fbpx

ପ୍ରାଣୀ ସମ୍ପଦ ଓ ଦୁଗ୍ଧ ଉତ୍ପାଦନର ବିକାଶ ପାଇଁ ମୌସୁମୀ ବୈଠକ; ନୂତନ କ୍ଷୀର ପ୍ୟାକେଟ୍ ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ପ୍ରାଣୀସମ୍ପଦ ଏବଂ ଦୁଗ୍ଧ ଉତ୍ପାଦନର ବିକାଶ ନିମନ୍ତେ ପ୍ରଥମ ଥର ପାଇଁ  ଓଡ଼ିଶାରେ ଆୟୋଜିତ ହୋଇଛି ମୌସୁମୀ ବୈଠକ । କେନ୍ଦ୍ର ମତ୍ସ୍ୟଚାଷ, ପ୍ରାଣୀସମ୍ପଦ ଓ ଦୁଗ୍ଧ ଉତ୍ପାଦନ ମନ୍ତ୍ରଣାଳୟ ଅଧୀନରେ ଥିବା ପ୍ରାଣୀସମ୍ପଦ ଏବଂ ଦୁଗ୍ଧ ଉତ୍ପାଦନ ବିଭାଗ ସହ ଓଡ଼ିଶା ସରକାରଙ୍କ ମିଳିତ ସହଯୋଗରେ ଏହି ବୈଠକ ଅନୁଷ୍ଠିତ ହୋଇଥିଲା । ଏହି ବୈଠକରେ ପ୍ରାଣୀସମ୍ପଦ ଓ ଦୁଗ୍ଧ ଉତ୍ପାଦନ କ୍ଷେତ୍ରରେ ପ୍ରଭାବୀ କାର‌୍ୟ୍ୟାନ୍ୱୟନ ପାଇଁ କେନ୍ଦ୍ର, ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳ ମଧ୍ୟରେ ବିଚାର ବିନିମୟ ହୋଇଥିଲା । ଏହି ବୈଠକରେ ମୁଖ୍ୟ ଅତିଥି ଭାବେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ଅନ୍ୟାନ୍ୟ ଅତିଥିଙ୍କ ମଧ୍ୟରେ କେନ୍ଦ୍ର ମତ୍ସ୍ୟ, ପ୍ରାଣୀ ପାଳନ ଓ ଦୁଗ୍ଧ ଉତ୍ପାଦନ ମନ୍ତ୍ରୀ ରାଜୀବ ରଞ୍ଜନ ସିଂ , କେନ୍ଦ୍ର ମତ୍ସ୍ୟ, ପ୍ରାଣୀ ପାଳନ ଓ ଦୁଗ୍ଧ ଉତ୍ପାଦନ ରାଷ୍ଟ୍ର ମନ୍ତ୍ରୀ ଏସ ପି ସିଂ ବଘେଲ, କେନ୍ଦ୍ର ମତ୍ସ୍ୟ, ପ୍ରାଣୀ ପାଳନ ଓ ଦୁଗ୍ଧ ଉତ୍ପାଦନ ଏବଂ ସଂଖ୍ୟାଲଘୁ ବ୍ୟାପାର ରାଷ୍ଟ୍ର ମନ୍ତ୍ରୀ ଜର୍ଜ କୁରିଏନ ଓ ଦେଶର ୧୫ଟି ରାଜ୍ୟର ପ୍ରାଣୀପାଳନ ଓ ଦୁଗ୍ଧ ଉତ୍ପାଦନ ବିଭାଗର ପ୍ରମୁଖ ମନ୍ତ୍ରୀ ଓ ସଚିବମାନେ ଭାଗ ନେଇଥିଲେ ।

ପ୍ରଥମ ଥର ପାଇଁ  ଓଡ଼ିଶାରେ ଆୟୋଜିତ ହୋଇଥିବା ମୌସୁମୀ ବୈଠକର ମୁଖ୍ୟ ଲକ୍ଷ୍ୟ ହେଉଛି ଦୁଗ୍ଧ ଓ ଉତ୍ପାଦନ ଓ ଦୁଗ୍ଧ ପ୍ରକ୍ରିୟାକରଣ ତଥା ଦୁଗ୍ଧ ବିପଣନକୁ ବ୍ୟାପକ ଭାବରେ ବୃଦ୍ଧି କରିବା ।  ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଓମ୍ଫେଡ ପକ୍ଷରୁ ଏକ ନୂତନ ଦୁଗ୍ଧ ପ୍ୟାକେଟ ‘ଗୋଲ୍ଡ ପ୍ଲସ’ ଶୁଭାରମ୍ଭ କରିଥିଲେ । ଏହାସହ A- Help ଟ୍ରେନିଂ ପ୍ରୋଗ୍ରାମର ଶୁଭାରମ୍ଭ ଓଡ଼ିଶାରୁ ହୋଇଛି । National Diary Development Bord(NDDB) ଏବଂ Omfed ମଧ୍ୟରେ ଚୁକ୍ତି ମଧ୍ୟ ସ୍ୱାକ୍ଷର ହୋଇଛି । ଏହି ଚୁକ୍ତି ଦୁଗ୍ଧ ଉତ୍ପାଦନ କ୍ଷେତ୍ରରେ ସହାୟକ ହେବ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ ।

ଏହି କାର‌୍ୟ୍ୟକ୍ରମରେ ଓମଫେଡ ଭେଣ୍ଡିଂ ମେସିନର ମଧ୍ୟ ଶୁଭାରମ୍ଭ କରାଯାଇଥିଲା । ଭୁବନେଶ୍ୱରରେ ଖୁବ ଶୀଘ୍ର ଏହି ଓମଫେଡ ଭେଣ୍ଡିଂ ମେସିନ ଆରମ୍ଭ ହେବ । ଡିଜିଟାଲ ପେମେଣ୍ଟ ମାଧ୍ୟମରେ ଗ୍ରାହକ ଓମଫେଡର ସମସ୍ତ ସାମଗ୍ରୀ ପାଇପାରିବେ । ତେବେ ପ୍ରାଥମିକ ଭାବେ ଜନପଥରେ ଏହି ଭେଣ୍ଡିଂ ମେସିନ ବସେଇବାକୁ ଯୋଜନା କରିଛି ଓମ୍ପଫେଡ । ଏନେଇ ବିଏମସି ସହ  ଆଲୋଚନା ହୋଇଛି । ସ୍ଥାନ, ଇଲେକ୍ଟ୍ରି ଭଳି ସୁବିଧାକୁ ଦୃଷ୍ଟିରେ ରଖି ଏହି ଯୋଜନାର ଶୁଭାରମ୍ଭ କରାଯିବ । ପରବର୍ତ୍ତୀ ସମୟରେ ଭୁବନେଶ୍ୱରର ବିଭିନ୍ନ ସ୍ଥାନରେ ୨୦ଟି ଭେଣ୍ଡିଂ ମେସିନ  ବସାଇବା ନେଇ ସୂଚନା ଦେଇଛନ୍ତି ଓମଫେଡର ମ୍ୟାନେଜିଂ ଡାଇରେକ୍ଟର ବିଜୟ ଅମୃତା କୁଲାଙ୍ଗେ । ଲୋକସେବା ଭବନରେ ପ୍ରଥମ ଥର ପାଇଁ  ଆୟୋଜିତ ମତ୍ସ୍ଚ ଚାଷ ଓ ପ୍ରାଣୀ ସମ୍ପଦ ଏବଂ ଦୁଗ୍ଧ ଉତ୍ପାଦନର ମୌସୁମୀ ବୈଠକରେ ଏହାର ଡେମୋ ପ୍ରଦର୍ଶିତ ହୋଇଛି ।

 

 

 

Get real time updates directly on you device, subscribe now.