମସ୍ୟା ଶୀଘ୍ର ଦୂର ହୋଇଥାଏ ।

୫. ଶୁକ୍ରବାର କୁଆଁରୀ କନ୍ୟାଙ୍କୁ ଘରେ ନିମନ୍ତ୍ରଣ କରି ଖିରୀ ଖାଇବାକୁ ଦିଅନ୍ତୁ । ଦକ୍ଷିଣାରେ ହଳଦିଆ ବସ୍ତ୍ର ଦିଅନ୍ତୁ । ଏହା ଦ୍ୱାରା ମାତା ଲକ୍ଷ୍ମୀ ଶୀଘ୍ର ପ୍ରସନ୍ନ ହେବା ସହ ଆଶୀର୍ବାଦ ପ୍ରଦାନ କରିଥାନ୍ତି ।

୬. ଶୁକ୍ରବାର କଳା ପିମ୍ପୁଡ଼ିଙ୍କୁ ଚିନି ଖାଇବାକୁ ଦିଅନ୍ତୁ । ଏହା ଦ୍ୱାରା ଅଟକିଥିବା କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇଥାଏ । ଏହି ଉପାୟ ୧୧ ଶୁକ୍ରବାର ପର୍ଯ୍ୟନ୍ତ କରନ୍ତୁ ।

୭. ଶୁକ୍ରବାର ଦିନ ଅର୍ଥ ସମ୍ବନ୍ଧୀୟ କୌଣସି କାର୍ଯ୍ୟ ପାଇଁ ଘରୁ ବାହାରିବା ପୂର୍ବରୁ ମିଠା ଦହି ଖାଇ ଯାଆନ୍ତୁ । କାର୍ଯ୍ୟରେ ଦେଖାଦେଉଥିବା ବାଧାବିଘ୍ନ ଦୂରେଇବା ସହ ଆର୍ଥିକ ଲାଭ ମିଳିଥାଏ ।

Get real time updates directly on you device, subscribe now.